ଖବର ଆଜିର ତାରିଖ:୨୨/୧୧/୨୪, ଶୁକ୍ରବାର



ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ ଆରମ୍ଭ,୨୩ରେ ମନ୍ତ୍ରୀ ପରିଷଦ ବୈଠକ,୨୬ରେ ଅତିରିକ୍ତ ବଜେଟ୍।

ବଢୁଛି ଶୀତ,ଘୁ. ଉଦୟଗିରିରେ ରାତି ତାପମାତ୍ରା ୭.୪ ଡୀଗ୍ରୀ ରେକର୍ଡ଼।

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ : ୨୪ରେ ଆଉ ୨୦ ଲକ୍ଷ ଆକାଉଣ୍ଟରେ କ୍ରେଡିଟ ହେବ ଟଙ୍କା।

ଖଣ୍ଡଗିରି:ହାଇକୋର୍ଟଙ୍କ ରହିତାଦେଶ, ଭାଙ୍ଗିବ ନାହିଁ ବୈକୁଣ୍ଠ ଧାମ ଆଶ୍ରମ।

ମଞ୍ଚେଶ୍ବର:ଗରମ ପୋଷାକ ବଜାରରେ ଜମୁଛି ଭିଡ଼, କମ୍ବଳ ମୂଲ୍ୟ ୪ଶହରୁ ୨ହଜାର ପର୍ଯ୍ୟନ୍ତ ରହିଛି।


ଯାଜପୁର:ବିରଜା ହାଟ ସ୍ଥାନାନ୍ତର ନେଇ ଉତ୍ତେଜନା, ହାଟ ବନ୍ଦ, ପୁଲିସ ଫୋର୍ସ ମୁତୟନ।

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆରମ୍ଭ।ଏପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମଲେଖାଇ ସାରିଲେଣି।

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ, ଠାବ ହେଲା ୧୯ ପ୍ଲଟ।

ଭୁବନେଶ୍ୱର:ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ।

ବକ୍ସିବଜାର ଛକରେ ଭୟାବହ ଅଗ୍ନିକାଣ୍ଡ, ଇଲେକ୍ଟ୍ରି ଦୋକାନରେ ସାମଗ୍ରୀ ପୋଡି ପାଉଁଶ।

ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାରେ ପଡିନପାରେ ପ୍ରଭାବ।

କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ହାଟରେ ଥିବା ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଯାଇଛି ପୂରା ଦୋକାନ।

ସରକାରଙ୍କୁ ଅଡୁଆ ହେଲାଣି ଧାନ କିଣା: ମଣ୍ଡି ଖୋଲିଲେ, ହେଲେ ହୋଇପାରୁନି କିଣାବିକା।

ବାଲିଯାତ୍ରାରେ ସିଏମସିର ରେଡ୍: ବାସି ଖାଦ୍ୟ ନଷ୍ଟ କରି ଦୋକାନୀଙ୍କଠୁ ନେଲା ଫାଇନ।

ରାସ୍ତା ପାର ହେଉଥିବା ବେଳେ,ପଳାଶୁଣୀ ଛକରେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ।

ଉତ୍କଳ ବିଶ୍ବବିଦ୍ୟାଳୟ,ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା।

ନଭେମ୍ବର ୩୦ ସୁଦ୍ଧା ଆଧାର ଆଧାରିତ ଓଟିପି ଜରିଆରେ ହେବ ୟୁଏଏନ ସକ୍ରିୟକରଣ।

ଆଜିଠୁ ନୂଆଦିଲ୍ଲୀରେ ୩ ଦିିନିଆ 'ଓଡ଼ିଶା ପର୍ବ-୨୦୨୪'। ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି।

୩ ବର୍ଷ ମଧ୍ୟରେ ୧୦ମ ଥର ପାଇଁ ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି।

ପାକିସ୍ତାନରେ ଯାତ୍ରୀବାହୀ ଗାଡ଼ି ଉପରରେ ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ।

ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)