ଖବର ଆଜିର ତାରିଖ:୨୦/୦୬/୨୫, ଶୁକ୍ରବାର



୧-ଆଜି ଆସୁଛନ୍ତି ମୋଦୀ,ଭୁବନେଶ୍ୱରରେ ଦ୍ୱିତୀୟାର୍ଦ୍ଧରେ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ।

୨-ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ, ଏୟାରପୋର୍ଟରୁ ଜନତା ମଇଦାନ କାରକେଡ ରିହରସାଲ, ଡ୍ରୋନ୍ ଉଡ଼ାଇବା ଉପରେ କଟକଣା।

୩-ଜୁନ୍‌ ୨୪ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା।

୪-ଅନୁଗୋଳ:ବାଇକ ଡିକି ଭାଙ୍ଗି ୧ ଲକ୍ଷ ୧୯ ହଜାର ଲୁଟି ନେଲେ ଦୃବୁର୍ତ୍ତ।

୫-କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୬, ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍।

୬-୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ଦୁର୍ନୀତିଗ୍ରସ୍ତ ପୂର୍ବତନ PEO ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ।

୭-ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

୮-ଝାରସୁଗୁଡା:ନବଦାସଙ୍କ ଘରେ ଆୟକର ଚଢ଼ାଉ,୧୯ ସ୍ଥାନରେ ଏକକାଳୀନ ଯାଞ୍ଚ।

୯-ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ଆତଙ୍କ; କେନ୍ଦ୍ରାପଡ଼ାରେ ହଇଜା ନେଲା ଆଉ ଏକ ଜୀବନ।

୧୦-ଚିପିଲିମାଠାରେ ୪ଟି କୃଷି ଭିତ୍ତିକ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର।

୧୧-ଚନ୍ଦନେଶ୍ଵର:ଯୁବକକୁ ବେଡ଼ି ପକାଇ ମାଡ଼ ଅଭିଯୋଗ, ଭୋଗରାଇ ଥାନା ଅଧିକାରୀ ନିଲମ୍ବିତ।

୧୨-ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ।

୧୩-କେନ୍ଦ୍ରାପଡ଼ା,ମୁଣ୍ଡାଳ ଗାଁ:ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ।

୧୪-କଟକ ବିକାଶ ମେଳା ୨୦୨୫ ଉଦ୍‌ଯାପିତ, ଆଇନ ସେବା ପ୍ରାଧିକରଣ ପକ୍ଷରୁ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ।

୧୫-ଡିସେମ୍ବର ୯ରେ ବାରବାଟୀରେ T-20 ମ୍ୟାଚ୍ , ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଟିକେଟ ବିକ୍ରି ଉପରେ ଫୋକସ।

୧୬-ଭାରତରେ ଖୁବ୍ ଶୀଘ୍ର ଲାଗୁ ହେବ ନୂଆ ସମୟ ପ୍ରଣାଳୀ, କମିବ ବିଦେଶ ନିର୍ଭରତା।

୧୭-ହେଡିଂଲି:ଭାରତ -ଇଂଲଣ୍ଡ ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ,ସମୟ ଅପରାହ୍ନ ୩.୩୦।

୧୮-ମେଘାଳୟ ହନିମୁନ ହରର: ୩ ସପ୍ତାହରେ ୨୩୪ ଥର କାହା ସହ କଥା ହୋଇଛି ସୋନମ।

୧୯-ହୃଦୟ ଜିତିଲେ ମୋଦୀ; କାନାଡା-ସାଇପ୍ରସ-କ୍ରୋଏସିଆକୁ ପ୍ରଧାନମନ୍ତ୍ରୀ ଦେଲେ ସ୍ୱତନ୍ତ୍ର ଉପହାର, ଭାରତର ୮ ରାଜ୍ୟର କାରୁକାର୍ଯ୍ୟରେ ହୋଇଛି ନିର୍ମିତ।

୨୦-ଇସ୍ରାଏଲର ହସ୍ପିଟାଲ ଉପରେ ଇରାନର ଆକ୍ରମଣ; ଏପଟେ ଭାରତ ଫେରିଲେ ୬୦୦ ଭାରତୀୟ।

୨୧-କଥା ନ ମାନିଲେ ଆକ୍ରମଣ: ସେନାକୁ ଅନୁମତି ଦେଲେ ଟ୍ରମ୍ପ, ଚୂଡ଼ାନ୍ତ ନିର୍ଦେଶକୁ ଅପେକ୍ଷା।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)