ଖବର ଆଜିର ତାରିଖ:୦୮/୦୫/୨୫, ଗୁରୁବାର


୧-ଭୁବନେଶ୍ୱର:ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ,୫ ବିଭାଗର ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ।

୨-ସାରା ରାଜ୍ୟରେ ଚାଲିବ ମୁଖ୍ୟମନ୍ତ୍ରୀ ବସ୍ ସେବା, ବସ୍ ଭଡ଼ାରେ ମହିଳା, ଛାତ୍ରଛାତ୍ରୀଙ୍କୁ ମିଳିବ ୫୦% ରିହାତି।

୩-ରାଜଧାନୀ ହେବ ପ୍ରଦୂଷଣ ମୁକ୍ତ, ପ୍ରମୁଖ ଛକରେ ପ୍ରତିଷ୍ଠା ହେବ ୨୩ଟି EV ଷ୍ଟେସନ।

୪-କଟକ: ରାଜ୍ୟ ପୁଲିସ ବାହିନୀରେ ୬୩ SIଙ୍କ ବଦଳି, କମିଶନରେଟ୍ ପୁଲିସ୍ ରୁ ୭ ଅଦଳବଦଳ।

୫-ଆସନ୍ତା ୧୨ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ।

୬-ମାଲକାନଗିରି:ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୨୨ ମାଓବାଦୀ ନିହତ।

୭-ଅପରେସନ୍ ସିନ୍ଦୂର ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ: ଲେଖିଲେ ‘ଜୟହିନ୍ଦ’।

୮-ଭୁବନେଶ୍ଵର ସିଭିଲ ଡିଫେନ୍ସ ମକ୍ ଡ୍ରିଲ ଅପରାହ୍ନ ୪ଟାରେ ରାଜମହଲ ଛକରେ ଅନୁଷ୍ଠିତ ହୋଇଯାଇଛି।

୯-ଝାରସୁଗୁଡା:ସୁପ୍ରିମକୋର୍ଟର ଶୁଣାଣିକୁ ପୁନଃ ଶୁଣାଣି କରିବା ନେଇ ଭୂଷଣ ଜେ.ଏସ.ଡବ୍ଲୁ.ର କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା।

୧୦-ପୁଣି ବଢିଲା ସୁନା ଦର,୨୨ କ୍ୟାରେଟ୍‌ ସୁନା ଦାମ୍ ୫୦୦ ଟଙ୍କା ବୃଦ୍ଧି ପାଇ ୯୦,୭୫୦ ଟଙ୍କା ହୋଇଛି, ସେହିପରି ୨୪ କ୍ୟାରେଟ୍‌ ସୁନା ଦର ୫୪୦ ଟଙ୍କା ବଢି ୯୯,୦୦୦ରେ ପହଞ୍ଚିଛି।

୧୧-ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା।

୧୨-କଲିକତା:ବ୍ରେଭିସ୍,ଦୁଵେଙ୍କ ଚମକ, ଚେନ୍ନାଇ ଠାରୁ ହାରି ଚିନ୍ତାରେ କୋଲକାତା।

୧୩-ଧର୍ମଶାଳା: ପ୍ଲେ ଅଫ୍ ଲକ୍ଷ୍ୟରେ ପଞ୍ଜାବ,ଅକ୍ଷର-ଅୟର ଲଢେଇ ଆଜି।

୧୪-ନୂଆଦିଲ୍ଲୀ:ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

୧୫-ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ, ଆତଙ୍କବାଦୀଙ୍କୁ ଦେଇଛି କଡ଼ା ଯବାବ-ପ୍ରତିରକ୍ଷା ମନ୍ତ୍ରୀ।

୧୬-ଭାରତ ପାକ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ସୋସିଆଲ ମିଡିଆରେ ବୁଲୁଛି ନକଲି ଭିଡିଓ,୨୦୨୦ ମସିହା ଲେବାନନର ବନ୍ଦର ବିସ୍ଫୋରଣ ଭିଡିଓ ହେଉଛି ଭାଇରାଲ୍।

୧୭-IPL ୨୦୨୫ ଭିତରେ ଆସିଲା ଧମକପୂର୍ଣ୍ଣ ଇମେଲ୍ : ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ ଉଡାଇଦେବୁ।

୧୮-ନୁଆ ଦିଲ୍ଲୀ:ଟେଷ୍ଟରୁ ସନ୍ୟାସ ନେଲେ ରୋହିତ ଶର୍ମା, ଓ୍ବାନଡେ ଖେଳିବା ଜାରି ରଖିବେ।

୧୯-ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଲେ ଗୃହ ମନ୍ତ୍ରୀ।

୨୦-ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ବି ହେଲେ ସାମିଲ।

୨୧-ପାକ ସେନା ଆକ୍ରମଣ: କାଶ୍ମୀର ପୁଞ୍ଚରେ ଥିବା ଗୁରୁଦ୍ୱାର ଧ୍ୱଂସ, ୪ ଶ୍ରଦ୍ଧାଳୁ ମୃତ।

୨୨-ପାକିସ୍ତାନର ବାହାୱଲପୁରରେ 
ମସୁଦ ଅଜହରର ପରିବାର ସଫା, ଆତଙ୍କୀ ପରିବାରର ୧୪ ନିପାତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024