ଖବର ଆଜିର ତାରିଖ:୩୦/୧୧/୨୪, ଶନିବାର


୧-ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ, ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ ଲାଗିଲା କଟକଣା।

୨-ଏୟାରପୋର୍ଟ ସାଧାରଣସଭାରେ ମୋଦିଙ୍କ ସମ୍ବୋଧନ, ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ : ପ୍ରଧାନମନ୍ତ୍ରୀ।

୩-ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟନ କଲେ ଅମିତ ଶାହ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଚାଲୁଛି ବିଚାରବିମର୍ଶ।

୪-ଓଡିଶା ଆକାଶରେ ବାତ୍ୟା ପେଙ୍ଗାଲର ପ୍ରଭାବ । ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ପାଚିଲା ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ।

୫-ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ:୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେତକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋ ବସ୍ ସେବା ବନ୍ଦ।

୬-ଭୁବନେଶ୍ୱର:ମାପ ଓ ଓଜନ ଠକେଇରେ ୪.୯୯ଲକ୍ଷ ଜୋରିମାନା ଆଦାୟ।

୭-ରାଜସ୍ବ ସହକାରୀ ବନମାଳୀ କର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ମାମଲା ହୋଇଛି।

୮-ଫୁଲବାଣୀ: ସରକାରୀ ଅର୍ଥ ଆତ୍ମସାତ, ଶିକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ।

୯-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ପୁରସ୍କୃତ ହୋଇଛି।

୧୦-ମାଲକାନଗିରି:ମହିଳା ମାଓବାଦୀ ଆଣ୍ଟି ମାଡ଼ବୀ ଗିରଫ, ନାଁରେ ଥିଲା ୨ ଲକ୍ଷ ଟଙ୍କା ପୁରସ୍କାର।

୧୧-ସୋର ସିଙ୍ଗାଖୁଣ୍ଟା ବଜାର:ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ।

୧୨-ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ।

୧୩-ରାଜଭବନରୁ ବିଜେପି କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର।

୧୪-ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା । ପଞ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବିକ୍ଷୋଭ।

୧୫-ଆଜିଠୁ କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନ୍‍କ୍ଲେଭ‍, ଦେଶ ବିଦେଶରୁ ବହୁ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଯୋଗଦେବେ

୧୬-ଡିଗ୍ରୀ ପାଠ୍ୟକ୍ରମ ଅବଧି ପରିବର୍ତ୍ତନ ବିକଳ୍ପ ପ୍ରଦାନ କରିବ ୟୁଜିସି।

୧୭-GST ଫାଙ୍କିବାକୁ ବଙ୍ଗ ଯାଉଥିଲା ପୁଳା ପୁଳା ରୁପା, ମାଡିବସିଲା ପୋଲିସ।

୧୮-ଦେଶରେ ଖାଲି ପଡିଛି ୫୬୦୦ରୁ ଅଧିକ ବିଚାରପତି ପଦବୀ।

୧୯-ଇଡି ଜାଲରେ ଶିଳ୍ପା ସେଠୀଙ୍କ ସ୍ବାମୀ । ଅଶ୍ଳୀଳ ସିନେମା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ହେଉଛି ତଦନ୍ତ ।

୨୦-ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟଙ୍କ ଅବମାନନା ନୋଟିସ୍।

୨୧-ମହାରାଷ୍ଟ୍ର ଗୋଣ୍ଡିଆରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୯ ମୃତ, ୨୫ ଆହତ।

୨୨-ପୁଣି ଅଶାନ୍ତ ଗାଜା, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୪୨ ପାଲେଷ୍ଟାଇନଙ୍କ ମୃତ୍ୟୁ।

୨୩-ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024