ଖବର ଆଜିର ତାରିଖ:୩୦/୦୬/୨୫, ସୋମବାର
୧-ପୁରୀ:ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିରାଜିଲେ ଚତୁର୍ଦ୍ଧାମୂରତୀ।ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି।
୨-ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ୨ ଘଣ୍ଟା।
୩-ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗର ଆଲର୍ଟ ଜାରି।
୪-ଶରଧାବାଲି ଦଳାଚକଟାକୁ ନେଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ ଏଭଳି ଅବହେଳା ଅକ୍ଷମଣୀୟ।ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ।
୫-ଅନିର୍ବାଯ୍ୟ କାରଣ ବଶତଃ ଆଜି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥଗିତ।
୬-ମୋଦକ ଚୋରିରୁ ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ଉତ୍ତରଦାୟୀ – ଲେଖାଶ୍ରୀ ସାମନ୍ତ ସିଂହାର।
୭-ରାଜ୍ୟର ଶିଶୁବାଟିକାଗୁଡ଼ିକରେ ନିୟୋଜିତ ହେବେ ଶିଶୁ ସେବିକା, ଏ ନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୮-ଶରଧାବାଲିରେ ଦଳାଚକଟାରେ
ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା।ଅଘଟଣ ପାଇଁ ପୁରୀ ଏସ୍ପି ଏବଂ ଜିଲ୍ଲାପାଳଙ୍କୁ ବଦଳି।
୯-ଛତିଶଗଡ଼ରେ ୧୩ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୩ ଲକ୍ଷ ଟଙ୍କାର ପୁରସ୍କାର।
୧୦-ଅତିରିକ୍ତ ଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ।
୧୧-ଭୁବନେଶ୍ୱର:IAS ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ।ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି।
୧୨-ଇତିହାସ ସୃଷ୍ଟି କଲା କୋଟିଆ ରଥଯାତ୍ରା, ଏକାସାଙ୍ଗେ ଯୋଗଦେଲେ ରାଜ୍ୟ ସରକାରଙ୍କ ୫ ମନ୍ତ୍ରୀ।
୧୩-ଶରଧାବାଲି ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜ, ବ୍ୟାପକ ତଦନ୍ତ ପାଇଁ ସରକାରଙ୍କୁ କଲେ ନିବେଦନ।
୧୪-ଭୁବନେଶ୍ୱର:୧୪ଜଣ ଓଏଏସ୍ ହେଲା ବଦଳି, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
୧୫-ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ, ପୁରୀ ଅଘଟଣ ପାଇଁ ସ୍ଥଗିତ।
୧୬-ଶାନ୍ତିପୂର୍ଣ୍ଣ ରଥଯାତ୍ରା ଆୟୋଜନରେ ସରକାରଙ୍କ ଅକ୍ଷମତା ପଦାରେ ପଡ଼ିଛି : ନବୀନ ପଟ୍ଟନାୟକ।
୧୭-ବାରିପଦା:ବର୍ଷା ଦିନେ ରାସ୍ତାଘାଟ ଅନୁକୂଳ ରହୁ ନ ଥିବାରୁ ଜୁଲାଇ ପହିଲାରୁ ଶିମିଳିପାଳ ବନ୍ଦ।
୧୮-ନୂଆ ଦିଲ୍ଲୀ: ପହିଲାରୁ ପାନ୍ କାର୍ଡ ବନେଇବା ଲାଗି ଆଧାର କାର୍ଡ ଜରୁରୀ।
୧୯-ନୂଆ ଦିଲ୍ଲୀ:ଅନଲାଇନ LLm ପ୍ରୋଗ୍ରାମକୁ ନେଇ ବାରକାଉନସିଲଙ୍କ ଉଦବେଗ, ଜାରି କଲେ ଆଡଭାଇଜରୀ।
୨୦-ନୂଆ ଦିଲ୍ଲୀ:ପ୍ରଥମ ପର୍ଯ୍ୟାୟ ଜନଗଣନା ,୨୦୨୬ ଏପ୍ରିଲ ପହିଲାରୁ ହେବ ଘର ତାଲିକାଭୁକ୍ତ।
୨୧-ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ,ଏକକାଳୀନ ୪୭୭ଟି ଡ୍ରୋନ ଏବଂ ୬୦ଟି କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି ରୁଷ।
ସକାଳୁ ସକାଳୁ ସିଧାସଳଖ ତାଜା ଖବର ସୂଚନା ପାଇଁ ଫଲୋ କରନ୍ତୁ
https://bit.ly/Khabar_Kagaj
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
Comments
Post a Comment