ଖବର ଆଜିର ତାରିଖ:୦୫/୦୪/୨୫, ସୋମବାର



୧-ଭୁବନେଶ୍ୱର: ପ୍ରଶାସନିକ ସୀମା ପୁନର୍ଗଠନ ଡେଡ୍ ଲାଇନ୍ ଜୁନ୍ ୩୦, ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି।

୨-ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ।

୩-ଭୁବନେଶ୍ୱର:ବର୍ଷା ପରେ ତାତି କମିଲା,୧୯ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ସୂଚନା ଜାରି।

୪-ନବ ଯୌବନ ଦର୍ଶନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ବାସ୍ଥ୍ୟ ସେବା ପାଇଁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ।

୫-କଟକ:କମିଶନରେଟ ପୁଲିସ ଦ୍ବାରା ୬ ସାଇବର ଲୁଟେରା ଗିରଫ, ୪ ଲକ୍ଷ ଟଙ୍କା ଜବତ।

୬-ଗଞ୍ଜାମ ପୁଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ମାରଣାସ୍ତ୍ର ଜବତ, ୧୮ଅପରାଧୀ ଗିରଫ।

୭-୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ୍ କରିଆସୁଥିଲେ ଅଭିଯୁକ୍ତ।

୮-ପୁରୀ:ଦାରୁ ବିବାଦ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ, ସାତ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ।

୯-କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ , ଯୁବକ ଗୁରୁତର, ଦୁର୍ବୃତ୍ତ ଫେରାର।

୧୦-ଗୁରୁଡିଝାଟିଆ:୪ଦଫା ଦାବି ପୂରଣ ନକଲେ ରାଜ୍ୟବ୍ୟାପୀ ହେବ ଟ୍ରକ୍ ଧର୍ମଘଟ-ଟ୍ରକ୍ ମାଲିକ ମହାସଂଘ

୧୧-ଅଭିଯୁକ୍ତଙ୍କ ଭିତରେ ସଂସ୍କାର ଆଣିବାରେ ନିଆରା ଜାମିନ୍ ସର୍ତ୍ତ ରଖିଲେ ହାଇକୋର୍ଟ, ଗଛ ଲଗାଇବାକୁ ଏବଂ ହସ୍ପିଟାଲ ସଫେଇ କରିବାକୁ ଦେଲେ ନିର୍ଦ୍ଦେଶ।

୧୨-ପାରାଦୀପ ପୋର୍ଟ ନିକଟରେ ବଡ ଅଘଟଣ ; ଟ୍ରକ ଧକ୍କାରେ ଚାଲିଗଲା ୨ଜଣଙ୍କ ଜୀବନ।

୧୩-ମାଲକାନଗିରି:ବୋହୂ ଚୋରି କରୁଥିବା ଶାଶୂ ଦେଖିଦେବାରୁ ଶାଶୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ ,ଶାଶୂ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ।

୧୪-ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ପରଲୋକ,୧୨୮ ବର୍ଷ ବୟସରେ ଦେହାନ୍ତ, ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା।

୧୫-IPL:ପ୍ରଭସିମରନଙ୍କ ୯୧, ଲକ୍ଷ୍ନୌକୁ ହରାଇ ଦ୍ବିତୀୟକୁ ଉଠିଲା ପଞ୍ଜାବ।ପରାଗଙ୍କ ୯୫ ନିଷ୍ଫଳ,୧ ରନରେ ଜିତିଲା କଲକତା।

୧୬-ନୂଆ ଦିଲ୍ଲୀ:IPLର ଆଜି ୫୫ତମ ମ୍ୟାଚ୍, ସନରାଇଜର୍ସ ପାଇଁ ଆଜି ଶେଷ ସୁଯୋଗ।

୧୭-ଆତଙ୍କବାଦ ବିରୋଧରେ ରାଜନାଥଙ୍କ ରଣହୁଙ୍କାର: କହିଲେ, ଦେଶବାସୀ ଯାହା ଚାହୁଁଛନ୍ତି ଠିକ୍ ସେମିତି ହେବ।

୧୮-ଭୁବନେଶ୍ୱର:ସରିଲା NEET, ଜୁନ୍ ୧୪ରେ ବାହାରିବ ଫଳାଫଳ।

୧୯-କୋଲକାତା: ମୁର୍ଶିଦାବାଦ ହିଂସା, କେନ୍ଦ୍ରକୁ ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ରିପୋର୍ଟ , ହୋଇପାରେ ରାଷ୍ଟ୍ରପତି ଶାସନ।

୨୦-କରାଚିରେ ପହଞ୍ଚିଛି ତୁର୍କୀର ଯୁଦ୍ଧ ଜାହାଜ ‘ଟିସିଜି ବୁୟୁକାଡା’। 

୨୧-ପାକ୍ତିସ୍ତାନ ସହ ତିକ୍ତତା ଭିତରେ ଭାରତକୁ ମିଳିଲା ନୂଆ ଏୟାର ଡିଫେନ୍ସ ମିସାଇଲ: ଖୁବଶୀଘ୍ର ସେନାରେ ସାମିଲ ହେବ ଇଗଲା-ଏସ।

୨୨-ଇସ୍ରାଏଲ ବିମାନବନ୍ଦରରେ ହୁତି ଆତଙ୍କବାଦୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ, ନେତନ୍ୟାହୁ ଡକାଇଲେ ଜରୁରୀ ବୈଠକ।


For more updates Join our WhatsApp Channel  

 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)