ସକାଳର ଖବର,୩୦-ନଭେମ୍ବର-୨୦୨୪,ଶନିବାର


➡️୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ଡିଜି ଆଇଜି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍‌ ଶାହା, ଅଜିତ ଡୋଭାଲଙ୍କ ଭଳି ଦେଶର ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏବେ ରାଜଧାନୀରେ। ଲାଗୁଛି ଯେମିତି ପୂରା ଦେଶ ଭୁବନେଶ୍ବରକୁ ଉଠି ଆସିଛି l ୮୦୦ ସିସିଟିଭି, ୪୦୦ ଅଫିସର, ୭୦ପ୍ଲାଟୁନ୍‌ ଫୋର୍ସ ଜଗିଛନ୍ତି l

➡️୨-ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ନେତାଙ୍କୁ ଟ୍ରେଣ୍ଡ କରାଇଲେ ପ୍ରଧାନମନ୍ତ୍ରୀ ମୋଦି l ମନ୍ତ୍ରୀ, ସାଂସଦ,ବିଧାୟକ ଓ ପଦାଧିକାରୀଙ୍କ ସହ ବିଭିନ୍ନ ବିଷୟରେ କଲେ ଆଲୋଚନା l

➡️୩-ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି ସମ୍ମିଳନୀ ଉଦଘାଟିତ l କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ କଲେ ଉଦଘାଟନ l ସେ ଦେଶର ତିନୋଟି ଶ୍ରେଷ୍ଠ ଥାନାକୁ ଟ୍ରଫି ପ୍ରଦାନ କରି କଲେ ସମ୍ମାନିତ l

➡️୪-ଏଣିକି ଓଡ଼ିଶା‌ ଜଙ୍ଗଲ ଜଗିବେ ‘ଯୋଦ୍ଧା’ ଓ ‘ଥାର’। ବନ୍ୟଜନ୍ତୁ ଶିକାର ହେଉ ଅଥବା ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଗାଡ଼ି। ଟାଟା କମ୍ପାନି ଦ୍ବାରା ପ୍ରସ୍ତୁତ ‘ଯୋଦ୍ଧା’ ଓ ମହିନ୍ଦ୍ରା କମ୍ପାନିର ‘ଥାର୍‌’ର ମୋଟ ୧୩୯ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ କରାଗଲା ନିୟୋଜିତ l

➡️୫-ଶୀତ ଅଧିବେଶନ: ହଙ୍ଗାମାରେ ଧୋଇଗଲା ପ୍ରଥମ ସପ୍ତାହ l ଉଭୟ ଗୃହକୁ ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରଖାଗଲା ମୁଲତବୀ l

➡️୬-ଦେଶର ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର କଲା ହାସଲ l

➡️୭-ବାରବାଟୀ ଷ୍ଟାଡିୟମର ନବୀକରଣ ସହ କଟକ ସହରରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ‌ସୋଫିଆ ଫିର୍‌ଦୌସ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି କଲେ ଆଲୋଚନା l

➡️୮-ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। କୋଳାହଳରେ କମ୍ପିଉଠିଛି ଖଣ୍ଡଗିରି ଓ ଉଦୟଗିରି ପାହାଡ଼। ଟିକେଟ୍‌ କାଉଣ୍ଟର୍‌ ଆଗରେ ଦେଖିବାକୁ ମିଳୁଛି ଲମ୍ବାଲାଇନ୍‌ l

➡️୯-ହେବନି ଅଭାବ, ରାଜ୍ୟରେ ପ୍ରଥମଥର ଲାଗି ୧୫ହଜାର ୨୩ ହେକ୍ଟରରେ ଆଳୁ ଚାଷ କରାଯାଉଛି । ଏନେଇ କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ କଲେ ସମୀକ୍ଷା l

➡️୧୦-ଏଣିକି ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 

➡️୧୧-ବାଂଲାଦେଶୀ ଚରମ ପନ୍ଥୀଙ୍କ ବର୍ବରତା; ମନ୍ଦିର ଭାଙ୍ଗିଲେ, ଆକ୍ରମଣ କଲେ, ଭୟରେ ବାଂଲାଦେଶ ଛାଡ଼ି ପଳାଇଲେ ଶତାଧିକ ହିନ୍ଦୁ l

➡️୧୨-କ୍ୟାନସର ଆରୋଗ୍ୟ ପାଇଁ ବିବାଦୀୟ ‘ସ୍ପେଶାଲ ଡାଏଟ୍’ ମନ୍ତବ୍ୟକୁନେଇ ନବଜୋତ ସିଂହ ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଲେ ଛତିଶଗଡ଼ ସିଭିଲ ସୋସାଇଟି (ସିସିଏସ୍) l

➡️୧୩-ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗଲ୍‌’: ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ l ପବନର ଘଣ୍ଟା ପ୍ରତି ବେଗ ୭୦ରୁ ୮୦ କିମି ରହିବ। ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି l

➡️୧୪-ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍‌ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟ ଗତକାଲି ସମ୍ଭଲ ଟ୍ରାଏଲ୍‌ କୋର୍ଟଙ୍କୁ ଦେଲେ ନିର୍ଦ୍ଦେଶ l

➡️୧୫-ମଧ୍ୟ ଚାଇନାର ହୁନାନ୍‌ ରାଜ୍ୟରେ ଏକ ବୃହତ୍‌ ସୁନାଖଣିର ହେଲା ଆବିଷ୍କାର l ସରକାରୀ ଏଜେନ୍ସି ଜିନ୍‌ହୁଆ ଅନୁଯାୟୀ, ୮୨.୮ ବିଲିୟନ ଡଲାର(ପ୍ରାୟ ୭ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏହି ସୁନା ଖଣି ବିଶ୍ୱର ସର୍ବ ବୃହତ୍‌ ସୁନା ଖଣି ହୋଇପାରିଛି। କେବଳ ଏଥିରେ ୩୦୦.୨ ମେଟ୍ରିକ୍‌ ଟନ୍‌ ସୁନା ରହିଥିବା ନେଇ ଭୂବିଜ୍ଞାନୀମାନେ କଲେ ଅନୁମାନ l

➡️୧୬-‘ଡୋନାଲ୍ଡ ଟ୍ରମ୍ପ ଏବେ ସୁରକ୍ଷିତ ନୁହନ୍ତି’: ସତର୍କ ରହିବାକୁ କହିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ l ସେ ଜଣେ ଅଭିଜ୍ଞ ଓ ବୁଦ୍ଧିମାନ ରାଜନେତା ଭାବରେ କଲେ ପ୍ରଶଂସା l

➡️୧୭-ଭାରତୀୟ କ୍ରିକେଟ୍ ଦଳ ପାଇଁ ଲଞ୍ଚ୍ ହେଲା ନୂଆ ଜର୍ସି। ଏଣିକି ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

➡️୧୮-ବର୍ଡର-ଗାଭାସ୍କର ଟ୍ରଫିରେ ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ଆଜି ଅଷ୍ଟ୍ରେଲିଆ ରାଜଧାନୀ କାନବେରାରେ ଅନୁଷ୍ଠିତ ହେବ ଏକାଦଶ ଅଭ୍ୟାସ ମ୍ୟାଚ୍‌ l

➡️୧୯-ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଶେ‌ଷ ହୋଇଥିବା ଦ୍ବିତୀୟ ଆଇଡିସିଏ ୧୯ ବର୍ଷରୁ କମ୍ ଜାତୀୟ ବଧିର କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ହେଲା ବିଜେତା l

➡️୨୦-ଭାଇଜାଗ୍‌ରେ ‌ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ୍‌ ଡି’ ମ୍ୟାଚ୍‌ରେ ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ l ବିଦର୍ଭ ଓ ରେଳବାଇଠୁ ହାରିଥିବା ‌ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଗତକାଲି ତୃତୀୟ ମ୍ୟାଚ୍‌ରେ ପୁଡୁଚେରୀଠୁ ୧୬ ରନ୍‌ରେ ହେଲା ପରାସ୍ତ l


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🔅ଆଜି ସାର ଜଗଦୀଶ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ll*
*🔅ଆଜିଠାରୁ ଦେବଦୀପାବଳୀ ଆରମ୍ଭ ll*
*🔅ଆଜି ଆନ୍ତର୍ଜାତୀୟ କମ୍ପ୍ୟୁଟର ସୁରକ୍ଷା ଦିବସ ll*
*🔅ଆଜି ଜାତୀୟ ଗଣ ସଚେତନତା ଦିବସ ll*
*🔅ଆଜି ଜାତୀୟ ବ୍ୟକ୍ତିଗତ ସ୍ଥାନ ଦିବସ ll*
*🔅ଆଜି ଚିରନ୍ତନ ଯୁବ ଦିବସ ll*
*🔅ଆଜି ଶ୍ରୀ ବାଲାଜୀ ଜୟନ୍ତୀ ll*
*🔅ଆଜି ଶ୍ରୀ ଜଗଦୀଶ ଚନ୍ଦ୍ର ବୋଷ ଜୟନ୍ତୀ ll*
*🔅ଆଜି ଶ୍ରୀ ରାଜୀବ ଦୀକ୍ଷିତ ସ୍ମୃତି ଦିବସ ll*

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)