୨୮-ନଭେମ୍ବର-୨୦୨୪,ଗୁରୁବାର



*_➡️୧-ଆଜିଠାରୁ ପୁରୀରେ ଆରମ୍ଭ ହେବ ଯୁଦ୍ଧାଭ୍ୟାସ । ପୁରୀ ବେଳାଭୂମିରେ ଆସି ପହଁଚିଲା ୪ଟି ଯୁଦ୍ଧ ଟ୍ୟାଙ୍କ । ଏହା ଉଭୟ ଜଳ, ସ୍ଥଳରେ ଯାଇପାରିବ । ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ନୌସେନାର ପ୍ରତିଷ୍ଠା ଦିବସ ଅବସରରେ ସମୁଦ୍ର ଓ ଆକାଶ ପଥରେ ଦୁଃସାହାସିକ କୌଶଳ ପ୍ରଦର୍ଶନ କରାଯିବ।_*

*_➡️୨-୨୦୨୫ରୁ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି l ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ।_*

*_➡️୩-୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଆସନ୍ତାକାଲିଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଆୟୋଜିତ ହେବ ଡିଜିପି ସମ୍ମିଳନୀ । କାର୍ଯ୍ୟକ୍ରମ ଥିବା ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍‌’ ହେଲା ଘୋଷଣା ।_*

*_➡️୪-ଆଜି ରାତିରୁ ରାଜ୍ୟରେ କମିବ ଶୀତ, ରାତି ତାପମାତ୍ରା ପ୍ରାୟ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ କମ୍‌ ଶୀତ ଅନୁଭୂତ ହେବ । ଉଭୟ ପାଣିପାଗ ବିଭାଗ ଓ ପାଣିପାଗ ବିଶେଷଜ୍ଞ ଏଭଳି କଲେ ପୂର୍ବାନୁମାନ l_*

*_➡️୫-ବିଧାନସଭା ଶୀତ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗୃହରେ ଶିଶୁ ବିକ୍ରି , ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଗୃହ ହୁଲସ୍ତୁଲ l_*

*_➡️୬-ନୂଆବର୍ଷରୁ ଭୁବନେଶ୍ୱରରେ ଦେଶର ଆଉ ୫ ସହରକୁ ଉଡ଼ିବ ବିମାନ l ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ । ଜାନୁଆରୀ ୧ରୁ ଇନ୍ଦୋରକୁ ସପ୍ତାହକୁ ୪ ଦିନ ଉଡିବ ଇଣ୍ଡିଗୋ ।_*

*_➡️୭-ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୯ ଓ ୩୦ତାରିଖରେ (ଆସନ୍ତାକାଲି ଓ ଶନିବାର) ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବ। ଏହି ଦୁଇ ଦିନରେ ଉପସ୍ଥାପିତ ହେବାକୁ ଥିବା ପ୍ରଶ୍ନଗୁଡ଼ିକ ଡିସେମ୍ବର ୨ତାରିଖରେ ଉପସ୍ଥାପିତ ହେବ l_*

*_➡️୮-ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ, ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆସନ୍ତା ୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ କଲା ପୂର୍ବାନୁମାନ l_*

*_➡️୯-ଆଜି ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ବିଜେପି ହାଇକମାଣ୍ଡ l ବିଜେପିର ଯେ କେହି ବି ମୁଖ୍ୟମନ୍ତ୍ରୀ ହେବେ ତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ଦେଲେ ଏକନାଥ ସିନ୍ଦେ।_*

*_➡️୧୦-ପୁଣି ଆସିଲା ଆଳୁ ସଙ୍କଟ l ଆଳୁ ଟ୍ରକକୁ ଜଗିବସିଛନ୍ତି ପଶ୍ଚିମବଙ୍ଗ ସରକାର, ସୀମାରେ ୩୦ରୁ ଅଧିକ ଅଳୁ ଟ୍ରକ୍ ଅଟକ l ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ।_*

*_➡️୧୧-ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଲା ରୌପ୍ୟ ପଦକ। ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ମିଳିଲା ଏହି ପୁରସ୍କାର।_*

*_➡️୧୨-ଆଜି ଝାଡ଼ଖଣ୍ଡରେ ଶପଥ ଗ୍ରହଣ ଉତ୍ସବ । ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ରାଞ୍ଚିର ମୋରହାବାଦୀ ପଡ଼ିଆରେ ହେବ ଶପଥଗ୍ରହଣ ସମାରୋହ l ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ, ସାମିଲେ ହେବେ ‘ଇଣ୍ଡି’ ମେଣ୍ଟର ବହୁ  ବରିଷ୍ଠ ନେତା ।_*

*_➡️୧୩-କୁନୋ ଜାତୀୟ ପାର୍କରେ ପୁଣି ଆଖିବୁଜିଲେ ୨ ଚିତା l ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା। ମୃତ୍ୟୁର କାରଣ ଶରୀରର ପୋଷ୍ଟମର୍ଟମ ପରେ ହିଁ ଜଣା ପଡ଼ିବ। ସମସ୍ତ ଅବଶିଷ୍ଟ ବୟସ୍କ ଚିତାବାଘ ଏବଂ ୧୨ ଛୁଆ ସୁସ୍ଥ ଅଛନ୍ତି।_*

*_➡️୧୪-ନେଦରଲ୍ୟାଣ୍ଡସ୍ ର ହେଗ୍ ଠାରେ ଓପିସିଡବ୍ଲୁ-ଦ ହେଗ୍ ପୁରସ୍କାର ୨୦୨୪ ଜିତିଲା ଭାରତୀୟ ରାସାୟନିକ ପରିଷଦ l ଏହି କାର୍ଯ୍ୟକ୍ରମରେ ୧୯୩ଟି ଦେଶର ପ୍ରତିନିଧି ଏବଂ ବିଶ୍ୱର ରାସାୟନିକ ଶିଳ୍ପର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ କୌଣସି ରାସାୟନିକ ଶିଳ୍ପ ସଂସ୍ଥାର ଉଦ୍ୟମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।_*

*_➡️୧୫-ଇସ୍ରାଏଲ ବିରୋଧରେ ‘ରାସାୟନିକ ଅସ୍ତ୍ର’ ପ୍ରୟୋଗ କରିପାରେ ଇରାନ l ଇରାନ ରାସାୟନିକ ଅସ୍ତ୍ର ପ୍ର‌ୟୋଗ କରିବାକୁ ଯୋଜନା କରୁଛି ବୋଲି ଆମେରିକା ଇସ୍ରାଏଲକୁ ଚେତାଇଲା ।_*

*_➡️୧୬-ଏଣିକି ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀ ହ୍ବାଟ୍ସଆପ୍‌, ଜିମେଲ୍‌ ଜରିଆରେ ସରକାରୀ ତଥ୍ୟ ଆଦାନପ୍ରଦାନ କରିପାରିବେ ନାହିଁ। ହ୍ବାଟ୍ସଆପ୍‌, ଜିମେଲ୍‌ ଭଳି ମାଧ୍ୟମ ଜରିଆରେ ତଥ୍ୟ ଆଦାନପ୍ରଦାନ ପ୍ରଘଟ ହେବାର ଆଶଙ୍କା ରହିଥିବାରୁ ସରକାର ଏନେଇ କଟକଣା କଲେ ଜାରି l_*

*_➡️୧୭-ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହେଲା ଭୟଙ୍କର ତୁଷାର ଝଡ଼ l ଜନଜୀବନ ହେଲା ବ୍ୟାହତ, ଶହ ଶହ ବିମାନ ହେଲା ବାତିଲ l ଗତ ୫୦ ବର୍ଷରେ ଏହାକୁ ସବୁଠାରୁ ଭୟଙ୍କର ଝଡ଼ ବୋଲି କୁହାଯାଉଛି ।_*

*_➡️୧୮-ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳାଯିବ। ଏହା ଏକ ଦିବାରାତ୍ର ମ୍ୟାଚ୍‌ ରହିବ। ଡିସେମ୍ବର ୬ରୁ ଏହି ମୁକାବିଲା ଆରମ୍ଭ ହେବ।_*

*_➡️୧୯-ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି l ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ରେ ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଉଭୟ ଟିମ୍‌ ମିଶି ୨୦ ଓଭର ମଧ୍ୟ ଖେଳିପାରିଲେ ନାହିଁ ।_*

*_➡️୨୦-ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ପୁଣିଥରେ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଲେ l_*

*_🔅ଆଜି ମାଣବସା ଗୁରୁବାର ଓଷା ll_*
*_🔅ଆଜି ଜାତୀୟ ଶୋକ ଦିବସ ll_*
*_🔅ଆଜି ଲାଲ୍ ଗ୍ରହ ଦିବସ ll_*
*_🔅ଆଜି ଶ୍ରୀ ରଙ୍ଗନାଥ ମହାରାଜଙ୍କ ମୃତ୍ୟୁ ବାର୍ଷିକୀ ll_*
*_🔅ଆଜି ଧନ୍ୟବାଦ ଅର୍ପଣ ଦିବସ ll_*
*_🔅ଆଜି ତୁର୍କୀ ବାମପନ୍ଥୀ ଦିବସ ll_*
*_🔅ଆଜି ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ ll_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024