ଖବର ଆଜିର ତାରିଖ:୩୦/୦୫/୨୫, ଶୁକ୍ରବାର



୧-୨୦୦ କୋଟିର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠିତ। ନିର୍ମାଣ ହେବ ଅସ୍ମିତା ଭବନ,ପାଇକ ବିଦ୍ରୋହ ସ୍ମାରକୀ।

୨-ଭୁବନେଶ୍ୱର:ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସ୍ବତନ୍ତ୍ର ଗଣିତ ଓ ବିଜ୍ଞାନ ଶିକ୍ଷା,୮ ହଜାର ବିଦ୍ୟାଳୟରେ ହେବ କାର୍ଯ୍ୟକାରୀ।

୩-ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୪-ଭୁବନେଶ୍ୱର:ସବୁ ଋତୁରେ ପରିବା, ଫଳ, ମସଲା ଓ ଛତୁ ମହଙ୍ଗା,ଚାହିଦା ପୂରଣ ପାଇଁ ବାହାର ରାଜ୍ୟ ଭରସା।

୫-ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ।

୬-ଜୁନ୍ ପହିଲାରେ ସରିବ ସ୍ନାତକ ଆବେଦନ।SAMS ପୋର୍ଟାଲରେ ଆବେଦନ କରାଯାଉଛି।

୭-ଜୟପୁର:ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନ ଗିରଫ, ନାଁରେ ଥିଲା ୪ଲକ୍ଷ ଟଙ୍କା ପୁରସ୍କାର।

୮-ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର।୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର

୯-ବରଗଡ, ଅତାବିରା:ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ, ସ୍ବାମୀଙ୍କ ପାଇଁ ଖାଇବା ନେଇ ଯାଇଥିଲେ।

୧୦-କଡ଼ାକଡ଼ି ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ରୁଲ୍ସ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍‌-ବି ଓ ଉପରିସ୍ଥ ଅଧିକାରୀ ।

୧୧-ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

୧୨-ପାରଳାଖେମୁଣ୍ଡି:ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ ଓ ବରିଷ୍ଠ ସହାୟକ ନରେଶ ପଟ୍ଟନାୟକ, ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।

୧୩-ରଜ ଉପଲକ୍ଷେ ମୁକ୍ତିଲାଭ କରିବ ‘ଫାଷ୍ଟ ଲଭ୍’,ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ।

୧୪-ଭୁବନେଶ୍ୱର:ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ।

୧୫-ପୁରୀ ସଦର ସମଙ୍ଗରା ଗାଁ:ନିଶା ଖାଇବା ପାଇଁ ଦେଲାନି ପଇସା, ପୁଅର ଫାଉଡା ଚୋଟରେ ମାଆ ମୃତ।

୧୬-ସୁନ୍ଦରଗଡ଼ ବାଙ୍କୋ ପଥର ଖଣି:କିଏ ଲୁଟିନେଲା ୪ ଟନ ବିସ୍ଫୋରକ, ୪୮ ଘଣ୍ଟା ପରେ ବି ଟେର୍ ପାଉନି ପୋଲିସ।

୧୭-ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ, ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି।

୧୮-ହୋମଗାର୍ଡ ଚାକିରି ଆଶାୟୀ ସୁଲନ୍ତ ମିଶାଲଙ୍କ ମୃତ୍ୟୁ,୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୯-ପାଟଣା ବନାଞ୍ଚଳ:ଗାଁ ମୁହାଁ ହୋଇ ୬ଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି ହାତୀ ପଲ।

୨୦-୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ, ମାଡ଼ି ବସିଲା CBI।

୨୧-କ୍ବାଲିଫାୟାର ୨ ଖେଳିବା ଲକ୍ଷ୍ୟରେ ଗିଲ୍ -ହାର୍ଦିକ। ଗୁଜୁରାଟ- ମୁମ୍ବାଇ ଏଲିମିନେଟର ଆଜି।

୨୨-ମେ ୩୧ରେ ପୁଣି ମକ୍‌ ଡ୍ରିଲ୍: ପାକିସ୍ତାନ ସୀମାବର୍ତ୍ତି ରାଜ୍ୟ ସମେତ ୬ଟି ସ୍ଥାନରେ ହେବ ସୁରକ୍ଷା ଅଭ୍ୟାସ।

୨୩-ରାଜନୀତିରେ ମସ୍କଙ୍କ ସମ୍ପୃକ୍ତିକୁ ଟ୍ରମ୍ପଙ୍କ ବିରୋଧ, ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ୍ ।

For more updates Join our WhatsApp Channel  

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024