ଖବର ଆଜିର ତାରିଖ:୩୧/୦୫/୨୫, ଶନିବାର


 
୧-ଭୁବନେଶ୍ୱର:ଟଙ୍କାର ପାହାଡ; ଏପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ନଗଦ ଅଢେଇ କୋଟି ଜବତ।ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ ଟିମ୍‌ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଗଲା।

୨-ପୁଣି କାୟା ମେଲାଇଲାଣି କରୋନା; ଖୋର୍ଦ୍ଧା, ଭୁବନେଶ୍ୱର ପରେ ଏବେ କଟକରୁ ଆକ୍ରାନ୍ତ ଚିହ୍ନଟ; ରାଜ୍ୟରେ ୭ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା।

୩-ପୁରୀ: ତିନି ରଥ ପାଇଁ ଅଖ କାମ ଶେଷ, ଦଣ୍ଡା ନିର୍ମାଣ ଅନୁକୂଳ।

୪-OASସ୍ତରରେ ଅଦଳବଦଳ, ବାଳମୁକୁନ୍ଦ ଭୂୟାଁ ହେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ।

୫-୧୦୮ ଆମ୍ବୁଲାନ୍ସର ଛାତ କଳଙ୍କି ଖାଇଗଲାଣି , ବର୍ଷାରେ ଗଲାବେଳେ ଗଳୁଛି ପାଣି । ଖାଲି ପାଣି ଗଳୁନି, ଗୁରୁତର ରୋଗୀ ଯିବାବେଳେ ରାସ୍ତାରେ ଅଟକି ଯାଉଛି । କେତେକ ଆମ୍ବୁଲାନ୍ସର ଟାୟାର ଖରାପ ହୋଇଯାଇଥିବା ବେଳେ ଷ୍ଟେପିନ୍ ନାହିଁ ।ଭଙ୍ଗା ଦଦରା ଗାଡ଼ିରେ ଚାଲିଛି ରୋଗୀ ବୁହା।

୬-ବୈଷୟିକ ଶିକ୍ଷାରେ ମିଳିବ ସଂରକ୍ଷଣ: ଖୁବଶୀଘ୍ର ଘୋଷଣା କରିବେ ରାଜ୍ୟ ସରକାର।

୭-ରେଢାଖୋଲ:ଭାରସାମ୍ୟ ହରାଇ ବସକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ୨୦ଜଣ ଆହତ, ୫ଗୁରୁତର।

୮-ଫୁଲବାଣୀ: ଏକ ଏସିଡ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ।

୯-ମାଲକାନଗିରି:IED ବିସ୍ପୋରଣରେ ୩ ସ୍ଥାନୀୟ ଆଦିବାସୀ ଗୁରୁତର, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଡମ୍ପ ଜବତ।

୧୦-ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍‌; ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ପରିବହନ ବିଭାଗର ବଡ଼ ନିଷ୍ପତି।

୧୧-IPL: ଗୁଜୁରାଟ ବିଦା, ମୁମ୍ବାଇ ପଞ୍ଜାବ ଦ୍ବିତୀୟ କ୍ବାଲିଫାୟାର।

୧୨-ବାରିପଦା:ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଛୁରୀ ମାରିଲା ମଦ୍ୟପ ସ୍ଵାମୀ,ଆହତ ପତ୍ନୀ କବିତା ଦିଗାର 

୧୩-କଟକ:ଘରୋଇ ହଷ୍ଟେଲରୁ ଜଣେ ନର୍ସ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଜାରି।ମୃତକ ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା।

୧୪-ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା, ନିଟ୍‌-ପିଜି ପରୀକ୍ଷାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ଏହି ବଡ ନିଷ୍ପତ୍ତି।

୧୫-ଉତ୍ତରାଖଣ୍ଡ:ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ୨ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡାଦେଶ।

୧୬-Indigoକୁ ଆଉ ୩ ମାସ ସମୟ ଦେଲେ DGCA, କହିଲେ-ତୁର୍କି ସହ ସମାପ୍ତ କର ଡିଲ।

୧୭-ମୁମ୍ବାଇ:ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ। ଶେୟାର ବଜାରରେ ଟ୍ରେଡିଂ କରିବାରୁ ନିଷେଧ।

୧୮-ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। 

୧୯-ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ,ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି।

୨୦-ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା,୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024