ଖବର ଆଜିର ତାରିଖ:୧୮/୦୬/୨୫, ବୁଧବାର



୧-ଭୁବନେଶ୍ୱର:ଝାଡାବାନ୍ତି ପାଇଁ ସବୁ ଜିଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ। ବେସରକାରୀ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା।

୨-ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ।ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲାଣି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର।

୩-ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା,୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି।

୪-ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ।

୫-ଭୁବନେଶ୍ୱର:ସରିଲା ପ୍ରଥମ ପର୍ଯ୍ୟାୟ +୩ ନାମଲେଖା,୨୨ରେ ଆସିବ ଦ୍ବିତୀୟ ମେଧା ତାଲିକା।

୬-ଏଣିକି ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ, ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ି ହେବ ଏହି ସେବା।

୭-ରାଜସ୍ବ ବିଭାଗରେ ଆସିବ ସଂସ୍କାର,
ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ।

୮-ଗୋପାଳପୁର ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୯-ଭୁବନେଶ୍ୱର: ଦୁର୍ନୀତିଖୋରଙ୍କୁ ଅଡ଼ୁଆ ଟୋଲ ଫ୍ରି ନମ୍ବର '୧୦୬୪',୧୭ ମାସରେ ଧରାପଡିଲେଣି ୧୪ ଲାଞ୍ଚୁଆ।

୧୦-ଭୁବନେଶ୍ୱର, ଲକ୍ଷ୍ମୀ ସାଗର:ବିଷାକ୍ତ ମଦ ପିଇ ଚାଲିଗଲା ଦୁଇ ଜୀବନ,୩ ଗୁରୁତର,ନମୁନା ସଂଗ୍ରହ ପରେ ଦୋକାନ ସିଲ୍।

୧୧-୨୦ରୁ ଖୋଲିବ ସ୍କୁଲ, ଝାଡ଼ାବାନ୍ତି ବ୍ୟାପୁଥିବାରୁ ପିଲାଙ୍କୁ ନେଇ ଚିନ୍ତାରେ ଅଭିବାବକ।

୧୨-ବଙ୍ଗୋପସାଗରରେ ଡବଲ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା।

୧୩-ଆଳି:ବଉଳ ଯୋଡ଼ି ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଡ଼ି ପୋଡ଼ି, ଆକ୍ରମଣରେ ୧୧ରୁ ଉର୍ଦ୍ଧ୍ବ ଆହତ।

୧୪-ମାଲକାନଗିରି: ପୁଣି ମାଓ ଉପଦ୍ରବ,୩ ଜଣଙ୍କୁ ହତ୍ୟା,୧୨ଜଣକୁ ଅପହରଣ।

୧୫-ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁ:ପାଦୁକା ସତ୍‌ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା।

୧୬-ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା, ସୋନମ୍‍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ସିଲଂ ପୁଲିସ।

୧୭-ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ୨୪ ଘଣ୍ଟାରେ ୯ ଏୟାର ଇଣ୍ଡିଆ ବିମାନ ବାତିଲ।

୧୮-ଯୁଦ୍ଧ ମଧ୍ୟରେ ତେହରାନରେ ଫସିଛନ୍ତି ଗାଜିଆବାଦର ଛାତ୍ର , ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ ବାପା-ମାଆ।

୧୯-ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ।

୨୦-ଭୁବନେଶ୍ୱର:ରାଜ୍ୟରେ ପ୍ରତିଷ୍ଠା ହେବ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର।

୨୧-ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଦିଗ, ଆକ୍ଟିଭ ଥିଲା ରାମ୍ ଏୟାର ଟର୍ବାଇନ୍।

୨୨-ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ।

 For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024