ଖବର ଆଜିର ତାରିଖ:୧୧/୦୬/୨୫, ବୁଧବାର



୧-ବର୍ଷକର ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ,୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିଛୁ।୨୪ ବର୍ଷରେ ଯାହା ହୋଇ ନଥିଲା ୨୪ ମିନିଟ୍ ନିଷ୍ପତ୍ତିରେ ତାହା ହୋଇ ପାରିଲା।

୨-ପୁରୀ:ଆଜି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ।

୩-ଆସନ୍ତା ଜୁନ ୨୭ ତାରିଖରେ ଘୋଷଯାତ୍ରା,ରଥ ଉପରକୁ ମୋବାଇଲ ନେବା ଓ ଅଣସେବାୟତ ଚଢିବା ମନା।

୪-ପ୍ରକାଶ ପାଇଲା ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ଫଳ, ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ମିଳିଲା ରାଙ୍କ।

୫-ଭୁବନେଶ୍ୱର:ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା, ସଂଶୋଧନ ଆଣିଲା ଗୃହ ଓ ନଗର ଉନ୍ନୟନ ବିଭାଗ।

୬-ଭୁବନେଶ୍ୱର:ଇଗ୍ନୋରେ ଜୁଲାଇ ୨୦୨୫ ଶିକ୍ଷା ସତ୍ର ନାମଲେଖା ଆରମ୍ଭ।

୭-୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା, ଧରିଲା ଭିଜିଲାନ୍ସ।

୮-ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଗିରଫ।

୯-ଇନଫୋସିଟି ଥାନାରେ ପଥରଗାଡିଆ ଗାଁ ମହିଳାଙ୍କ ହଙ୍ଗାମା, ୫୦ ଜଣଙ୍କ ନାଁରେ ମାମଲା ରୁଜୁ।

୧୦-ଭୁବନେଶ୍ୱର:ଯାତ୍ରାରେ ପୁଣି କମ୍ପନ, ତୁଳସୀ ମାଲିକଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ମନୋରମା ଦାସ।

୧୧-କଟକ:ରାଜ୍ୟ ପରିବହନ ମଞ୍ଚର ମହଲତ, ଦାବି ପୂରଣ ନ ହେଲେ ଜୁଲାଇ ୮ରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ।

୧୨-କଟକ: ରାସ୍ତାରେ ଅଳିଆ ପକାଇଲେ ଜୋରିମାନା, ଘରୋଇ ୧୦୦, ବ୍ୟବସାୟୀଙ୍କୁ ୨୦୦ ଟଙ୍କା ତଣ୍ଡ।

୧୩-ଆନନ୍ଦପୁର,ତରାଇଲୋ ଗାଁ:ବାହାଘର ଭୋଜିଖାଇ ଝାଡାବାନ୍ତିରେ ୩୦ ଆକ୍ରାନ୍ତ , ଜଣେ ମୃତ।

୧୪-ନିଲମ୍ବିତ ହେଲେ IAS ଧୀମାନ ଚକମା, ଲାଞ୍ଚ ଅଭିଯୋଗ ପ୍ରମାଣିତ ହେଲେ ଜେଲ ଦଣ୍ଡ ଭୋଗି ପାରନ୍ତି।

୧୫-କଥା ଦେଇ ବ୍ୟଥା ଦେଲା ବିଜେପି ସରକାର ଏଭଳି ସ୍ଲୋଗାନ ଦେଇ ଗାଁ ଗାଁକୁ ଯିବେ ବିଜେଡି ନେତା ।

୧୬-ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ବ୍ୟାପିଲା ଝାଡ଼ା ବାନ୍ତି, ୪୦ ରୁ ଉର୍ଦ୍ଧ୍ଵ ରୋଗୀ ମେଡିକାଲରେ ଭର୍ତ୍ତି।

୧୭-ଭୁବନେଶ୍ୱର:୧୧ ବର୍ଷର ମୋଦୀ ସରକାର,୧ ବର୍ଷ ମୋହନ ସରକାର ଜନବିରୋଧୀ ପ୍ରମାଣିତ: କଂଗ୍ରେସ 

୧୮-ଭଦ୍ରକ ଷ୍ଟେସନରୁ ୩୦ କିଲୋ ଗଞ୍ଜେଇ ଜବତ; ଧରାପଡ଼ିଲେ ଦୁଇ, ଖସିଗଲା ମାଷ୍ଟ୍ରର ମାଇଣ୍ଡ।

୧୯-RPSC ଅଧ୍ୟକ୍ଷ ହେଲେ IPS ଉତ୍କଳ ରଂଜନ ସାହୁ; ସଚ୍ଚୋଟ ଭାବମୂର୍ତ୍ତି ପାଇଁ ରାଜସ୍ଥାନ ସରକାର ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

୨୦-ରାଜା ରଘୁବଂଶୀ ହତ୍ୟା ମାମଲା : ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ ,ପତ୍ନୀ ସୋନମ ମାଷ୍ଟରମାଇଣ୍ଡ।

୨୧-ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ ଅଞ୍ଚଳର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ , ୩ ଜଣଙ୍କର ମୃତ୍ୟୁ।

୨୨-ୟୁନୂସ ସରକାରଙ୍କୁ ବାଂଲାଦେଶ ଷ୍ଟୁଡେଣ୍ଟ ଲିଗ ମୁଖ୍ୟଙ୍କ ଟାର୍ଗେଟ, ପାକିସ୍ତାନ ପ୍ରତି ଘନିଷ୍ଠତା ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଘେରିଲେ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024