ଖବର ଆଜିର ତାରିଖ:୨୨/୦୬/୨୫, ରବିବାର



୧-ପାଣି ଛାଡିଲା ଝାଡ଼ଖଣ୍ଡ,ବଢିଲା ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ଵରରେ ବନ୍ୟା।

୨-ଭୁବନେଶ୍ୱର: ବିଜ୍ଞପ୍ତି ପ୍ରକାଶ, ବନ୍ୟଜନ୍ତୁଙ୍କ ଦ୍ବାରା ମୃତ୍ୟୁ ହେଲେ ୧୦ ଲକ୍ଷ କ୍ଷତିପୂରଣ।

୩-ଟାଇମ୍ସ ହାୟର ଏଡୁକେସନ ଇମ୍ପାକ୍ଟ ରାଙ୍କିଂ ୨୦୨୫,ଭାରତରେ ୫ମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ।

୪-ଭୁବନେଶ୍ୱର:କେନ୍ଦୁପତ୍ର କର୍ମଚାରୀଙ୍କୁ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ସଂଘ।

୫-ଭୁବନେଶ୍ୱର:ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍, ଲିଟର ପ୍ରତି ୪ ଟଙ୍କା ବୃଦ୍ଧି।

୬-ଆସନ୍ତା ୨୪ରୁ ରାଜ୍ୟରେ ବଢିବ ବର୍ଷା, ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୭-ଖଣ୍ଡଗିରି, ଶ୍ୟାମପୁର: ରାଜଧାନୀରେ ଦିନ ଦ୍ବିପହରରେ ବୁଲିଲା ଖଣ୍ଡା,ଜମି ଜବରଦଖଲକୁ ନେଇ ଗୋଡ଼ାଇ ହାଣିଲେ।

୮-ଜୁଲାଇ ୧୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ପୋଷାକ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଦୁଇହଳ ଲେଖାଁଏ ଡ୍ରେସ।

୯-ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ପଶିଲା ବନ୍ଯାଜଳ।

୧୦-ଭୁବନେଶ୍ୱର:କିଟ୍‍ ଓ କିସ୍ ରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

୧୧-ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ , କହିଲେ -ଯୋଗ ଦ୍ୱାରା ଏକାଗ୍ରତା ଓ ସ୍ଥିରତା ଆସିଥାଏ।

୧୨-ଜରାଜୀର୍ଣ୍ଣ ହୋଇପଡ଼ିଛି ଅନେକ ଗ୍ରାମୀଣ ପାର୍କ, ଅନାବନା ଗଛରେ ଭର୍ତ୍ତି ପାର୍କ ପରିସର।

୧୩-ବସ୍ତା ଜାତୀୟ ରାଜ ପଥ:୪୪ କେଜି ଗଞ୍ଜେଇ ଜବତ , ମହିଳାଙ୍କ ସମେତ ୫ ଗିରଫ।

୧୪-ଜଳେଶ୍ୱର:ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଶୁଆଇଦେଲା ସ୍ତ୍ରୀ।ସ୍ୱାମୀ ଜଣକ ହେଲେ ରମାକାନ୍ତ ଘୋଷ,ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି ।

୧୫-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ୍ ଅଫ ବରୋଦା ନିକଟରେ ହୋଇଛି ଲୁଟ।ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଧରି ଫେରାର ହେଲେ ଦୁବୃର୍ତ୍ତ।

୧୬-ଗୌହାଟିରୁ ଚେନ୍ନାଇ ବିମାନ:
ମଝି ଆକାଶରେ ବିମାନରେ ସରିଗଲା ଇନ୍ଧନ; ହାତ ଟେକିଦେଲେ ପାଇଲଟ,ବେଙ୍ଗାଲୁରୁରେ ହେଲା ଏମରଜେନ୍ସି ଲ୍ୟାଣ୍ଡିଂ ।

୧୭-ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଜେଲ ଗଲେ ସୋନମ ଓ ରାଜ କୁଶଓ୍ବାହା।

୧୮-ଲିଡ୍ସ:ପନ୍ତଙ୍କ ଶତକ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୭୧ ରନରେ ଅଲଆଉଟ୍, ଇଂଲଣ୍ଡ ୩/୨୦୯।

୧୯-ମିଜୋରାମ:ଆଜି ବି ବଞ୍ଚିଛି ସଚ୍ଚୋଟ ପଣିଆ, ଯାତ୍ରୀ ଛାଡ଼ି ଦେଇଥିବା ୧୭ ଲକ୍ଷ ଟଙ୍କା ଫେରାଇଲେ ଅଟୋ ଚାଳକ।

୨୦-ବ୍ରାଜିଲ: ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ୮ ମୃତ।

୨୧-ଇରାନ- ଇସ୍ରାଏଲ ଯୁଦ୍ଧ ; ସାରା ରାତି କ୍ଷେପଣାସ୍ତ୍ର ମାଡ କଲା ଇରାନ୍‌।

୨୨-ଇରାନରେ ଭୂକମ୍ପ,ତୀବ୍ରତା ୫.୫ ରେକର୍ଡ , ପରମାଣୁ କେନ୍ଦ୍ରରେ ଇସ୍ରାଏଲର ଆକ୍ରମଣ ଯୋଗୁ ଭୂମିକମ୍ପ ସନ୍ଦେହ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)