ଖବର ଆଜିର ତାରିଖ:୦୬/୦୫/୨୫, ମଙ୍ଗଳବାର

 

୧-୭ରେ ନାଗରିକ ସୁରକ୍ଷା ଅଭ୍ୟାସ ପାଇଁ କେନ୍ଦ୍ରର ନିର୍ଦେଶ।ଦେଶର ଅନ୍ତରୀଣ ସୁରକ୍ଷା ଏବଂ ଜରୁରିକାଳୀନ ସମୟରେ ପରିସ୍ଥିତିର ମୁକାବିଲା କରିବା ଉଦ୍ଦେଶ୍ୟ‌ରେ ଏହି ଅଭ୍ୟାସ କରାଯିବ।

୨-ଭୁବନେଶ୍ୱର:ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ଆରମ୍ଭ,୧୩ରେ ସରିବ।

୩-ପୁରୀ:ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଶାଳ ପୂଜା ପରେ ପଡିଲା ଅରକଣ୍ଟା, ୨୮ ତୁମ୍ବ ଗୋଲେଇ ଶେଷ।

୪-୨୭ ତାରିଖ ଓଏସଏସସି ପରୀକ୍ଷା ରଦ୍ଦ, ଜୁଲାଇ ୬ରେ ହେବ ସାନି ପରୀକ୍ଷା।

୫-ପୁରୀ:ଶ୍ରୀକ୍ଷେତ୍ରରୁ ଉଡିବ ବିମାନ, ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର ସରକାର।

୬-କେନ୍ଦୁଝର ପୁଲିସର ହେଲା ନବକଳେବର,୩୨ ହଜାର ପୁଲିସ ପଦବୀ ପୂରଣ କରିବେ ମୋହନ ସରକାର।

୭-ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’: ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ।

୮-ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ । ୮୧ ଜଣ ପ୍ରମୁଖ ନେତାଙ୍କୁ ନେଇ ନୂଆ ଟିମ ଘୋଷଣା କଲେ ବିଜେଡି ସୁପ୍ରିମୋ।

୯-ଶଳାର ଭୁଜାଲି ଚୋଟରେ ଭିଣୋଇ ଗୁରୁତର, ତମାଣ୍ଡୋ ଥାନା ଅଞ୍ଚଳରେ ଘଟଣା, ଗୁରୁତର ଭିଣୋଇ ଲୋକନାଥ ସ୍ୱାଇଁ ଏମ୍ସରେ ଭର୍ତ୍ତି।

୧୦-ରାଉରକେଲାରେ ନାବାଳିକାଙ୍କୁ ଦୁଷ୍କର୍ମ, ପରେ କାର୍ଯ୍ୟାନୁଷ୍ଠାନ ଭୟରେ ତିନି ମହଲା ଉପରୁ ଡେଇଁ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।

୧୧-କିମ୍ସ ପରିସରରେ ପାଳନ ହେଲା ବିଶ୍ଵ ହାତ ଧୁଆ ଦିବସ, ସାମିଲ ହେଲେ ଡାକ୍ତର ଓ ନର୍ସ।

୧୨-ନିମାପଡ଼ା:ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଦବିଗଲା ଯାତ୍ରା ରାଜନନ୍ଦିନୀର ବସ୍, ଗାଡ଼ିରେ ଥିଲେ ୫୦ରୁ ଅଧିକ ଯାତ୍ରୀ।

୧୩-ଭୁବନେଶ୍ୱର:୮ ତାରିଖରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି।

୧୪-ଅମରୋହା: ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ ବିଜେତା ଗାୟକ ପବନଦୀପ ରାଜନ୍‌, ମେଡିକାଲରେ ହେଲେ ଭର୍ତ୍ତି।

୧୫-ଲକ୍ଷ୍ନୌ:UPରେ NEET ରାକେଟ୍ ଠାବ,୩ ଜଣକୁ ଗିରଫ କଲା ପୋଲିସ୍।

୧୬-ହାଇଦ୍ରାବାଦ:ବର୍ଷା ଧୋଇନେଲା ଦିଲ୍ଲୀ-ହାଇଦ୍ରାବାଦ ମ୍ୟାଚ୍; ଉଭୟ ଟିମ୍ ମଧ୍ୟରେ ପଏଣ୍ଟ ଭାଗ,SRH ଆଇପିଏଲରୁ ହେଲା ଏଲିମିନେଟ୍।

୧୭-ମୁମ୍ବାଇ: ପ୍ଲେ ଅଫ୍ ସ୍ଥାନ ନିଶ୍ଚତ କରିବା ଲକ୍ଷ୍ୟରେ ଆଜି ମୁମ୍ୱାଇ ଓ ଗୁଜୁରାଟ ମଧ୍ୟରେ ହେବ ମୁକାବିଲା।

୧୮-ପ୍ରକାଶ ମଗଦୁମ ହେଲେ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ।

୧୯-ମୁର୍ସିଦାବାଦ ହିଂସା ପାଇଁ ବିଏସଏଫ ଓ ବିଜେପିକୁ ଦାୟୀ କଲେ ମମତା।

୨୦-ବିପଦ ବେଳେ ସାହସ ବଢ଼ାଇଲା ପ୍ରକୃତ ବନ୍ଧୁ; ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ରୁଷ।

୨୧-ପୁଣି ଚମକାଇଲା ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି, ବିଦେଶୀ ଫିଲ୍ମ ପାଇଁ ଆମେରିକାରେ ଲାଗିବ ଶତପ୍ରତିଶତ ଟାରିଫ।

 For more updates Join our WhatsApp Channel  

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)