ଖବର ଆଜିର ତାରିଖ:୧୧/୦୫/୨୫, ରବିବାର



୧-ଆମେରିକାର ମଧ୍ୟସ୍ଥତା ଅସଫଳ, ତିନି ଘଣ୍ଟା ତିଷ୍ଠିଲାନି ଅସ୍ତ୍ର ବିରତି,ସହମତିକୁ ପାକିସ୍ତାନର ବେଖାତିର, ଶ୍ରୀନଗର ଓ ବାରମୂଳା ସେକ୍ଟରରେ କଲା ଡ୍ରୋନ ଆକ୍ରମଣ।

୨-ପାକିସ୍ତାନ ଅସ୍ତ୍ରବିରତିର ଘୋର ଉଲ୍ଲଙ୍ଘନ କରିଛି, ଦୃଢ଼ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେବାକୁ ସେନାକୁ ନିର୍ଦେଶ।

୩-ଭାରତ-ବାଂଲାଦେଶ ସୀମା ଉପରେ ନଜର ରଖାଯାଇଛି, କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ: ଆସାମ ମୁଖ୍ୟମନ୍ତ୍ରୀ।

୪-ଭୁବନେଶ୍ୱର:ଆସନ୍ତା ସପ୍ତାହରେ +୨ରେଜଲ୍ଟ,CBSE ଦଶମ ଓ ଦ୍ବାଦଶ ଫଳ ବି ଆସିବ।

୫-ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିପାତ, ମୃତକ ମଧ୍ୟରେ ଅଛନ୍ତି ମାସୁଦର ଦୁଇ ଶାଳକ।

୬-ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ

୭-ଆନନ୍ଦପୁର:ହ୍ବାଟ୍ସଆପ୍ ରେ ଷ୍ଟାଟସ୍ ଦେଇ ରହୁଥିବା ମେସ୍ ରୁମ୍ ରେ ବେକରେ ଓଡଣୀ ଲଗାଇ ଝୁଲିପଡି ମୃତ୍ୟୁବରଣ କରିଛନ୍ତି ଜଣେ କଲେଜ୍ ଛାତ୍ରୀ।

୮-ଭୁବନେଶ୍ୱର:୧୪ ଯାଏଁ କଲବଲ କରିବ ଖରା, ନାକେଦମ କରିବ ଗୁଳୁଗୁଳି।

୯-ରାୟଗଡ଼ା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ୍‌ରେ ଭୟାବହ ଅଗ୍ନିକାଣ୍ଡ,କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ।

୧୦-କଟକ:SCB ପରିସରରୁ ୪ ଦଲାଲ ଗିରଫ, ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଉଥିଲେ।

୧୧-ଭୁବନେଶ୍ୱର:ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାରଙ୍କ ନିର୍ଦ୍ଦେଶ।

୧୨-ଭୁବନେଶ୍ୱର: ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା, ବିନା ଲାଇସେନ୍ସରେ ଉଡ଼ି ପାରିବନି ଡ୍ରୋନ୍‌।

୧୩-କ୍ରୀଡ଼ାର ବିକାଶ ନେଇ ବୁଝାମଣା, କିଟ୍‌-କିସ୍‍ ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ।

୧୪-ଏଥର ଆଗୁଆ ପହଞ୍ଚିବ ମୌସୁମୀ, ମେ' ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ।

୧୫-ଭାରତ ପାକ୍ ସଂଘର୍ଷ: ମାଡ଼ ଖାଇଲା ପର୍ଯ୍ୟଟନ,୭ ଦିନ ପାଇଁ ସବୁ ବୁକିଂ ବାତିଲ।ଖରାଦିନିଆ ବେପାର ଗୁରୁତର ପ୍ରଭାବିତ।

୧୬-ଆସନ୍ତା ସପ୍ତାହରେ ଆରମ୍ଭ ହେବ IPL, ଦକ୍ଷିଣ ଭାରତରେ ଖେଳାଯିବ ବାକି ୧୬ ମ୍ୟାଚ୍।

୧୭-ପାକ୍ କୁ ଭାରତର କଡ଼ା ସଂନ୍ଦେଶ,ଏଣିକି ଆତଙ୍କୀ ଆକ୍ରମଣର ଅର୍ଥ ଯୁଦ୍ଧ।

୧୮-ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କ ନାଁରେ ଫେକ୍ ‘ଏକ୍ସ’ ଆକାଉଣ୍ଟ ରହିଛି।

୧୯-ପାକିସ୍ତାନ ଭାରତର ଏସ-୪୦୦ ଧ୍ବଂସ କରିଥିବା ଖବର ମିଛ, ସ୍ପଷ୍ଟ କଲା ବାୟୁସେନା।

୨୦-ସାଂଘାଇ:ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୨ରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ।

୨୧-ଜାମ୍ମୁ-କାଶ୍ମୀରରୁ ଫେରିଲେ ୧୧ ଛାତ୍ରଛାତ୍ରୀ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଦିଲ୍ଲୀରୁ ଭୁବନେଶ୍ଵର ଫେରିଲେ, ଶ୍ରୀନଗରରେ ଫସିରହିଛନ୍ତି ଆହୁରି ୫ ଛାତ୍ରୀ, ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ପରିବାର ପକ୍ଷରୁ ନିବେଦନ।

୨୨-ଅପରେସନ ‘ସିନ୍ଦୂର’କୁ ନେଇ ବିଦେଶ ମନ୍ତ୍ରଣାଳୟ ଓ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ:ପାକିସ୍ତାନ ବହୁ ମିଥ୍ୟା ଖବର ଓ ଗୁଜବ ପ୍ରସାରିତ କରୁଛି,
ଭାରତର କୌଣସି କ୍ଷତି ହୋଇଥିବା ଖବର ସମ୍ପୂର୍ଣ୍ଣ ମିଛ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024