ଖବର ଆଜିର ତାରିଖ:୦୧/୦୭/୨୫, ମଙ୍ଗଳବାର


 
୧-ଭୁବନେଶ୍ୱର:ଇ କେଓ୍ବାଇସ୍ କରି ନ ଥିଲେ ଚାଉଳ ବନ୍ଦ। ଜୁନ୍ ଶେଷ ଶୁଦ୍ଧା ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଇ- କେଓ୍ବାଇସ୍ କରି ନାହାନ୍ତି।

୨-ଭୁବନେଶ୍ୱର:ସରିଲା+୨ନାମଲେଖା  ଅନଲାଇନ୍ ଆବେଦନ, ଜୁଲାଇ ୭ରେ ବାହାରିବ ପ୍ରଥମ ମେଧା ତାଲିକା ।

୩-ଆଜିଠୁ LLB ନାମଲେଖା ଆବେଦନ ଆରମ୍ଭ,୧୫ ଯାଏଁ ଚାଲିବ,୨୧ରେ ପ୍ରଥମ ମେଧା ତାଲିକା ପ୍ରକାଶ ହେବ।

୪-ଶରଧାବାଲିରେ ଦଳଚକଟା ପ୍ରସଙ୍ଗ; ଆଇନମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କଲା ବିଜେଡି।

୫-ଭୁବନେଶ୍ୱର:'ଶିଶୁ ସେବିକା' ନିଯୁକ୍ତି କରିବେ ସ୍କୁଲ ପରିଚାଳନା କମିଟି,ମାସିକ ୩୦୦୦ ଟଙ୍କା ପାରିଶ୍ରମିକ ରହିବ।

୬-ମହଙ୍ଗା ହେଲାଣି କଞ୍ଚା ପରିବା ,୫୦୦ ଟଙ୍କାରେ ପୁରୁନି ବ୍ୟାଗ୍।ଆଗକୁ ଅଛି ଶ୍ରାବଣ ମାସ।

୭-ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ,ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

୮-ପୁରୀ:ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଲାଗି ହେଲା ମହାପ୍ରସାଦ, କୃତାର୍ଥ ହେଲେ ଭକ୍ତ।

୯-ଭୁବନେଶ୍ୱର:ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନବୀନଙ୍କ ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ ସଂଘ।ବିଜେପି କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ।

୧୦-ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟିରେ ଯିବେ ସବୁ ଓଏଏସ ଅଧକାରୀ।

୧୧-ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ,୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ।

୧୨-ରଥଯାତ୍ରାରେ ଅମାନିଆ ଚାଳକଙ୍କ ଉପରେ ବିଶେଷ ନଜର, କଟିଲା ୧୮୦୦ ଇ-ଚାଲାଣ।

୧୩-ଉତ୍ତର ବାଲେଶ୍ବରରେ ବନ୍ୟା ସ୍ଥିତି : କେଉଁଠି ଗାଁରେ ପାଣି ପଶିଛି ତ କେଉଁଠି ଡଙ୍ଗା ପାଲଟିଛି ଯାତାୟତର ଭରସା।

୧୪-ବଣାଇ : ସାପ କାମୁଡ଼ାରେ ଦୁଇ ମୃତ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି ଘଟଣା ।

୧୫-ବ୍ରହ୍ମପୁର ବଡ଼ବଜାର:ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ସସ୍‌ କମ୍ପାନୀରେ ରେଡ୍‌ ; ଜଣେ ଅଟକ।

୧୬-ଧୋନିଙ୍କୁ ମିଳିଲା 'କ୍ୟାପଟେନ କୁଲ୍' ଟ୍ରେଡ୍ ମାର୍କ।

୧୭-ନୂଆଦିଲ୍ଲୀ:ଆଜିଠୁ ବଢ଼ିବ ରେଳ ଭଡ଼ା,୫୦୧ରୁ ୧୫୦୦ କିମି ଯାତ୍ରା ପାଇଁ ବଢ଼ିବ ୫ ଟଙ୍କା।

୧୮-କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ରାଜି ହେଉ ନାହାନ୍ତି IPS, ଖାଲିପଡିଛି ୨୧୨ ପଦବୀ।

୧୯-କାର୍ଯ୍ୟ -ଜୀବନ ଭାରସାମ୍ୟ: ଅଧିକ ସମୟ କାର୍ଯ୍ୟ ନ କରିବାକୁ ଇନଫୋସିସ୍ ର ପରାମର୍ଶ।

୨୦-ମଣିପୁରର ଚୁରାଚାନ୍ଦପୁର ଜିଲା ଅନ୍ତର୍ଗତ ମୋଙ୍ଗଜଙ୍ଗ ଗ୍ରାମ:କାର ଅଟକାଇ ୪ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ।

 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)