ଖବର ଆଜିର ତାରିଖ:୧୫/୦୬/୨୫, ରବିବାର



୧-ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର।ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର।

୨-ରଜକୁ ନେଇ ଉତ୍ସବମୁଖର ଗାଁଠୁ ସହର; ସବୁଠି ପୋଡ଼ପିଠାର ବାସ୍ନା,ରଜ ପାନର ମହକ।

୩-ଆସନ୍ତା ୨୧ ତାରିଖରେ ସବୁ ବିଦ୍ୟାଳୟରେ ପାଳନ ହେବ ଯୋଗ ଦିବସ।

୪-ନନ୍ଦନକାନନରେ ରଜ ମଉଜ :ପ୍ରଥମ ରଜରେ ବୁଲିଲେ ୨୪ ହଜାର ପର୍ଯ୍ୟଟକ।

୫-ଭୁବନେଶ୍ୱର, ଲିଙ୍ଗିପୁର ଛକ:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବାଇକ୍ ପାର୍କିଂକୁ ନେଇ ହେଲା ହଣାକଟା।

୬-ବାଙ୍ଗିରିପୋଷି:ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ।

୭-ଯାଜପୁର: କଲେରା ଚିହ୍ନଟ ପରେ ସାମୁହିକ ସମାବେଶରେ ଭୋଜିର ଆୟୋଜନ ମନା।

୮-କଣିହାଁ:ଅଙ୍ଗନୱାଡି ଦିଦି ଖାଇଗଲେ ଛୁଆଙ୍କ ପୁଷ୍ଟିକର ଖାଦ୍ୟ, ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ।

୯-ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକରେ ଝାଡାବାନ୍ତି ଆତଙ୍କ: କେନ୍ଦ୍ରରୁ ଆସୁଛନ୍ତି ୧୪ ଜଣିଆ ଟିମ୍

୧୦-ଓଡ଼ିଶା କ୍ୟାଡ଼ରର ୨ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ; ଆର୍ ଭିନୀଲ କ୍ରିଷ୍ଣା ଓ ଭିଭି ଯାଦବ ଆକାଂକ୍ଷୀ ଜିଲା ପ୍ରଭାରୀ ନିଯୁକ୍ତ।

୧୧-ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ।

୧୨-ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର।

୧୩-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ କମ୍ପାନୀ।

୧୪-ନୂଆ ଦିଲ୍ଲୀ:ଅକ୍ଟୋବର ୧୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି। ଅଗଷ୍ଟ ୨୮ରୁ ଦୁଲଫି ଟ୍ରଫି।

୧୫-୨୦ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ତ୍ରିରଙ୍ଗା ଯାତ୍ରାରେ ସାମିଲ୍‌ ହେବା ପରେ କରିବେ ରୋଡ୍‌ ଶୋ।

୧୬-ରେଲୱେର ପ୍ରସ୍ତୁତି ଆରମ୍ଭ:ଏବେ ନନ୍-ଏସି କୋଚ୍‌ରେ ମିଳିବ ଏସି କୋଚ୍‌ ଭଳି ସୁବିଧା।

୧୭-ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା।ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି।

୧୮-ଆମେରିକାର ମିନେସୋଟା ସହର:ମହିଳା ସାଂସଦ ଓ ସ୍ଵାମୀଙ୍କୁ ଗୁଳି କରି ହତ୍ୟା, ଆଉ ଜଣେ ସାଂସଦ ଗୁରୁତର।

୧୯-ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଆକାଶରେ ‘ଟ୍ରାଫିକ ଜାମ୍’, ଦୈନିକ ବଦଳୁଛି ଶହଶହ ବିମାନଙ୍କ ରୁଟ୍।

୨୦-‘ତେହରାନ ଜଳିବ-ନିଆଁର ଜବାବ ନିଆଁରେ ଦେବୁ’; ଇରାନକୁ ଏପରି ଧମକ ଦେଲା ଇସ୍ରାଏଲ।

୨୧-ଆମେରିକା ଓ ବ୍ରିଟେନକୁ ଇରାନର ନାଲିଆଖି: ଇସ୍ରାଏଲକୁ ସାହାଯ୍ୟ କଲେ ଭୟଙ୍କର ହେବ ପରିଣାମ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)