ଖବର ଆଜିର ତାରିଖ:୧୭/୦୬/୨୫, ମଙ୍ଗଳବାର



୧-ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’: ଦୁର୍ନୀତିଖୋର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ।ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ୍ ଶୁଣାଇଛନ୍ତି ମୋହନ ।

୨-ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି,ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି।

୩-କେନ୍ଦ୍ରୀୟ ଦଳର ଝାଡ଼ାବାନ୍ତି ରିପୋର୍ଟ: ମହାମାରୀ ନୂହେଁ, ସ୍ଥାନୀୟ ସଂକ୍ରମଣ।

୪-ରଜ ତିନିଦିନ ଧୂମ ବୁଲିଲେ,ଖେଳିଲେ, ପିଠା,ପାନ ଖାଇଲେ, ଆଜି ବସୁମତି ସ୍ନାନ।

୫-ଭୁବନେଶ୍ୱର:ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ, ଦୀର୍ଘ ଦିନର ଦାବି ଉପରେ ହେଲା ଆଲୋଚନା।

୬-ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଫୁଲୁରି ତେଲ, ଧୀରେ ଧୀରେ ସୁସ୍ଥ ହେବେ ତିନିଠାକୁର।

୭-ଗୁଣୁପୁର:ଭୋଜି କରି ଫେରିବା ବେଳେ ଅଘଟଣ , ବଜ୍ରଘାତରେ ୨ ମହିଳା ମୃତ ଓ ୧ ଗୁରୁତର।

୮-ଭୁବନେଶ୍ୱର:BMCକୁ ଘାରିଛି ଡେଙ୍ଗୁ ମୁକ୍ତାବିଲା ଚିନ୍ତା,ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା।

୯-ନନ୍ଦନକାନନ:ରଜ ତିନିଦିନରେ ବୁଲିଲେ ୭୮ ହଜାର ୩୨୨ ପର୍ଯ୍ୟଟକ।

୧୦-ବ୍ରହ୍ମପୁର:ଗୋପାଳପୁରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୭ ଅଟକ।

୧୧-ବାଲେଶ୍ୱର:ଘରେ ଶୋଇଥିବା ବେଳେ ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର।

୧୨-ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ସ୍ବାସ୍ଥ୍ୟ ମନ୍ତ୍ରୀ

୧୩-ସାଲେପୁର:ଅଫିସରେ ନିଶା ଖାଇଥିଲେ ତାପରେ ନିଲମ୍ବିତ ହେଲେ ଅବକାରୀ ବିଭାଗ ଅଧିକାରୀ ରଙ୍କନିଧି ମଲ୍ଲିକ।

୧୪-ବିଞ୍ଝାରପୁରରେ ୨ ସପ୍ତାହ ବନ୍ଦ ରହିବ ଢାବା, ଫାଷ୍ଟଫୁଡ ଦୋକାନ, ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ।

୧୫-ଆଳି: ପାନିଆ ଯୋରରେ ଗାଧୋଇଲା ବେଳେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର।

୧୬-ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ।

୧୭-ଇନଭେଷ୍ଟ ଠକେଇ ଘଟଣା: ଭଦ୍ରକରୁ ଉମାଶଙ୍କର ଦୀକ୍ଷିତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ୍।

୧୮-ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି ।

୧୯-ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ: ଅକ୍ଟୋବର ୫ରେ କଲୋମ୍ବୋରେ ଭାରତ- ପାକିସ୍ତାନ ମୁକାବିଲା।

୨୦-ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକିୟା ଜୋରଦାର : କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ହେଲା କମିଟି ଗଠନ।

୨୧-ସୁପ୍ରିମକୋର୍ଟ ନିୟମରେ ପରିବର୍ତ୍ତନ, ଏବେ ଶନିବାର ମଧ୍ୟ ଖୋଲା ରହିବ ରେଜିଷ୍ଟ୍ରି।

୨୨-ମୁମ୍ବାଇକୁ ବେହାଲ କରିଛି ଲଗାଣବର୍ଷା, ୧୮ ମୃତ : ମଧ୍ୟପ୍ରଦେଶ, ରାଜସ୍ଥାନରେ ମଧ୍ୟ ଗମ୍ଭୀର ସ୍ଥିତି।

୨୩-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍‌ରେ ସମ୍ମାନିତ କରିଛନ୍ତି ସାଇପ୍ରସ ରାଷ୍ଟ୍ରପତି।

୨୪-ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ,ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024