୨୪-ନଭେମ୍ବର-୨୦୨୪,ରବିବାର
*_➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।_*
*_➡️୨-ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯିବେ l ସେଠାରେ ଆୟୋଜିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ।_*
*_➡️୩-ମହିଳାଙ୍କ ମୁହଁରେ ଫୁଟିବ ହସ l ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଥିବା ୨୫% ମହିଳାଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା l ସୁନ୍ଦରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ l ମେଳ ଖାଇଲାନି ୫ ଲକ୍ଷ ଆକାଉଣ୍ଟ, ଯିବନି ଟଙ୍କା l_*
*_➡️୪-ସରିଲା ଐତିହାସିକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ହେଲା ବେପାର l ଶେଷ ଦିନରେ ବାଲିଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଲା l_*
*_➡️୫-ରାଜ୍ୟ କ୍ୟାବିନେଟରେ ୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ l ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ ମିଳିଲା ଅନୁମୋଦନl ଶିଳ୍ପନୀତିର ଦୁଇଟି ସଂଶୋଧନ ପ୍ରସ୍ତାବକୁ ମିଳିଲା ଅନୁମୋଦନ l ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ସଂଶୋଧନକୁ ମିଳିଲା ମଞ୍ଜୁରି l_*
*_➡️୬-ଶ୍ରୀମନ୍ଦିର ପ୍ରଶାସକଙ୍କୁ ମିଳିଲା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ, ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କାର୍ଯ୍ୟ l_*
*_➡️୭-ଆଗାମୀ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ୧୫ ଡିଗ୍ରୀ ତଳେ ୧୩ ସହର, ରାଉରକେଲାର ଘନ କୁହୁଡ଼ି l କିନ୍ତୁ ପରବର୍ତ୍ତୀ ୩ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।_*
*_➡️୮-ଆଇଏଏସ ସ୍ତରରେ ଅଦଳବଦଳ, ଚିତ୍ରା ଅରୁମୁଗମଙ୍କୁ ମିଳିଲା ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ l_*
*_➡️୯-ବଲାଙ୍ଗୀର ଶିଶୁ ବିକ୍ରି ଘଟଣାରେ ୩ ଗିରଫ। ଏନଏନଏମ ଦିଦିଙ୍କ ସହ ବନ୍ଧାହେଲେ ଛୁଆ ନେଇଥିବା ବ୍ୟକ୍ତି ଓ ମଧ୍ୟସ୍ଥି ।_*
*_➡️୧୦-ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ହେଲା ଆରମ୍ଭ । ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି । ୨ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମର ଆଜି ଏହାର ଦ୍ୱିତୀୟ ଦିନ।_*
*_➡️୧୧-ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । ଦେହ ବ୍ୟବସାୟରେ ଲଗାଉଥିବା ଅଭିଯୋଗରେ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ l_*
*_➡️୧୨-ମହାରାଷ୍ଟର ଚନ୍ଦ୍ରଗଡ ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା l_*
*_➡️୧୩-କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, କାଲି ବସିବ ବିଧାୟକ ଦଳ ବୈଠକ । ରେସର ସବୁଠୁ ଆଗରେ ଅଛନ୍ତି ଦେବେନ୍ଦ୍ର ଫଡନାବିସ୍ l_*
*_➡️୧୪-ଡେବ୍ୟୁରେ କମାଲ କଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା, କେରଳର ୱାୟନାଡ ଲୋକସଭା ଆସନରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ୪,୧୦,୯୩୧ ଭୋଟ ବ୍ୟବଧାନରେ ହେଲେ ବିଜୟୀ l ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ।_*
*_➡️୧୫-ଝାଡ଼ଖଣ୍ଡରେ ପୁଣି ସରକାର ଗଢ଼ିବ ଜେଏମଏମ୍ । ମହାମେଣ୍ଟର ହେଲା ମହାବିଜୟ, ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ଟି ସିଟ୍।_*
*_➡️୧୬-ଉତ୍ତର ପଶ୍ଚିମ ପାକିସ୍ଥାନରେ ସଶସ୍ତ୍ର ସୁନ୍ନି ଏବଂ ଶିଆ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ହେଲେ ଆହତ l_*
*_➡️୧୭-ଭାରତର ନିର୍ବାଚନ ପ୍ରକ୍ରିୟାକୁ ଏଲୋନ୍ ମସ୍କ କଲେ ପ୍ରଶଂସା; ଗୋଟିଏ ଦିନରେ ୬୪୦ ମିଲିୟନ୍ ଭୋଟ ଗଣନା l_*
*_➡️୧୮-ଭାରତ ଏବଂ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟେଷ୍ଟ : ଜୈସ୍ୱାଲ-ରାହୁଲଙ୍କ ଯୋଡ଼ି ଅଷ୍ଟ୍ରେଲିଆରେ କଲେ ରେକର୍ଡ ବର୍ଷା, ୨୦ ବର୍ଷ ପରେ ୧୦୦+ ହେଲା ପାର୍ଟନରଶିପ୍ l_*
*_➡️୧୯-ଆଜି ସାଉଦି ଆରବରେ ହେବ ଆଇପିଏଲର ମେଗା ନିଲାମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ।_*
*_➡️୨୦-ପର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ଛକା ମାରି ପୂରା ଷ୍ଟାଇଲରେ ଶତକ ହାସଲ କଲେ ଜୟସ୍ବାଲ । ଗତକାଲିର ଅସମାପ୍ତ ସ୍କୋର ବିନା ୱିକେଟରେ ୧୭୨ ରନରୁ ଆଜି ତୃତୀୟ ଦିନ ଖେଳ ଆରମ୍ଭ କରିଛି ଭାରତ । ବର୍ତ୍ତମାନ ସୁଦ୍ଧା ଭାରତ ଅଷ୍ଟ୍ରେଲିଆଠାରୁ ୩୦୧ ରନରେ ଆଗୁ୍ଆ ରହିଛି ।_*
*_🔅ଆଜି ଜାତୀୟ ସର୍ଦ୍ଦାର ଦିବସ ll_*
*_🔅ଆଜି କାଞ୍ଜିଅଁଅଳା ନବମୀ ll_*
*_🔅ଆଜି ବିଶ୍ୱ କ୍ରିଷ୍ଟାଲ୍ ଖପୁରୀ ଦିବସ ll_*
*_🔅ଆଜି ଶ୍ରୀ ହୀରାଲାଲ ଶାସ୍ତ୍ରୀ ଜୟନ୍ତୀ ll_*
For more updates Join our WhatsApp Channel
Comments
Post a Comment