ଖବର ଆଜିର ତାରିଖ ୨୫/୦୬/୨୫, ବୁଧବାର



୧-ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ୍,ସୂଚନା ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

୨-ପୁରୀ:ମୋଦକ ଚୋରିକୁ ନେଇ ଟଣା ଓଟରା,ସେବାୟତ ହଁ, ପ୍ରଶାସନ ନା।

୩-ଭୁବନେଶ୍ୱର:ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

୪-ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୧୦ ହଜାର ପୁଲିସ ଫୋର୍ସ, ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି।

୫-ମହିଳା, ଦଳିତଙ୍କୁ ନେଇ ହୁଲୁସ୍ତୁଲୁ ଓଡ଼ିଶା: ଆନ୍ଦୋଳନରେ ବିଜେଡି ପଛରେ, କଂଗ୍ରେସ ଆଗରେ।

୬-ହ୍ୱାଟ୍ସଆପରେ ସମସ୍ୟା ଶୁଣିବେ ସରକାର : ଆସିବ ୟୁନିଫାଏଡ୍‌ ହ୍ବାଟ୍ସଆପ୍ ଚାଟବଟ୍‌ , ଗୋଟିଏ କ୍ଲିକ୍‌ରେ ଘରୁ ହେବ ସମାଧାନ।

୭-ଯାଜପୁର ଟାଉନ:ଥମିବାର ନାଁ ଧରୁନି ହଇଜା ସଂକ୍ରମଣ, ସଂକ୍ରମିତଙ୍କ ସଂଖ୍ୟା ୩୧ କୁ ବୃଦ୍ଧି।

୮-ମୟୂରଭଞ୍ଜ:ଦିନ ଦ୍ଵୀପହରରେ ବ୍ୟାଙ୍କରେ ଡକାୟତି , ୮ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ୫ ଦୁବୃର୍ତ୍ତ।

୯-ଗଞ୍ଜାମ, ଧରାକୋଟ:ଦୁଇ ଦଳିତଙ୍କୁ ଆଣ୍ଠେଇକି ଚଲାଇବା ମାମଲା, ୯ ଜଣ ଅଟକ, ଚିକିତ୍ସା ପାଇଁ ମିଳିବ ୧୦ ହଜାର ଟଙ୍କା।

୧୦-ପୁରୀକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡ଼ିଓ ବାର୍ତ୍ତା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ ପାଇଁ ଅପିଲ।

୧୧-ବ୍ରହ୍ମପୁର:ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ , ନକଲି ଡାକ୍ତର ସହ ୩ ଗିରଫ।

୧୨-ସୋର:ଓଲଟିଲା ସ୍କୁଲ ଅଟୋ; ୩ରୁ ଅଧିକ ଛାତ୍ରଛାତ୍ରୀ ଆହତ।

୧୩-ସୁନ୍ଦରଗଡ଼,କୋଇଡ଼ାରେ ଭିଜିଲାନ୍ସ ଏସ୍ଆଇଟି ଟିମ୍, ଖଣି ଚୋରିର ଆରମ୍ଭ ହେଲା ତଦନ୍ତ।

୧୪-ଆଠଗଡରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ପଥର ଓ ଅଣ୍ଡାମାଡରେ ୪ ପୋଲିସ କର୍ମୀ ଆହତ।

୧୫-ଜୁଲାଇ ରୁ ବଢ଼ିବ ରେଳ ଭଡ଼ା,୧୦୦୦କିମି ଏସି ଯାତ୍ରା ୨୦ଟଙ୍କା ମହଙ୍ଗା ହେବ।

୧୬-ଗୁଜରାଟ ସୀମାରୁ ପାକିସ୍ତାନ ଗୁପ୍ତଚର ଗିରଫ : କେବଳ ୪୦ ହଜାର ଟଙ୍କା ପାଇଁ ଶତ୍ରୁକୁ ଦେଇଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ।

୧୭-ଲିଡ୍ସ:ନିରାଶ କଲେ ବୋଲର, ୫ ଶତକ ସତ୍ତ୍ଵେ ହାରିଲା ଭାରତ, ଇଂଲଣ୍ଡର ଐତିହାସିକ ବିଜୟ।

୧୮-ମହାରାଷ୍ଟ୍ର:ବାପା ସାଜିଲା କଂସେଇ; ନିଟ୍ ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଝିଅକୁ ପିଟି ପିଟି କଲା ହତ୍ୟା।

୧୯-ମଣିପୁର, ଅରୁଣାଚଳରେ ସ୍ଥିତି ସଙ୍ଗିନ : ବର୍ଷାରେ ବେହାଲ ମହାରାଷ୍ଟ୍ର, ବିହାର, ଗୁଜରାଟ।

୨୦-ହନିମୁନ୍ ହତ୍ୟା ମାମଲାରେ ୮ ଗିରଫ, ନାର୍କୋ ଟେଷ୍ଟ ଦାବି କରିବେ ରାଜା ରଘୁବଂଶୀଙ୍କ ପରିବାର।

୨୧-୪୦୦ କେଜି ୟୁରାନିୟମ ଲୁଚାଇଛି ଇରାନ, ଆମେରିକାର ଧମକକୁ ଫୁ,ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବ।

୨୨-ଇରାନ -ଇସ୍ରାଏଲ ଯୁଦ୍ଧ ବିରତି: ଆଶ୍ବସ୍ତ ମଧ୍ୟପ୍ରାଚ୍ୟ, ଆମେରିକା କତାର କଲେ ମଧ୍ୟସ୍ଥତା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024