ଖବର ଆଜିର ତାରିଖ:୦୧/୦୭/୨୫, ମଙ୍ଗଳବାର
୧-ଭୁବନେଶ୍ୱର:ଇ କେଓ୍ବାଇସ୍ କରି ନ ଥିଲେ ଚାଉଳ ବନ୍ଦ। ଜୁନ୍ ଶେଷ ଶୁଦ୍ଧା ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଇ- କେଓ୍ବାଇସ୍ କରି ନାହାନ୍ତି। ୨-ଭୁବନେଶ୍ୱର:ସରିଲା+୨ନାମଲେଖା ଅନଲାଇନ୍ ଆବେଦନ, ଜୁଲାଇ ୭ରେ ବାହାରିବ ପ୍ରଥମ ମେଧା ତାଲିକା । ୩-ଆଜିଠୁ LLB ନାମଲେଖା ଆବେଦନ ଆରମ୍ଭ,୧୫ ଯାଏଁ ଚାଲିବ,୨୧ରେ ପ୍ରଥମ ମେଧା ତାଲିକା ପ୍ରକାଶ ହେବ। ୪-ଶରଧାବାଲିରେ ଦଳଚକଟା ପ୍ରସଙ୍ଗ; ଆଇନମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କଲା ବିଜେଡି। ୫-ଭୁବନେଶ୍ୱର:'ଶିଶୁ ସେବିକା' ନିଯୁକ୍ତି କରିବେ ସ୍କୁଲ ପରିଚାଳନା କମିଟି,ମାସିକ ୩୦୦୦ ଟଙ୍କା ପାରିଶ୍ରମିକ ରହିବ। ୬-ମହଙ୍ଗା ହେଲାଣି କଞ୍ଚା ପରିବା ,୫୦୦ ଟଙ୍କାରେ ପୁରୁନି ବ୍ୟାଗ୍।ଆଗକୁ ଅଛି ଶ୍ରାବଣ ମାସ। ୭-ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ,ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ୮-ପୁରୀ:ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଲାଗି ହେଲା ମହାପ୍ରସାଦ, କୃତାର୍ଥ ହେଲେ ଭକ୍ତ। ୯-ଭୁବନେଶ୍ୱର:ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନବୀନଙ୍କ ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ ସଂଘ।ବିଜେପି କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ। ୧୦-ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟିରେ ଯିବେ ସବୁ ଓଏଏସ ଅଧକାରୀ। ୧୧-ମୃତ୍ତିକା ସଂରକ୍ଷଣ ...