ଖବର ଆଜିର ତାରିଖ:୨୪/୦୫/୨୫, ଶନିବାର

 

୧-ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ।ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ।

୨-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମେ’ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

୩-ଯୁକ୍ତ ଦୁଇ ରିଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

୪-ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନିଯୁକ୍ତି।

୫-ଭୁବନେଶ୍ୱର:ଖାରବେଳ ନଗରରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୪ଟି କାର ପିଟି ହୋଇଥିବା ସୂଚନା।

୬-ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି।

୭-ଖଣି ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଗଲା ଭିଜିଲାନ୍‍ସ ହାତକୁ।

୮-ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି।

୯-ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

୧୦-ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି: ମୁଖ୍ୟମନ୍ତ୍ରୀ।

୧୧-କେନ୍ଦୁଝର ପାଟଣା ଥାନା ସିଲିପଦା ଗାଁରେ ଅଘଟଣ,ଏକାସାଙ୍ଗେ ଚାଲିଗଲା ଜେଜେ-ନାତିଙ୍କ ଜୀବନ, ନାତି ଜନ୍ମ ଦିନରେ ନଦୀକୁ ଯାଇଥିଲେ ଗାଧୋଇ।

୧୨-୭ ବର୍ଷର ଛକାପଞ୍ଝା ଶେଷ, ଚାକିରୀ ନାଁରେ ଠକି ଥିବା ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ।

୧୩-ମେ’ ୩୧ରୁ ଜୁନ ୨୬ ମାସେ ବ୍ୟାପୀ ରାଜ୍ୟରେ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ।

୧୪-ଭୁବନେଶ୍ୱର:ଆକ୍ସନ ମୋଡରେ କମିଶନରେଟ ପୋଲିସ୍, କେଦାରପଲ୍ଲୀ ବସ୍ତିରେ ଅପରାଧୀ ଘର ଉପରେ ବୁଲିଲା ବୁଲଡୋଜର।

୧୫-ବାରିପଦା: ମ୍ୟୁନିସିପାଲଟି କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ହାତରେ।

୧୬-ଧରାପଡିଲା କଟକ ବୟାଳିଶ ମୌଜା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ।

୧୭-ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକଙ୍କୁ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍‌, ମିଳିବ ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ,ଆବେଦନର ଶେଷ ତାରିଖ ଜୁନ୍‌ ୧୬।

୧୮-୧୭୩/୩ରୁ ଭୁଶୁଡିଗଲା ବେଙ୍ଗାଲୁରୁ ଇନିଂସ, ୪୨ ରନରେ ଜିତିଲା ହାଇଦ୍ରାବାଦ।

୧୯-ଆଇପିଏଲ ଫାଇନାଲ ଏବଂ ପ୍ଲେ ଅଫ୍ ପାଇଁ ଭେନ୍ୟୁ ଘୋଷଣା, ଅହମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍।

୨୦-IPL:ଜୟପୁରରେ ଆଜି ପଞ୍ଜାବ-ଦିଲ୍ଲୀ ମୁକାବିଲା।

୨୧-ଇସ୍ରାଏଲର କମ୍ପାନୀ ଓ ଭାରତୀୟ ଡିଫେନ୍ସ ଫାର୍ମ ମିଳିତ ନିର୍ମାଣ କରିବେ ଡ୍ରୋନ, ହେଲା ବଡ଼ ଘୋଷଣା।

୨୨-' ଭାରତକୁ ଦୃଢ ସମର୍ଥନ କରେ ଜର୍ମାନୀ' , ବିଦେଶ ମନ୍ତ୍ରୀ କହିଲେ –ଆତଙ୍କବାଦ ବିରୋଧରେ ନିଜକୁ ସୁରକ୍ଷା ଦେବାର ଅଧିକାର ଭାରତର ଅଛି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024