ଖବର ଆଜିର ତାରିଖ:୦୧/୦୭/୨୫, ମଙ୍ଗଳବାର


 
୧-ଭୁବନେଶ୍ୱର:ଇ କେଓ୍ବାଇସ୍ କରି ନ ଥିଲେ ଚାଉଳ ବନ୍ଦ। ଜୁନ୍ ଶେଷ ଶୁଦ୍ଧା ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଇ- କେଓ୍ବାଇସ୍ କରି ନାହାନ୍ତି।

୨-ଭୁବନେଶ୍ୱର:ସରିଲା+୨ନାମଲେଖା  ଅନଲାଇନ୍ ଆବେଦନ, ଜୁଲାଇ ୭ରେ ବାହାରିବ ପ୍ରଥମ ମେଧା ତାଲିକା ।

୩-ଆଜିଠୁ LLB ନାମଲେଖା ଆବେଦନ ଆରମ୍ଭ,୧୫ ଯାଏଁ ଚାଲିବ,୨୧ରେ ପ୍ରଥମ ମେଧା ତାଲିକା ପ୍ରକାଶ ହେବ।

୪-ଶରଧାବାଲିରେ ଦଳଚକଟା ପ୍ରସଙ୍ଗ; ଆଇନମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କଲା ବିଜେଡି।

୫-ଭୁବନେଶ୍ୱର:'ଶିଶୁ ସେବିକା' ନିଯୁକ୍ତି କରିବେ ସ୍କୁଲ ପରିଚାଳନା କମିଟି,ମାସିକ ୩୦୦୦ ଟଙ୍କା ପାରିଶ୍ରମିକ ରହିବ।

୬-ମହଙ୍ଗା ହେଲାଣି କଞ୍ଚା ପରିବା ,୫୦୦ ଟଙ୍କାରେ ପୁରୁନି ବ୍ୟାଗ୍।ଆଗକୁ ଅଛି ଶ୍ରାବଣ ମାସ।

୭-ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ,ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

୮-ପୁରୀ:ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଲାଗି ହେଲା ମହାପ୍ରସାଦ, କୃତାର୍ଥ ହେଲେ ଭକ୍ତ।

୯-ଭୁବନେଶ୍ୱର:ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନବୀନଙ୍କ ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ ସଂଘ।ବିଜେପି କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ।

୧୦-ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟିରେ ଯିବେ ସବୁ ଓଏଏସ ଅଧକାରୀ।

୧୧-ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ,୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ।

୧୨-ରଥଯାତ୍ରାରେ ଅମାନିଆ ଚାଳକଙ୍କ ଉପରେ ବିଶେଷ ନଜର, କଟିଲା ୧୮୦୦ ଇ-ଚାଲାଣ।

୧୩-ଉତ୍ତର ବାଲେଶ୍ବରରେ ବନ୍ୟା ସ୍ଥିତି : କେଉଁଠି ଗାଁରେ ପାଣି ପଶିଛି ତ କେଉଁଠି ଡଙ୍ଗା ପାଲଟିଛି ଯାତାୟତର ଭରସା।

୧୪-ବଣାଇ : ସାପ କାମୁଡ଼ାରେ ଦୁଇ ମୃତ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି ଘଟଣା ।

୧୫-ବ୍ରହ୍ମପୁର ବଡ଼ବଜାର:ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ସସ୍‌ କମ୍ପାନୀରେ ରେଡ୍‌ ; ଜଣେ ଅଟକ।

୧୬-ଧୋନିଙ୍କୁ ମିଳିଲା 'କ୍ୟାପଟେନ କୁଲ୍' ଟ୍ରେଡ୍ ମାର୍କ।

୧୭-ନୂଆଦିଲ୍ଲୀ:ଆଜିଠୁ ବଢ଼ିବ ରେଳ ଭଡ଼ା,୫୦୧ରୁ ୧୫୦୦ କିମି ଯାତ୍ରା ପାଇଁ ବଢ଼ିବ ୫ ଟଙ୍କା।

୧୮-କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ରାଜି ହେଉ ନାହାନ୍ତି IPS, ଖାଲିପଡିଛି ୨୧୨ ପଦବୀ।

୧୯-କାର୍ଯ୍ୟ -ଜୀବନ ଭାରସାମ୍ୟ: ଅଧିକ ସମୟ କାର୍ଯ୍ୟ ନ କରିବାକୁ ଇନଫୋସିସ୍ ର ପରାମର୍ଶ।

୨୦-ମଣିପୁରର ଚୁରାଚାନ୍ଦପୁର ଜିଲା ଅନ୍ତର୍ଗତ ମୋଙ୍ଗଜଙ୍ଗ ଗ୍ରାମ:କାର ଅଟକାଇ ୪ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ।

 

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

ଖବର ଆଜିର ତାରିଖ:୧୩/୦୭/୨୫, ରବିବାର

News Headlines from Business News Agencies 07.07.2025

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର