ଖବର ଆଜିର,ତାରିଖ ୨୧/୧୧/୨୪, ଗୁରୁବାର



୧-ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ଏଠାରେ ପାରଦ‌ ୬.୨ ଡିଗ୍ରୀ ସେଲସିୟସ୍‌ ଥିବା ଜଣାପଡିଛି।

୨-ଫେବୃୟାରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

୩-ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବ।

୪-ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ।

୫-ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍।

୬-କଟକରେ ଗୋଷ୍ଠୀ ସଂଘର୍ଷ,ପଟାପୋଲ ଅଞ୍ଚଳରେ କାଚ ବୋତଲ ଏବଂ ଢେଲାମାଡ଼, ଘଟଣାସ୍ଥଳରେ ପାଟ୍ରୋଲିଂ କରୁଛି ପୁଲିସ।

୭-ଇତିହାସ ସୃଷ୍ଟି କଲା କିଟ୍‍ ଲ’ ସ୍କୁଲ୍‍, ୩୭ତମ ବିସିଆଇ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ହେଲା ବିଜୟୀ।

୮-ଗନ୍ଧମାର୍ଦ୍ଦନ ପାହାଡ ପାଖରେ ଆଦାନୀର ଜମି କିଣା; ତେଜିଲା ରାଜନୀତି । ବିଜେଡି-ବିଜେପିର ବଢିଲା ବୟାନବାଜି।

୯-ରାଜ୍ୟରେ ୨୪ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର, ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ।

୧୦-ଅତ୍ୟଧିକ ଗରମ ଚା' ପିଇଲେ ହୋଇପାରେ କ୍ୟାନସର୍, ରିସର୍ଚ୍ଚରେ ହେଲା ଖୁଲାସା।

୧୧-ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା: ତାମିଲନାଡୁ ମୁହାଁଇ ପାରେ ସମ୍ଭାବ୍ୟ ବାତ୍ୟା।

୧୨-କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣା; ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ପୋଲିସ।

୧୩-ନାକଟିଦେଉଳ:ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଗିରଫ।

୧୪-ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ ହେଲା ପ୍ରକାଶ ଏମ ; ଉତୁରିଗଲା ଫିଲ୍ମ କରିବା ନିଶା।

୧୫-ଭୁବନେଶ୍ୱର: ସମ୍ମାନଜନକ ଶାମ୍ବବୀ ପୁରସ୍କାର ରାଶି ୫ ଲକ୍ଷକୁ ବୃଦ୍ଧି।

୧୬-ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ଚୀନକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଚାମ୍ପିଅନ।

୧୭-ବୁଥ୍ ବାହୁଡା଼ ମତ: ମହାରାଷ୍ଟ୍ରରେ NDA ଏବଂ ଝାଡ଼ଖଣ୍ଡରେ ଝୁଲା ସରକାର ହେବ।

୧୮-ନୂଆ ଦିଲ୍ଲୀ:ଦୁଇ ଦିନରେ ୧୬ଶହ ଟଙ୍କା ବଢ଼ିଲା ସୁନା।କ୍ରିପ୍ଟୋ କଏନ୍ ୯୦ ହଜାର ଡ଼ଲାର ପାର୍।

୧୯-ବିବାହର ୨୯ ବର୍ଷ ପରେ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ଏ.ଆର ରେହମାନ୍ ଓ ପତ୍ନୀ।

୨୦-ବିହାର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର କଟିଲା ଚାଲାଣ: ଆଗରୁ ବି କଟିଛି, ହେଲେ ପୈଠ ହୋଇନି ରାଶି।

୨୧-ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୭ ପାକ୍ ସେନା କର୍ମଚାରୀ ନିହତ।

୨୨-ଗାଜାରେ ପହଞ୍ଚିଲେ ନେତାନ୍ୟାହୁ, ଜଣେ ପଣବନ୍ଦୀଙ୍କ ମୁକ୍ତି ପାଇଁ ୩୮ କୋଟି ଦେବାକୁ ଘୋଷଣା କଲେ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024