ଖବର ଆଜିର ତାରିଖ:୨୮/୦୫/୨୫, ବୁଧବାର



୧-ଭୁବନେଶ୍ୱର:୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,ଏଥର ଅଧିକ ବର୍ଷିବ।

୨-ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩୧ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା।

୩-ପୁଣି ଡରାଇଲାଣି କରୋନା, ଆଜି ରାଜ୍ୟ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।

୪-ଭୁବନେଶ୍ୱର:ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ନିଯୁକ୍ତ।

୫-ପୁଣି ମାର୍କେଟରେ ଯାତ୍ରା କମେଡିଆନ୍ ନରି ପଣ୍ଡା; ସବୁ ଚର୍ଚ୍ଚାକୁ ପଛରେ ରଖି ପୁଣି ମାରିବେ ପାଉଡର୍।

୬-ନୟାଗଡ, ଦୁର୍ଦ୍ଦୁରା ଗାଁ:ଜମିବାଡି ବିବାଦକୁ କେନ୍ଦ୍ର କରି ହଣାକଟା, ଜଣେ ମୃତ , ୬ଗୁରୁତର।

୭-ସିଏମସିର ବର୍ଷା ମୁକାବିଲା ପ୍ରସ୍ତୁତି, ମେ ୩୧ ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ।

୮-ମାଲକାନଗିରି:୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୩୯ ଲକ୍ଷ ଟଙ୍କା ପୁରସ୍କାର।

୯-ନରସିଂହପୁର:ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ହେଲେ ଓଡ଼ିଶା ଝିଅ ସୋନାଲିକା।

୧୦-ଗରଦପୁର, ବଙ୍ଗାରୀ ଅଞ୍ଚଳ:ଅନଲାଇନ୍ ଗେମ୍‌ରେ ଟଙ୍କା ହାରି ପିଇଦେଲେ ବିଷ, ଅଧାବାଟରେ ଚାଲିଗଲା ଜୀବନ।ମୃତକ ହେଲେ ୧୯ ବର୍ଷିୟ ସାହିଲ ଜେନା।

୧୧-ଭୁବନେଶ୍ୱର: ଘଡିଆଳଙ୍କୁ ଜଗିବେ 'କୁମ୍ଭୀର ବନ୍ଧୁ', ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଯୋଜନାରେ ମିଳିବ ୧୦୦୦ଟଙ୍କା।

୧୨-ଜଳେଶ୍ଵର:ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଟ୍ରକରେ ବେଆଇନ ଧାନ ଚାଲାଣ, ଜବତ କଲା ଏନଫୋର୍ସମେଣ୍ଟ ଟିମ।

୧୩-ପଞ୍ଚକୁଲା:୨୦ କୋଟିର ୠଣ ବୋଝ,କାର ଭିତରେ ପରିବାରର ୭ ସଦସ୍ୟଙ୍କ ଆତ୍ମହତ୍ୟା।

୧୪-IPLରେ ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୧ରେ ବେଙ୍ଗାଳୁରୁ।

୧୫-ନୂଆଦିଲ୍ଲୀ:ଏସୀୟ ଦୈ।ଡ଼କୁଦ ଚମ୍ପିୟାନସିପ୍,ଗୁଲବୀର ଜିତିଲେ ସ୍ବର୍ଣ୍ଣ,ସରଭିନଙ୍କୁ କାଂସ୍ୟ।

୧୬-ନୂଆ ଦିଲ୍ଲୀ:ଭାରତରେ ନିର୍ମାଣ ହେବାକୁ ଥିବା ପଞ୍ଚମ ପିଢିର ସ୍ବଦେଶୀ ଲଢୁଆ ବିମାନ ମଡେଲକୁ ମଞ୍ଜୁରି, ଉତ୍ପାଦନରେ ସାହାଯ୍ୟ କରିବେ ଘରୋଇ କମ୍ପାନୀ।

୧୭-କରଦାତାଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର, ବଢିଲା ଆୟକର ରିଟର୍ଣ୍ଣ ଫାଇଲର ତାରିଖ,ସେପ୍ଟେମ୍ବର ୧୫କୁ ବୃଦ୍ଧି।

୧୮-ଦ୍ଵିତୀୟ ପର୍ଯ୍ୟାୟରେ ୬୮ ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟପ୍ରତି; ଲୋକ ଗାୟିକା ଶାରଦା ସିହ୍ନାଙ୍କୁ ମିଳିଲା ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ।

୧୯-ପାକିସ୍ତାନକୁ ପିଏମ୍ ମୋଦିଙ୍କ କଡ଼ା ମେସେଜ୍; କହିଲେ, ଏଥର ଇଟାର ଜବାବ ପଥରରେ ଦେବୁ।

୨୦-ନିଆଁ ସହ ଖେଳିଛନ୍ତି ପୁଟିନ, ୟୁକ୍ରେନ ଉପରେ ରୁଷର ଭୀଷଣ ଆକ୍ରମଣ ପରେ ଟ୍ରମ୍ପଙ୍କ ଚେତାବନୀ

 For more updates Join our WhatsApp Channel  

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)