ଖବର ଆଜିର* ତାରିଖ:୨୮/୧୧/୨୪, ଗୁରୁବାର


୧-ଭୁବନେଶ୍ୱରରେ DGP ସମ୍ମୀଳନୀ: ନୋ ଫ୍ଲାଇଙ୍ଗ ଜୋନ୍,୩ କେନ୍ଦ୍ରୀୟ ଫୋର୍ସ ମୂତୟନ,୧୫୦ ପ୍ଲାଟୁନ ଫୋର୍ସ ସହିତ ୧ ହଜାର ଅଫିସର, ହାଇ ଆଲର୍ଟ ରେ ରାଜଧାନୀ।

୨-୧ଲକ୍ଷ ୭୭ ହଜାର ଭୂତ ଖାଉଥିଲେ ରାସନ ଚାଉଳ: ଇ-କେୱାଇସି ଯାଞ୍ଚରୁ ଆସିଲା ସତ।

୩-ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ, ଯୋଗ ଦେବେ ରାଷ୍ଟ୍ରପତି।

୪-ଜାତୀୟ ଶିକ୍ଷା ନୀତି ଲାଗୁ ପ୍ରସଙ୍ଗରେ ଆଉ ପାଦେ ଆଗକୁ ଗଲେ ସରକାର: ୨୦୨୫ରୁ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ।

୫-ଭୁବନେଶ୍ୱର:୯୪୧ ଜଣ ଅଗ୍ନି ଯୋଦ୍ଧାଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର।

୬-ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା।

୭-ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ,OSSC ରେ ୩୨୪ଟି ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ।

୮-ପୁଣି ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ: ଭଦ୍ରକ ଅନ୍ନପାଳରୁ ଆସିଲା ଅଭାବନୀୟ ଦୃଶ୍ୟ । ତାତିଲେ ଦର୍ଶକ,ଫିଙ୍ଗିଲେ ଚେୟାର।

୯-ବେଗୁନିଆ:ଲାଞ୍ଚ ନେଇ ଧରାପଡିଲେ 
CDPO ସନ୍ଧ୍ୟାରାଣୀ ପାଣିଗ୍ରାହୀ।

୧୦-ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ 
କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତିକେୟନ ପାଣ୍ଡିଆନ।

୧୧-ମାର୍ଚ୍ଚ ମାସ ସୁଦ୍ଧା ୨୧ ବର୍ଷରେ ପାଦ ଦେଇଥିବା ଝିଅମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା : ଉପ ମୁଖ୍ୟମନ୍ତ୍ରୀ।

୧୨-କେନ୍ଦୁଝର:ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କର ରହିଛି ୧୪ଟି ପ୍ଲଟ ଓ ୩ଟି କୋଠା, ୫ ଏକରର ଫାର୍ମ ହାଉସ ଠାବ।

୧୩-ଭୁବନେଶ୍ୱରରେ ପିଲା ବିକ୍ରି! ଶିଶୁକନ୍ୟାକୁ ୪୦ ହଜାର ଟଙ୍କାରେ ବିକ୍ରି ଅଭିଯୋଗ।ଦୁଇ ଦଲାଲଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ।

୧୪-ଆସୋଚାମ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ।

୧୫-ଚାଷୀଙ୍କ ପାଇଁ ଖୁସି ଖବର: ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର।

୧୬-ଲକ୍ଷ୍ନୌ: ସଡ଼କ ଦୁର୍ଘଟଣାରେ ୫ ଡାକ୍ତର ମୃତ,ଆଉ ଜଣେ ଗୁରୁତର।

୧୭-ନୂଆ ଦିଲ୍ଲୀ:ୱକଫ ବିଧେୟକକୁ ନେଇ ହୋଇ ପାରୁନି ସହମତି, ବଢିଲା JPC କାର୍ଯ୍ୟକାଳ।

୧୮-ଟେଷ୍ଟରେ ଯଶପ୍ରୀତ ବୁମରା ଶ୍ରେଷ୍ଠ ବୋଲର, ବ୍ୟାଟିଂରେ ୨ୟ ସ୍ଥାନକୁ ଉଠିଲେ ଜୟସଓ୍ବାଲ।

୧୯-ଆଇପିଏଲରୁ ବାଂଲାଦେଶ ବିଦା, ଜଣେ ବି ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌।

୨୦-‘ଅଫିସରେ ମୋବାଇଲ୍ ଏବଂ ଲାପ୍‌ଟପ୍ ଚାର୍ଜ କରିବା ମନା’, ତେଲଙ୍ଗାନା ମୁଖ୍ୟ ଶାସନ ସଚିବଙ୍କ ଆଦେଶକୁ ନେଇ ଚର୍ଚ୍ଚା

୨୧-ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ: ରେସରୁ ପଛକୁ ହଟିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

୨୨-ଇସ୍ରାଏଲ-ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି, ସ୍ଵାଗତ କଲା ଭାରତ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024