ଖବର ଆଜିର* ତାରିଖ:୨୬/୧୧/୨୪, ମଙ୍ଗଳବାର


୧-ବିଷାକ୍ତ ବାୟୁ ବଳୟରେ ୮ ସହର:
କଟକ, ଭୁବନେଶ୍ୱର, ଦାମନଯୋଡି ଓ ରାଜଗାଙ୍ଗପୁର ଏକ୍ଯୁଆଇ ଚିନ୍ତାଜନକ।

୨-ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ସୁରକ୍ଷା ପାଇଁ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ।

୩-ଫେବୃୟାରୀ ୧୩ରୁ ଆରମ୍ଭ ହେବ ଆଇଏସସି ପରୀକ୍ଷା।ଦଶମରେ ମୋଟ ୨ଲକ୍ଷ ୫୩ ହଜାର ୩୮୪ ପରୀକ୍ଷାର୍ଥୀ ଓ ଦ୍ବାଦଶରେ ଅଛନ୍ତି ୧ଲକ୍ଷ ୬୭ହଜାର ବିଦ୍ୟାର୍ଥୀ।

୪-ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ।

୫-ଆଜି ଅମୃତ ସରୋବର କୂଳରେ ପଢାଯିବ ସମ୍ବିଧାନର ମୁଖବନ୍ଧ।

୬-ଭୁବନେଶ୍ୱର:ଆଜି ସ୍କୁଲରେ ପାଳନ ହେବ ସମ୍ବିଧାନ ଦିବସ। ଚିତ୍ରାଙ୍କନ, ପୋଷ୍ଟର ତିଆରି, ହସ୍ତଶିଳ୍ପ ପ୍ରତିଯୋଗିତା ହେବ।

୭-ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୮-ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା।ଏହି ଯୁଦ୍ଧ ଜାହାଜକୁ ଦେଖିବାକୁ ପାରାଦୀପରେ ପ୍ରବଳ ଭିଡ଼ ଲାଗିଛି।

୯-ତିଗିରିଆ:ଦାଦାବଟି ଆଦାୟ ଅଭିଯୋଗରେ ପାଞ୍ଚ ଗିରଫ, ଚାରି ବନ୍ଧୁକ, ଛଅ ଅଫୁଟା ଗୁଳି ଓ ଦୁଇଟି ଖଣ୍ଡା ଜବତ।

୧୦-ଆଜି ସରିବ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଅବଧି; କାର୍ଯ୍ୟରେ ଯୋଗ ଦେବେ ନା ବଢ଼ାଇବେ ଛୁଟି।ପୁଳା ପୁଳା ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଟୁପର ଟାପୁର ଚାଲିଛି।

୧୧-ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଚିକିତ୍ସା କରିଥିବା ୨ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଗଲା।

୧୨-ଭୁବନେଶ୍ୱର:ବାଂଲା ଲିଙ୍କ, ଭୁବନେଶ୍ୱରରେ ଦଲାଲ ! ଏକକାଳୀନ ୧୦ଟି ସ୍ଥାନରେ ହେଲା ରେଡ୍।

୧୩-ଯାଜପୁର:ଗାଡି ଚେକିଂ ବେଳେ ମାଡିଗଲା ଗ୍ୟାସ କଣ୍ଟେନର, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ।

୧୪-‘ଦ ଟିଚର୍' ଆପ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକଙ୍କୁ କରିବ ଆହୁରି ସଶକ୍ତ।

୧୫-ଯାଜପୁରକୁ ନେଇ ରାଜନୀତି ଜୋର୍‌, ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ।

୧୬-ଜେଡ୍‌ ଇଷ୍ଟେଟର ୯ ଠିକଣାରେ ଇଡିର ଚଢ଼ାଉ, ୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ।

୧୭-ନୂଆ ଦିଲ୍ଲୀ:ଏକ ରାଷ୍ଟ୍ର ଏକ ସଦସ୍ୟତାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

୧୮-ଉତ୍ତର ପ୍ରଦେଶ:ସମ୍ଭଲ ହିଂସାକୁ ନେଇ ତେଜୁଛି ରାଜନୀତି; ପରସ୍ପର ଉପରେ ଅଭିଯୋଗ ଆଣି ଟାର୍ଗେଟ କଲେ ବିଜେପି-ସମାଜବାଦୀ ପାର୍ଟି।

୧୯-ନୂଆ ଦିଲ୍ଲୀ:ଶୀତକାଳୀନ ଅଧିବେଶନରେ ଅଦାନୀ ପ୍ରସଙ୍ଗରେ କମ୍ପିଲା ଗୃହ।

୨୦-୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।୨୯ ତାରିଖରେ ଓଡ଼ିଶା ଆସି ୩୦ ଓ ୧ ତାରିଖରେ ଡିଜିପି କନଫରେନ୍ସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। 

୨୧-ପ୍ରଥମ ଟେଷ୍ଟ:୧୬ବର୍ଷ ପରେ ପର୍ଥ ଦଖଲ,୨୯୫ ରନରେ ଜିତିଲା ଟିମ୍ ଇଣ୍ଡିଆ।

୨୨-ହେଜବୋଲ୍ଲାର ୧୨ ମିଲିଟାରୀ କମାଣ୍ଡ ସେଣ୍ଟରକୁ ଉଡ଼ାଇଲା ଇସ୍ରାଏଲ।

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)