ଖବର ଆଜିର ତାରିଖ:୨୬/୦୬/୨୫, ଗୁରୁବାର



୧-ଆସନ୍ତା ଶିକ୍ଷାବର୍ଷ ଠାରୁ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ।

୨-୪୧ ବର୍ଷ ପରେ ମହାକାଶରେ 'ଜୟ ହିନ୍ଦ୍':ଆକ୍ସିଓମ୍- ୪ ମିଶନରେ ସ୍ପେସ୍ ସେଣ୍ଟରକୁ ଗଲେ ଶୁଭ୍ରାଂଶୁ।

୩-ଭୁବନେଶ୍ୱର:ଆସିଲା ଇ-ରେଜିଷ୍ଟ୍ରେସନ ଆପ୍‌, ଘରେ ବସି ଲୋକେ ପାଇପାରିବେ ସମସ୍ତ ରାଜସ୍ବ ତଥ୍ୟ।

୪-ଭୁବନେଶ୍ୱର:ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ, ୧୧ଟି ନକଲି ୱେବସାଇଟ୍ ଚିହ୍ନଟ କଲା କ୍ରାଇମ୍ ବ୍ରାଞ୍ଚ।

୫-ଆଜି ଲଘୁଚାପ,୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ପୁରୀକୁ ବର୍ଷା ନାହିଁ।

୬-ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରଥମ ଥର ପାଇଁ ଏନଏସଜି ସ୍ନାଇପର ମୁତୟନ ରହିବେ।

୭-ପୁରୀ: ଆଜି ଶ୍ରୀଜୀଉଙ୍କ ପବିତ୍ର ନବଯୌବନ ଦର୍ଶନ,ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ।

୮- ଇରାନକୁ ଟ୍ରମ୍ପଙ୍କ ଧମକ:ଅଣୁ ଅସ୍ତ୍ରଶସ୍ତ୍ର ବନାଇଲେ ପୁଣି ହେବ ହମଲା।
୯-ଭୁବନେଶ୍ୱର:ରାଜଧାନୀରେ ରଥଯାତ୍ରା,ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ।

୧୦-ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ପୋକସୋ କୋର୍ଟ:ନାବାଳିକାକୁ ଦୁଷ୍କର୍ମ ମାମଲା , ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଓ ୫୦ ହଜାର ଜରିମାନା ଦଣ୍ଡାଦେଶ।

୧୧-ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର।

୧୨-ସମ୍ବଲପୁର:ସ୍କୁଲ୍ ପରିଦର୍ଶନ ସମୟରେ ପିଲାଙ୍କ ସହିତ ବସି ପାଠ ପଢିବା ସହ ମଧ୍ୟାହ୍ନ ଭୋଜନ ଖାଇଲେ ରାଜସ୍ୱ ମନ୍ତ୍ରୀ।

୧୩-ମହାକାଳପଡ଼ା:ମଝି ନଈରେ କୁମ୍ଭୀର ସହ ୧୦ ମିନିଟ୍ ଲଢ଼େଇ,କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜି ଦେଲେ ବୃଦ୍ଧ, ଶେଷରେ ଜିତିଗଲେ ବୃଦ୍ଧ ପ୍ରଭାତ।

୧୪-ବାରିପଦା:ସରକାରୀ ଜମିରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, କୁଳିଅଣା ତହସିଲଦାରଙ୍କୁ ମାଡ ସହ ଟଣା ଓଟରା ଅଭିଯୋଗ।

୧୫-ବାଙ୍ଗିରିପୋଷି:ଡକାୟତି ଯୋଜନା ପଣ୍ଡ, ଦୁଇ ବନ୍ଧୁକ ସହ ୩ ଦୁର୍ବୁତ୍ତ ଗିରଫ।

୧୬-କଟକ ସିଡିଏରେ ଲଗାଣ ବର୍ଷାରେ ଦବିଲା ୩୦ ଫୁଟ ରାସ୍ତା, ଅଳ୍ପକେ ବର୍ତ୍ତିଲେ ଲୋକ।

୧୭-ପରିବାର, ପ୍ରେମ, ବାହାଘର: ଦେଶରେ ପାଖାପାଖି ୫୦% ଯୁବକ ଯୁବତୀଙ୍କ ଆତ୍ମହତ୍ୟାର କାରଣ ହେଲାଣି ପାରିବାରିକ ସମସ୍ୟା।

୧୮-ବିଶ୍ୱରେ ଅନିଶ୍ଚିତତା ସତ୍ୱେ ଭାରତୀୟ ଅର୍ଥନୀତି ସ୍ଥିର – ରିଜର୍ଭ ବ୍ୟାଙ୍କ।

୧୯-ଅପରେସନ ସିନ୍ଧୁ – ଇରାନରୁ ସୁରକ୍ଷିତ ଭାରତ ଫେରିଲେଣି ୩୧୫୪ ଭାରତୀୟ ନାଗରିକ।

୨୦-ରାଜସ୍ଥାନର ଜୟପୁରରେ ନଭେମ୍ବରରେ ୨୦୨୫ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା।

୨୧-ନ୍ୟୁକ୍ଲିୟର ସାଇଟ୍ କ୍ଷତି କଥା ପ୍ରଥମ ଥର ସ୍ୱୀକାର କଲା ଇରାନ:ଆମେରିକା ଆକ୍ରମଣରେ ଦେଶର ପରମାଣୁ ପ୍ରତିଷ୍ଠାନ ଗୁରୁତର କ୍ଷତିଗ୍ରସ୍ତ ହୋଇଛି।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)