୨୦-ନଭେମ୍ବର-୨୦୨୪,ବୁଧବାର



*_➡️୧-ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମେଗା ରୋଡ୍ ଶୋ l ବିଶିଷ୍ଟ ଶିଳ୍ପପତି, ନିବେଶକଙ୍କ ସମେତ ୩୦୦ରୁ ଅଧିକ ପ୍ରତିନିଧି ଦେଲେ ଯୋଗ l କହିଲେ ସିଙ୍ଗାପୁର ଗସ୍ତ ହେଲା ଅତ୍ୟନ୍ତ ସଫଳ l_*

*_➡️୨-ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ପାଇଁ କଲେ ବୃଦ୍ଧି । ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ଏବେ  ନବମ ଦିବସରେ ଉଦ୍‌ଯାପନ ହେବ l_*

*_➡️୩-ରାଜ୍ୟରେ ଆଜିଠାରୁ ଖୋଲିବ ଧାନ ମଣ୍ଡି, ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବାବେଳେ ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ଏଥର ମନ୍ତ୍ରୀ ଓ ଅଫିସର ମାନେ ଜଗିବେ ମଣ୍ଡି l ସାବାଡ୍ ହେବେ ଦଲାଲ୍ l_*

*_➡️୪-ଆସନ୍ତା ୨୬ତାରିଖରୁ ବିଧାନସଭାରେ ଆରମ୍ଭ ହେବ ଶୀତ ଅଧିବେଶନ l ପ୍ରଥମଦିନରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢ଼ୀ ଆସନ୍ତା ୨୫ତାରିଖରେ ଡାକିଲେ ସର୍ବଦଳୀୟ ବୈଠକ l_*

*_➡️୫-ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବା ଲାଗି ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।_*

*_➡️୬-ଏଣିକି ପ୍ରତି ଘରେ ପହଞ୍ଚିବ ପାଣିପାଗ ଖବର। ବ୍ଲକ ସ୍ତରରୁ ଦିଆଯିବ ସୂଚନା। କେଉଁଠି ଓ କେତେବେଳେ ବର୍ଷା ହେବ, ବଜ୍ରପାତ, ଝଡ଼, ବାତ୍ୟା, ବନ୍ୟା ସମ୍ପର୍କିତ ଟିକିନିଖି ଖବର ଲୋକେ ‌ଆଗୁଆ ଜାଣିପାରିବେ। ଏଥିପାଇଁ ରାଜ୍ୟରେ ୫୦୦ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ହେବ।_*

*_➡️୭-ସାରା ରାଜ୍ୟରେ ଖସୁଛି ପାରଦ। ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇବା ସହ ଗତକାଲି ରାତିରେ ୬.୬ ଡିଗ୍ରି ହେଲା ରେକର୍ଡ l ସେପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।_*

*_➡️୮-ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ l_*

*_➡️୯-ସ୍ପେଶ୍ ଏକ୍ସ ସହଯୋଗରେ ଅନ୍ତରୀକ୍ଷକୁ ଗଲା ଭାରତୀୟ ସାଟେଲାଇଟ୍ । ଇସ୍ରୋର ୪ହଜାର ୭୦୦ କିଲୋ ଓଜନର ଜିସାଟ୍ ସାଟେଲାଇଟର ହେଲା ସଫଳ ଉତକ୍ଷେପଣ l_*

*_➡️୧୦-ମ୍ୟୁଜିକ ମାଷ୍ଟ୍ରୋ ଏଆର ରହମାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହେଲା ବିବାହ ବିଚ୍ଛେଦ l ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପଡିଲା ପୂର୍ଣ୍ଣଚ୍ଛେଦ l_*

*_➡️୧୧-ଏଣିକି ତିରୁପତି ମନ୍ଦିରରୁ ବାହାରିବେ ଅଣ ହିନ୍ଦୁ କର୍ମଚାରୀ l ତିରୁମାଲା ତିରୁପତି ଦେବସ୍ଥାନମର ୫୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଆଗଲା ନିଷ୍ପତ୍ତି l_*

*_➡️୧୨-ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ l ପାର୍ଲାମେଣ୍ଟ ନିର୍ବାଚନରେ ଏନ୍‌ପିପି ବିଜୟୀ ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଶିକ୍ଷାବିତ୍‌ ହରିନି ଅମରାସୁରିୟାଙ୍କୁ ପ୍ରଧାନମନ୍ତ୍ରୀ ଭାବେ କଲେ ପୁନଃ ନିଯୁକ୍ତ l_*

*_➡️୧୩-ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ଗାଡ଼ି (BR01CL) ଉପରେ ଜରିମାନା ହେଲା ଲାଗୁ l_*

*_➡️୧୪-ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇ ବିଶ୍ବ ନେତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା l_*

*_➡️୧୫-୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ଆଜି ହେବ ମତଦାନ l ୨୩ରେ ହେବ ଗଣତି, ଫଳାଫଳ ସଂସଦର ଶୀତକାଳୀନ ଅଧିବେଶନକୁ ପ୍ରଭାବିତ କରିପାରେ l_*

*_➡️୧୬-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ପୁଣିଥରେ ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ହେଲା ସାକ୍ଷାତ l ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ହେବା ଦିଗରେ ଏହା ଏକ ବଡ଼ ସଂକେତ ବୋଲି କୁହାଯାଉଛି ।_*

*_➡️୧୭-ରୁଷ-ୟୁକ୍ରେନ ଯୁଦ୍ଧ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ। ଏନେଇ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦେଲେ ସୂଚନା l_*

*_➡️୧୮-କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ବିଭିନ୍ନ ମହଲରେ ଅସନ୍ତୋଷ ପରେ ଶେଷରେ ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହେଲା ହ୍ରାସ l_*

*_➡️୧୯-ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ପୂର୍ବ‌ ଜୋନ୍‌ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତା ଗତକାଲି ଠାରୁ ହେଲା ଆରମ୍ଭ l ପ୍ରଥମ ଦିନରେ ୬ଟି ମ୍ୟାଚ୍‌ ଖେଳାଯାଇଥିଲା l_*

*_➡️୨୦-ବିହାରର ରାଜଗିରରେ ଆଜି ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଚୀନ୍‌ ସହ ହେବ ଟ୍ରଫି ଟକ୍କର l_*

*_🔅ଆଜି ସୀତା ବିବାହ ll_*
*_🔅ଆଜି ସର୍ବଭାରତୀୟ ଶିଶୁ ଦିବସ ll_*
*_🔅ଆଜି ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ll_*
*_🔅ଆଜି ରେସଲର ବାବିତା ଫୋଗାଟଙ୍କ ଜନ୍ମଦିନ ll_*
*_🔅ଆଜି ଆଫ୍ରିକା ଶିଳ୍ପାୟନ ଦିବସ ll_*
*_🔅ଆଜି ବିଶ୍ୱ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଦିବସ ll_*
*_🔅ଆଜି ଜାତୀୟ ଶିକ୍ଷା ସହାୟତା ବୃତ୍ତିଗତ ଦିବସ ll_*
*_🔅ଆଜି ଜାତୀୟ ଅବସାଦ ଦିବସ ll_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024