ଖବର ଆଜିର ତାରିଖ:୨୮/୦୬/୨୫, ଶନିବାର


୧-ପୁରୀ:ବଳଗଣ୍ଡି ଛକରେ ଅଟକିଲେ ବଳଭଦ୍ର, ମରୀଚିକୋଟରେ ଦର୍ପଦଳନ,କିଛି ବାଟ ଗଡ଼ି ଅଟକିଲା ନନ୍ଦିଘୋଷ।୧୦ ଲକ୍ଷରୁ ଉର୍ଦ୍ଧ୍ବ ଜନସମାଗମ।

୨-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମିଳିବ ଜୋତା,ମୋଜା।ଟୋପି ଓ ଟି ସାର୍ଟରେ 'ବିଦ୍ଯାବନ୍ତ ବିଦ୍ୟାର୍ଥୀ',ବିକଶିତ ଓଡ଼ିଶା ଲୋଗୋ।

୩-ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଜୁନ ୩୦ ଓ ଜୁଲାଇ ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

୪-ଭୁବନେଶ୍ୱର:ଖୁବଶୀଘ୍ର ମାଗଣା '୧୦୯ ଶବ ବାହନ ସେବା, ୨ରେ ମାର୍ଗଦର୍ଶିକା ପ୍ରସ୍ତୁତି ବୈଠକ।

୫-ଭୁବନେଶ୍ୱର:୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆରମ୍ଭ ହେଲା ପଞ୍ଜିକରଣ।

୬-ହସ୍ପିଟାଲରୁ ଟିଭିରେ ରଥଯାତ୍ରା ଦେଖିଲେ ନବୀନ।

୭-ପୁରୀରେ ପତ୍ନୀଙ୍କ ସହ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହ ମନ୍ତ୍ରି ମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ରଥ ଟାଣିଲେ।

୮-ଭୁବନେଶ୍ୱର:ରାଜଧାନୀରେ ଘୋଷଯାତ୍ରା,ଭକ୍ତ ଭଗବାନ ଏକାକାର।

୯-ରାଜ୍ୟରେ ୨ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଂଞ୍ଚିତ।ଲକ୍ଷେ ମହିଳାଙ୍କ କ୍ଷେତ୍ରସ୍ତରୀୟ ତଦନ୍ତ ବାକି।

୧୦-ବିଇଡି ନାମଲେଖା ପରୀକ୍ଷାରେ ବଡ କେଳେଙ୍କାର ଅଭିଯୋଗ ! ପୁଣି ଥରେ ଯାଂଚ ପରେ ପ୍ରକାଶ ପାଇବ ନୂଆ ତାରିଖ।

୧୧-ସାପ୍ତାହିକ ଦ୍ୱିଭାଷୀ ପତ୍ରିକା ‘କଳିଙ୍ଗ ବିକାଶ’ ଲୋକାର୍ପିତ, ଲୋକାର୍ପଣ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

୧୨-ପୁରୀ:ରଥଯାତ୍ରାରେ ଦଳାଚକଟା, ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ,ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ରେସ୍କ୍ୟୁ ଟିମ୍ ।

୧୩-ସରକାରଙ୍କ କଟକଣାକୁ ମାନିଲେନି ସେବାୟତ, ରଥ ଉପରେ ସେବାୟତଙ୍କ ହାତରେ ମାଳମାଳ ମୋବାଇଲ।

୧୪-ହରିୟଣା:ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ।

୧୫-ବାଂଲାଦେଶରୁ ଝୋଟ ଉତ୍ପାଦନ ଓ ବୁଣା କପଡ଼ା ଆମଦାନୀ ଉପରେ ବ୍ୟାନ୍ ଲଗାଇଲା ଭାରତ।

୧୬-ପୁଣି କୋଲକାତା ବଦନାମ, ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାରେ ସଂଜ୍ଞାନ ନେଲେ ମହିଳା କମିଶନ।

୧୭-୩୪୫ ରାଜନୈତିକ ଦଳ ଉପରେ ଝୁଲିଲା ଖଣ୍ଡା, ପଞ୍ଜିକରଣ ବାତିଲ କରିବ ନିର୍ବାଚନ ଆୟୋଗ।

୧୮-ମଙ୍ଗୋଲିଆରେ ବ୍ୟାପୁଛି ମିଳିମିଳା, ଦିନକରେ ୨୦୦ ସଂକ୍ରମିତ ଚିହ୍ନଟ।

୧୯-ଖାମଖିଆଲି ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ନିନ୍ଦା କଲା ଜାପାନ।

୨୦-ଆମେରିକା ରକ୍ଷା ବଜେଟରେ ୧୩.୪% ବୃଦ୍ଧି, ୨୦୨୬ରେ ୧.୦୧ ଟ୍ରିଲିୟନ ଡଲାର ବ୍ୟୟ ପ୍ରସ୍ତାବ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)