ଖବର ଆଜିର ତାରିଖ:୨୭/୦୬/୨୫, ଶୁକ୍ରବାର



୧-ପୁରୀ:ଆସୁଛନ୍ତି ଆଜି କାଳିଆ ସାଆନ୍ତ, ଉତ୍କଣ୍ଠିତ ରଥ,ପଥ ଓ ଭକ୍ତ।

୨-ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।

୩-ରାଜ୍ୟବାସୀଙ୍କୁ ମୁମ୍ବାଇରୁ ରଥଯାତ୍ରାର ଶୁଭେଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୪-ରଥଯାତ୍ରା ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀକ୍ଷେତ୍ର, ଉତ୍ତରା ଛକ ଠାରୁ ପୁରୀ ଯାଏଁ ଲାଗିଛି ୨୭୫ଟି AI ସିସିଟିଭି କ୍ୟାମେରା।

୫-ପୁରୀ:ରଥଯାତ୍ରା ନୀତି ନିର୍ଘଣ୍ଟ, ୯.୩୦ରୁ ପହଣ୍ଡି, ଅପରାହ୍ନ ୪ଟାରୁ ରଥଟଣା।

୬-ଭୁବନେଶ୍ୱର:ରଥଯାତ୍ରା ପାଇଁ ଗଡ଼ିବ ୫୦ ସ୍ବତନ୍ତ୍ର ଆମ ବସ୍।

୭-ଆଜି ପୁରୀ ଆସୁଛନ୍ତି ଉପରାଷ୍ଟ୍ରପତି; ରଥଯାତ୍ରାରେ ହେବେ ସାମିଲ।

୮-୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି ଜାରି।

୯-ସାମୟିକ କର୍ମଚାରୀଙ୍କୁ ଚାକିରି ଛାଡ଼ିବାବେଳେ ମିଳିବ ୨.୫ ଲକ୍ଷ, ପ୍ରତି ଦୁଇ ବର୍ଷରେ ୧୦% ବଢ଼ିବ ଗ୍ରାଚ୍ୟୁଇଟି।

୧୦-ବହୁଚର୍ଚ୍ଚିତ ଦୀପୁ-ଓମ୍ ହତ୍ୟା ମାମଲା, ଧଳସାମନ୍ତ ଭାଇଙ୍କ ସମେତ ସମସ୍ତ ୮ ଅଭିଯୁକ୍ତ ଦୋଷମୁକ୍ତ।

୧୧-ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

୧୨-ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ।ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯିବାର ବ୍ୟବସ୍ଥା ହେଉଛି।

୧୩-ଭୁବନେଶ୍ୱର:ଆଦାନୀ ଓ ଜେଏସଡବଲ୍ୟୁ ସହ MOU, ୧୮ହଜାର କୋଟିରୁ ଅଧିକ ଟଙ୍କାର ହେବ ନିବେଶ।

୧୪-ପୁରୀ ରଥଯାତ୍ରାରେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ, ଅନ୍ନ ସେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା।

୧୫-ଭୁବନେଶ୍ୱରର ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି, ନିଆଁ ଲାଗି ଜଣେ ମୃତ।

୧୬-ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁଜଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ।

୧୭-ସୋର : ଶ୍ବଶୂର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା । ଗୋପୀନାଥପୁର ଗାଁରେ ଘଟିଛି ଏଭଳି ଘଟଣା ।

୧୮-ଛତିଶଗଡ଼ ଅବୁଝମାଡ଼ ଏନକାଉଣ୍ଟରରେ ୨ ମହିଳା ନକ୍ସଲ ନିହତ, ଥିଲା ୬ଲକ୍ଷ ଟଙ୍କାର ପୁରସ୍କାର।

୧୯-ଛତିଶଗଡ଼ର ପ୍ରସିଦ୍ଧ ହାସ୍ୟ କବି ପଦ୍ମଶ୍ରୀ ଡ. ସୁରେନ୍ଦ୍ର ଦୁବେଙ୍କ ପରଲୋକ।

୨୦-ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ନାମ ଘୋଷଣା କଲା ଇଂଲଣ୍ଡ, ୪ ବର୍ଷ ପରେ ଫେରିଲେ ଜୋଫ୍ରା ଆର୍ଚର।

୨୧-ଆମେରିକା ଯିବାକୁ ହେଲେ ଦେବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ ତଥ୍ୟ।

୨୨-ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ, ସମୟ ପୂର୍ବରୁ ହେଲା ଡକିଂ।ଆଇଏସଏସରେ ସାଥୀଙ୍କ ସହ ୧୪ ଦିନ ରହିବେ ଶୁଭାଂଶୁ।

୨୩-ଇରାନ ଆତ୍ମସମର୍ପଣ କରିବ , ଏମିତି ସମୟ କେବେ ଆସିବ ନାହିଁ : ଆମେରିକା ଓ ଇସ୍ରାଏଲକୁ ଖାମେନି ସ୍ପଷ୍ଟ ଶୁଣାଇ ଦେଲେ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024