ଖବର ଆଜିର* ତାରିଖ:୦୧/୧୨/୨୪, ରବିବାର
୧-ନୂଆ ଦିଲ୍ଲୀ: ଖୁବ୍ ଶୀଘ୍ର EPFO ଦେବ ATM କାର୍ଡ।ଇପିଏସ୍ ରେ ଯୋଗଦାନ ଦେଇପାରିବେ କର୍ମଚାରୀ। ୨-ବାରଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ:ପୁଅ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ବାପା। ୩-କଟକ: ସମ୍ପର୍କ ଯୋଡି ୨.୩ କୋଟି ଠକେଇ, ଆକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ ନାୟକ ଗିରଫ। ୪-ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ, ସମୁଦ୍ର ସ୍ନାନ ଉପରେ କଟକଣା। ୫-ଶ୍ରୀମନ୍ଦିରରେ ଦେବ ଦିପାବଳୀ: ତିନିଦିନ ଧରି ଅନୁଷ୍ଠିତ ହେବ,ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ୬-ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ଶ୍ରେଣୀ ପିଲାମାନଙ୍କ ପାଇଁ ୭ ଟଙ୍କା ୬୪ ପଇସା,୬ଷ୍ଠରୁ ୮ମ ଶ୍ରେଣୀ ପିଲାମାନଙ୍କ ପାଇଁ ୧୦ ଟଙ୍କା ୯୪ ପଇସା ଖର୍ଚ୍ଚ କରିବେ। ୭-ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଛୁଟିବାରେ ଲାଗିଛି ବିଦେଶାଗତ ପକ୍ଷୀଙ୍କ ସୁଅ। ୮-ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ। ୯-କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ। ୧୦-ଓଡ଼ିଶାରେ ୭ ଜିଲ୍ଲାରେ ସକ୍ରିୟ ମାଓବାଦୀ, ଭାରତରେ ୩୮ ଜିଲ୍ଲା: ବିଏସଏଫ ଆଇଜି। ୧୧-ଭୁବନେଶ୍ୱର କିମ୍ସରେ ପ୍ରଥମ ଥର ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍ ଅନୁଷ୍ଠିତ। ୧୨-ହାଡ଼ଭଙ୍ଗା ଶୀତ ପାଇଁ କୋରାପୁଟରେ ସକାଳୁଆ ସ୍କୁଲ ବନ୍ଦ, ...