ଖବର ଆଜିର ତାରିଖ:୨୩/୦୬/୨୫, ସୋମବାର


 
୧-ବଢିଲା ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା:ଇରାନ ଉପରେ ଆମେରିକାର ବଙ୍କର ବିଧ୍ବଂସୀ ବୋମାମାଡ, ତିନି ପରମାଣୁ କେନ୍ଦ୍ର ଧ୍ବଂସ।

୨-ଋଷର ସହାୟତା ଲୋଡିଲା ଇରାନ; ଚୀନର ଯୁଦ୍ଧ ବନ୍ଦ ଅନୁରୋଧ।ବିଶ୍ବ ନେତାଙ୍କ ଉଦବେଗ, ଆମେରିକାକୁ ବ୍ରିଟେନ ଓ ଇସ୍ରାଏଲର ସମର୍ଥନ।

୩-ସ୍ନାତକ ନାମଲେଖା; ଦ୍ବିତୀୟ ମେଧା ତାଲିକା ପ୍ରକାଶ,୪୫,୫୦୨ ଛାତ୍ରଛାତ୍ରୀ ମନୋନୀତ।

୪-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି।

୫-କଟକ:ହାଇସ୍କୁଲ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆସିଲା ଆଡ଼ମିଟ କାର୍ଡ।

୬-ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

୭-ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ।

୮-ପୁରୀ:ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି, ରାଜନଅରକୁ ଦିଆଗଲା ସୁସ୍ଥତା ବାର୍ତ୍ତା।

୯-କଟକ:ହୋମ ଗାର୍ଡ ପଦବୀ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଭିଡ଼, ପରୀକ୍ଷା ଦେଉଛନ୍ତି ମୋଟ ୭ହଜାର ୯୫୩ ପରୀକ୍ଷାର୍ଥୀ।

୧୦-ଯାତ୍ରୀବାହୀ ବସ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା କାମାକ୍ଷାନଗର ପୋଲିସ ।

୧୧-ଡାଇରିଆ ସ୍ଥିତି ସମୀକ୍ଷା ପରେ ଦଶହରା ପର୍ଯ୍ୟନ୍ତ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୧୨-ପହଲଗାଓଁ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ।

୧୩-ଭଦ୍ରକରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, ଘଟଣାସ୍ଥଳରେ ପୂର୍ବଞ୍ଚଳ ଡିଆଇଜିଙ୍କ ତଦନ୍ତ ଆରମ୍ଭ।

୧୪-ରଥଯାତ୍ରା ପାଇଁ ଚାଲିବ ୩୬୫ ଟ୍ରେନ, ଭକ୍ତଙ୍କୁ ମିଳିବ ନିରାପଦ, ଆରାମଦାୟକ ଯାତ୍ରା ସୁବିଧା।

୧୫-ଡିଜିସିଏଙ୍କ ନିର୍ଦେଶକ୍ରମେ ଦାୟିତ୍ବରୁ ହଟିଲେ ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀ।

୧୬-ନୂଆଦିଲ୍ଲୀ: ଅପରସେନ ସିନ୍ଧୁ ଅନୁଯାୟୀ ଇରାନରୁ ୪ଟି ପର୍ଯ୍ୟାୟରେ ମୋଟ ୧୧୧୭ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। 

୧୭-ହେଡିଂଲି ଟେଷ୍ଟ:ବ୍ରୁକଙ୍କ ୯୯,ବୁମରାଙ୍କୁ ୫ ଓ୍ବିକେଟ୍;ଭାରତ ୯୬ ରନ୍ ଆଗରେ।

୧୮-ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ।

୧୯-ଯୁଦ୍ଧ ମଧ୍ୟରେ ଇରାନର ବଡ଼ ପଦକ୍ଷେପ , ସଂସଦରେ ପାସ୍‌ ହୋଇଗଲା ହୋର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିବା ପ୍ରସ୍ତାବ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024