ଖବର ଆଜିର ତାରିଖ:୨୧/୦୫/୨୫, ବୁଧବାର


୧-BSE ପକ୍ଷରୁ ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ଜୁନ ୩୦ରୁ ଓପନ ସ୍କୁଲ ପରୀକ୍ଷା।

୨-ଆଜି ଅପରାହ୍ଣ ୪ଟା ବେଳେ ପ୍ରକାଶ ପାଇବ +୨ ଓ ଧନ୍ଦାମୂଳକ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ଦେଖିପାରିବେ।

୩-ବଢ଼ିଲା +୩ ନାମଲେଖା ଆବେଦନ ଅବଧି; ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ।

୪-ଉଚ୍ଚ ଶିକ୍ଷାରେ SEBCଙ୍କୁ ୧୧.୨୫% ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ,ସ୍ନାତକ ନାମଲେଖାରେ ତତ୍କାଳ ଲାଗୁ।

୫-ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ପୁଲିସର ଛାନଭିନ ଜାରି।

୬-ମେ ୨୩ରେ ରାଜଧାନୀର ଜନତା ମଇଦାନରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବେ ୧୦ ଦେଶର ବ୍ୟବସାୟୀ, ଲାଗିବ ୪୫୦ ଷ୍ଟଲ

୭-ସଚିବଙ୍କ କ୍ଷମତାରେ ଚୋଟ, ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚାରେ ପରିବର୍ତ୍ତନ।ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ।

୮-ସୁନ୍ଦରଗଡ଼:ଲାଞ୍ଚ ନେଇ ଧରାପଡ଼ିଲେ ବିଶ୍ରା ଡେପୁଟି ରେଞ୍ଜରଅସିତ ପଟ୍ଟନାୟକ।

୯-କେରଳ ଛୁଇଁବ ମୌସୁମୀ, ପାଗ ହେଉଛି ଅନୁକୂଳ, ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଵର୍ଷା ସମ୍ଭାବନା।

୧୦-ଏଣିକି ଲ' ଗ୍ରାଜୁଏଟ ସିଧା ଦେଇପାରିବେନି ସିଭିଲ ଜର୍ଜ ପରୀକ୍ଷା; ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ବାଧ୍ୟ।

୧୧-ସମ୍ବଲପୁର:ବିଲ୍ଡରଙ୍କଠାରୁ ୩୦ଲକ୍ଷ ଟଙ୍କା ନେବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ସମେତ ୨ଜଣ ପୁଲିସ ଅଧିକାରୀ ନିଲମ୍ବିତ।

୧୨-ଭୁବନେଶ୍ବରରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ, ଆଇଏନ୍‌ଏଇ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଦେବେ ଉଦବୋଧନ।

୧୩-IIM ସମ୍ୱଲପୁରର ଛାତ୍ରଛାତ୍ରୀ କରିବେ ସୁଭଦ୍ରା ଯୋଜନା ସର୍ଭେ, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ୩ଟି କିସ୍ତି।

୧୪-୫୧ ଟାପୁରୁ ହଟିବେ ବାଂଲାଦେଶୀ ଅନୁପ୍ରବେଶକାରୀ, ତୀକ୍ଷ୍ଣ ନଜର ରଖିଛି ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ୍।

୧୫-ବିଜୟ ସହ IPL 2025ରେ ଅଭିଯାନ ଶେଷ କଲା ରାଜସ୍ଥାନ, ଚେନ୍ନାଇର ୧୦ମ ପରାଜୟ।

୧୬-ମୁମ୍ବାଇ:IPL-ଆଜି ପ୍ଲେ ଅଫ୍ ଲକ୍ଷ୍ୟରେ ମୁମ୍ବାଇ,କର ବା ମର ସ୍ଥିତିରେ ଦିଲ୍ଲୀ।

୧୭-ଭୁବନେଶ୍ୱର:ଚିନ୍ତା ବଢ଼ାଇଲା କରୋନା, କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

୧୮-ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି, ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’।

୧୯-ଭାରତରେ କାୟା ବିସ୍ତାର କଲାଣି କୋଭିଡ-୧୯,ମୁମ୍ବଇରେ ଆଜି ୫୩ କରୋନା ଆକ୍ରାନ୍ତ ଚିହ୍ନଟ।

୨୦-ମଦ ଓ ଔଷଧ ଉପରେ ଅଧିକ ଖର୍ଚ୍ଚ କରନ୍ତି ଭାରତୀୟ, ଆର୍ଥିକ ବର୍ଷ ୨୦୨୪ରେ ୧୨ ବର୍ଷରେ ସର୍ବାଧିକ।

୨୧-ମହାରାଷ୍ଟ୍ର କଲ୍ୟାଣରେ କୋଠାରୁ ଖସିଲା ସ୍ଲାବ, ମହିଳା ଓ ଶିଶୁଙ୍କ ସମେତ ୬ ମୃତ , ୬ ଆହତ।

୨୨-ବାଂଲାଦେଶରେ ଏମର୍ଜେନ୍ସି ସ୍ଥିତି ? ୟୁନୁସଙ୍କ ସହ ମୁହାଁମୁହିଁ ମଧ୍ୟରେ ସେନା ମୁଖ୍ୟ ଡାକିଲେ ଜରୁରୀ ବୈଠକ।

୨୩-ସୁଖୋଇ ଫାଇଟର ଜେଟ୍‌ର ନୂଆ ଭର୍ସନ ପରୀକ୍ଷଣ କଲା ରୁଷ୍‌ । ଏଥିରେ ରହିଛି AI ଟେକ୍ନୋଲୋଜି।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)