Posts

Showing posts from October, 2024

ଖବର ଆଜିର* ତାରିଖ:୦୧/୧୧/୨୪, ଶୁକ୍ରବାର

୧-ଦେଶ ସାରା ଦୀପାବଳିର ଧୁମ୍‌ । ଗାଁଠୁ ନେଇ ସହର ଯାଏ ଉତ୍ସବର ମାହୋଲ । ୨-ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆଜି ଦୀପାବଳି  ୩-ଦୀପାବଳିରେ ଅଘଟଣ, ଭୁବନେଶ୍ବର ବାପୁଜୀ ନଗରରେ ଲାଗିଲା ନିଆଁ,୩ଟି କ୍ୟାବିନ ଭସ୍ମୀଭୂତ ହୋଇଛି। ୪-କାମାକ୍ଷାନଗର,ମଠକରଗୋଳା ଗାଁ:ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ। ୫-ସୁନ୍ଦରଗଡ:ପରକୀୟା ପ୍ରୀତିରୁ ୫ଜଣଙ୍କୁ ହତ୍ୟା ଘଟଣା, ୧୩ ଅଟକ। ୬-ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ଦମ୍ଭୋକ୍ତି, ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି। ୭-ମୁନ୍ନା ଖାଁଙ୍କୁ ଜୟ ନାରାୟଣଙ୍କ ଦୃଢ ଜବାବ, କହିଲେ- ଅଙ୍କ ବୋଧେ ଜାଣି ନାହାନ୍ତି, ୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ସନ୍ଦେହ। ୮-ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଲେ ଭକ୍ତ। ୯-ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା। ୧୦-ପାଟଣାଗଡ଼ରେ ବାଣ ବିସ୍ଫୋରଣ, ଜଳି ଗଲା ଆସବାବପତ୍ର ଓ ଦୁଇ ବାଇକ୍। ୧୧-ଜମି ନେଇଗଲା ଜୀବନ, ପୁରୀ ସଦର ସମଗରାରେ ବାପା-ପୁଅଙ୍କୁ ହାଣି ହତ୍ୟା। ୧୨-କଳାହାଣ୍ଡି ଜିଲ୍ଲା ଗୋବର ବାହାଲୀ ଜୋରଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ,ଯୁବତୀ ମୃତ, ଚାଳକ ଗୁରୁତର। ୧୩-ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡିଶ...

୩୧/୧୦/୨୦୨୪,ଗୁରୁବାର

*_୧- 👉 ଆଜି କାଳୀପୂଜା ଓ ଦୀପାବଳି ।ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି।_* *_୨- 👉 ନଭେମ୍ବରରେ ମିଳିବ ରାସନ କାର୍ଡ।ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି ଯେ ଏବେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ କେତେ ଭୂତ ହିତାଧିକାରୀଙ୍କ ନାଁ କଟିବ। ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜ...

୩୧-ଅକ୍ଟୋବର-୨୦୨୪,ଗୁରୁବାର

*_➡️୧-ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ lଚଳଚଞ୍ଚଳ ଗାଁ ଠୁ ସହର, ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍‌ l ଆଜି ଶ୍ୟାମାକାଳୀ ପୂଜା ସହିତ ଦୀପ ଦାନ ଉତ୍ସବ ମଧ୍ୟ ପାଳନ କରାଯିବ, ହିନ୍ଦୁ ମାନ୍ୟତା ଅନୁସାରେ ଏହିଦିନ ଶ୍ୟାମାକାଳୀ ପୂଜା ସହିତ ଦୀପାବଳୀ ପାଳନ କରିବା ଦ୍ୱାରା ଜୀବନର ଅନେକ କଷ୍ଟ ଦୂର ହୋଇଥାଏ l_* *_➡️୨-ଶ୍ରୀମନ୍ଦିର ନୀତିକାନ୍ତିକୁ ବିଭ୍ରାନ୍ତ କରୁଛନ୍ତି ପାଞ୍ଜିକାର, ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି କୁ ମାନୁନାହାନ୍ତି l ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଥିବା ପାଞ୍ଜିକାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜାପଣ୍ଡା ନିଯୋଗ କଲେ ଦାବି l_* *_➡️୩-ଲୋକସେବା ଭବନରେ ବିକଶିତ ଓଡ଼ିଶାର ଭିଜନ୍‌ ଡକ୍ୟୁମେଣ୍ଟ ପାଇଁ ପୋର୍ଟାଲ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଆସନ୍ତା ୩ସପ୍ତାହ ଭିତରେ ପ୍ରସ୍ତାବ ପଠାଇପାରିବେ ଜନସାଧାରଣ l_* *_➡️୪-ଦୀପାବଳି ପାଇଁ ଅଯୋଧ୍ୟାରେ ହେଲା ବିଶ୍ୱରେକର୍ଡ, ଜଳିଲା ୨୫ ଲକ୍ଷ ଦ୍ୱୀପ, ୧୧୨୧ ଲୋକ ସରଜୁ ନଦୀରେ ଆରଳୀ କରି କଲେ ବିଶ୍ୱରେକର୍ଡ l_* *_➡️୫-ଏଣିକି ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଦିନକୁ ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ  । ଏନେଇ ଗତ ୨୯ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଦେଲେ ସୂଚନା l_* *_➡️୬-ଆଜିଠାରୁ ଉତ୍ତର ଭାରତ ପଟୁ ଥଣ୍ତା ପବନ ବହ...

ଖବର ଆଜିର* ତାରିଖ:୩୧/୧୦/୨୪, ଗୁରୁବାର

୧-ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭା, ଚଳିତ ଥର ରହିଛି ୩୦ କାର୍ଯ୍ୟଦିବସ, ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ, ପ୍ରଥମ ଦିନରେ ରହିବ ଅତିରିକ୍ତ ବଜେଟ। ୨-ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା। ୩-ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ, କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୪-ରାଜଧାନୀଭରତପୁର:ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ। ୫-ଯାଜପୁର: କଞ୍ଚାମାଲ ଅଭାବରୁ ଫେରୋକ୍ରମ କାରଖାନା ଫର୍ଣେସ୍ ବନ୍ଦ। ୬-ମଞ୍ଚେଶ୍ବର:ଆଜି ବିରାଜିବେ ମା ଶ୍ୟାମାକାଳୀ, ବିଭିନ୍ନ ସ୍ଥାନରେ ଆବାହନ ପାଇଁ ପ୍ରସ୍ତୁତି ଶେଷ। ୭-ଭୁବନେଶ୍ୱର: ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର, ତାନସେନ ସିଂହ, ସୁଦର୍ଶନ ସାହୁଙ୍କୁ କଳା ପୁରସ୍କାର ପ୍ରଦାନ। ୮-ଭୁବନେଶ୍ୱର ଉପକଣ୍ଠରେ ଆତଙ୍କ:ସହର ମୁହାଁ ୧୫ ହାତୀ। ଦାରୁ ଠେଙ୍ଗ,ପଥର ଗାଡିଆରେ ଉତ୍ପାତ। ୯-MKCG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ : ୫ ସିନିୟର ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ ଏବଂ କ୍ୟାମ୍ପସରୁ ବିତାଡିତ ନିଷ୍ପତ୍ତି। ୧୦-ପୁରୀରେ ଟ୍ରେନରୁ ୧୫୦ ଗୁଳି ଜବତ,RPF ତରଫରୁ ତନାଘନା ଆରମ୍ଭ। ୧୧-ଧାନ ବିଲରେ ମରୁଡ଼ିର ପଦଧ୍ୱନୀ । ଗୁଣୁପୁରରେ ପାଣି ଅଭାବରୁ ବିଲ ଫାଟି ଆଁ, ଶୁଖି ଜାଳ ହୋଇଗଲାଣି ଧାନ ଗଛ...

ସକାଳର ଖବର,୩୦-ଅକ୍ଟୋବର-୨୦୨୪,ବୁଧବାର

➡️୧-କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର । କୁହୁଡି ଯୋଗୁ ରାସ୍ତାରେ ଗାଡି ମୋଟର ଚଳାଚଳରେ ହେଲା ସମସ୍ୟା l ଥଣ୍ଡା ର ମଜା ନେଉଛନ୍ତି ଲୋକେ ।  ➡️୨-ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଗତ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଗତକାଲି ଠାରୁ ଖୋଲିଲା ଶିିମିଳିପାଳ ଅଭୟାରଣ୍ୟ l ➡️୩-ଏଣିକି ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଏନେଇ ସୂଚନା ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ➡️୪-ଦୀପାବଳୀ ପାଇଁ ଆସିଲା ଗାଇଡ୍‌ଲାଇନ୍‌, ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଲା ଅନୁମତି l ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ହେଲା ମନା। ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ହେଲା ବାରଣ l ➡️୫-ଓଡ଼ିଶାର ୯ଟି ସ୍ଥାନରେ କମିବ ପେଟ୍ରୋଲ ଡିଜେଲ ଦର । ଆଜି ଲାଗୁ ହେବ ନୂଆ ଦର । ଅଧିକ ପରିବହନ ଖର୍ଚ୍ଚ ପାଇଁ ବିଛିନ୍ନାଞ୍ଚଳରେ ଅଧିକ ଥିଲା ତୈଳ ଦର । ➡️୬-ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଅଟ୍ରି ପାସେଞ୍ଜର ହଲ୍ଟ l ଲୋକାର୍ପଣ କରିବେ ମାନନୀୟା ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ l ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ଆଜିଠାରୁ ତିନି ଯୋଡା ପାସେଞ୍ଜର ଗାଡି ରହଣୀ କରିବ l  ➡️୭-ରାସନ କାର୍ଡକୁ ନେଇ ବଡ ସୂଚନା ଦ...

News Headlines from Business News Agencies 30.10.2024

*Business Standard :* 📝 Dhanteras festivities spark Rs 60,000 cr sales; China faces Rs 1.25 tn loss 📝 BP profit slumps to $2.3 bn on weak refining margins, oil trading results 📝 JSW Energy emerges as top bidder for bankrupt KSK Mahanadi Power Company 📝 McDonald's global sales fall more than expected on muted demand: Report 📝 Zinc raises $25.5 million in seed funding from Nexus Venture Partners 📝 RBI's domestically-held gold reserves jump 510.46 MT by end-September 📝 Coal, Power ministries plan winter coordination to prevent power shortages 📝 Indonesia plans to import 1 million tonnes of rice from India in 2025 📝 NFRA likely to notify revised audit standards soon amid ICAI concerns 📝 Jio Financial Services launches SmartGold for digital gold purchase 📝 Swiggy raises primary issuance to Rs 4,499 cr, cuts OFS to 175.1 mn shares 📝 From Ayurveda to AIIMS, PM Modi launches Rs 12,850 cr healthcare projects 📝 China power demand growing faster than expected: Industry associ...

ଖବର ଆଜିର* ତାରିଖ:୩୦/୧୦/୨୪, ବୁଧବାର

୧-ଧନ୍‌ତେରାସ୍‌ରେ ଦେଶରେ ପ୍ରାୟ ୨୫ ଟନ୍‌ ସୁନା ଓ ୨୫୦ ଟନ୍‌ ରୁପା କାରବାର। ୨-ଭୁବନେଶ୍ୱର:୨ ଡିଗ୍ରୀ କମିବ ରାତି ତାପମାତ୍ରା, ଦୀପାବଳୀରୁ ଶୀତ ଆରମ୍ଭ। ୩-ଧନ୍‌ତେରାସ୍‌ରେ ଓଡ଼ିଶାରେ ସୁନା ବେପାର, ଦିନକରେ ୧୯୦ କୋଟି ଟପିଲା। ୪-ଭୁବନେଶ୍ୱର:ବଦଳିଲେ ୨୨ଜଣ OAS ଅଧିକାରୀ, ସ୍ନିଗ୍ଧା ଚମ୍ପତିରାୟ ହେଲେ ଯୁଗ୍ମ ରିଲିଫ୍ କମିଶନର। ୫-ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ( ୫ଟାରୁ ରାତି ୧୦) ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ୬-ଅଦିନ ରଥଯାତ୍ରାକୁ ବାରଣ କରି ଚିଠି ଲେଖିଲେ ଗଜପତି, କହିଲେ ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି। ୭-ଭୁବନେଶ୍ୱର:ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି, ସିରିଜ ବାଣ ଫୁଟାଇବା ମନା। ୮-ବାଲେଶ୍ଵର:ଗୌଡୁଣୀପୋଖରୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ନାତୁଣୀ ମୃତ, ଅଜା ଗୁରୁତର। ୯-ଭୁବନେଶ୍ୱର:୩୩୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍। ୧୦-ରାସନ କାର୍ଡକୁ ନେଇ ବଡ ଖବର । କଟିବ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ। ୧୧-ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ। ୧୨-ଅବକାରୀ ଆଇନରେ ହେଲା ସଂଶୋଧନ । ନାଚିବାକୁ ମିଳିଲାନି ଅନୁମତି, ସର୍ତ୍ତ ସହ ବାରରେ ହେବ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା ୧୩-ଲିଙ୍ଗରାଜ ବେଢ଼ାରେ ଶିଳ୍ପାଙ୍କ ଫୋଟ ବିବାଦ : ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ...

ସକାଳର ଖବର,୨୯-ଅକ୍ଟୋବର-୨୦୨୪, ମଙ୍ଗଳବାର

➡️୧-ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ନୂଆ କାର୍ଡ଼ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ l ➡️୨-ଆଜି ଧନତେରସ, ଏହି ଦିନକୁ ଧୁମ୍‌ଧାମ୍‌ କରାଯାଏ ପାଳନ । ଏହି ଦିନ ସୁନା ଓ ରୂପା କିଣିବା ଶୁଭ ବୋଲି ବିବେଚନା କରାଯାଏ । ଧନତେରସର ଶୁଭ ମୂହୁର୍ତ୍ତ ସକାଳ ୧୦.୩୦ରୁ ଆରମ୍ଭ ହୋଇ ୩୦ ତାରିଖ ଅପରାହ୍ନ ୦୧.୧୫ ପର୍ଯ୍ୟନ୍ତ ରହିଛି ।  ➡️୩-ଗୁଜରାଟର ଭଦୋଦରାରେ ଉଦଘାଟିତ ହେଲା ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟକୁ ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ।  ➡️୪-ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ହେଲା ଆୟୋଜିତ l କଳିଙ୍ଗ ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ କଲେ ଶୁଭ ଉଦଘାଟନ l ➡️୫-ଆଜି ଧନ୍ବନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ଵାସ୍ଥ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍...

News Headlines from Business News Agencies 29.10.2024

*Business Standard* 📝 CRGO steel shortage could impact India's power sector expansion plans: GTRI 📝 PetroChina set to shut top north China's largest domestic refinery in 2025 📝 Sun Pharma Q2FY25 results: Net profit rises 28% to Rs 3,040 crore 📝 Govt report maintains economic growth forecast but flags global risks 📝 PNB Q2 results: PAT jumps to Rs 4,306 cr, total income at Rs 34,447 cr 📝 CCPA questions Ola Electric's 99% resolution rate for 10,000 complaints 📝 Demand conditions in economy need close watch, says FinMin report 📝 Greenhouse gas emissions increases to new record in 2023: WMO report 📝 Quick commerce race tightens as Tata set to enter market with Neu Flash 📝 India, Saudi to discuss ways to boost cooperation in energy, digital infra 📝 Philips cuts annual sales outlook as China demand deteriorates further 📝 India remains highly dependent on imports of critical minerals, says report *Economic Times* 📝 NBCC to take up Rs 10,000 crore redevelopment project...

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୯/୧୦/୨୦୨୪, ମଙ୍ଗଳବାର

   *୧- 👉 ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଲିଜ୍‌ରେ ଦେବେ ସରକାର ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର। ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି ଏୟାରଷ୍ଟ୍ରିପରେ ଫ୍ଲାଇଟ୍ ଟ୍ରେନିଂ ଅର୍ଗାନାଇଜେସନ (ଏଫଟିଓ) ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଧିବଦ୍ଧ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି।* *୨- 👉 ଚାରିଧାମକୁ ସଡ଼କ ପଥରେ ଯୋଡିହେବ ଓଡ଼ିଶା ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡ଼ିବ ବସ।ଖୁବଶୀଘ୍ର ଏନେଇ ଓଡ଼ିଶା ରାଜ୍ୟ ପରିବହନ ନିଗମ ଅନ୍ତରାଜ୍ୟ ବସ ସେବାକୁ ତ୍ୱରାନ୍ୱିତ କରିବାକୁ ଯାଉଛି। ଏହି ବସ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟିହେବ। ଏପରିକି ପୁରୀରୁ ବିଭିନ୍ନ ତୀର୍ଥକ୍ଷେତ୍ର ସହିତ ପରିବହନ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି। ସେଥି ମଧ୍ୟରୁ ତାମିଲନାଡ଼ୁର ରାମେଶ୍ୱରମ, ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ, ଦ୍ୱାରିକା, ଅଯୋଧ୍ୟ, ବାରଣାସୀ, ଶିରିଡି, ତିରୁପତି ଆଦି ସ୍ଥାନକୁ ଏହି ବସ ସେବା ଆରମ୍ଭ ହେବ।* *୩- 👉 ଆଜି ଧନତେରାସ, ଗହଣା ଦୋକାନରେ ଜମିବ ଭିଡ ଆଜି ହେଉଛି ଧନତେରାସ। ଆଉ ଆଜିଠୁ ଆରମ୍ଭ ହୋଇଥାଏ ଆଲୋକର ପର୍ବ ଦୀପାବଳି । ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମ...

ଖବର ଆଜିର, ତାରିଖ: ୨୯/୧୦/୨୪, ମଙ୍ଗଳବାର

  ୧-ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା:ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ୨-ପୁଣି ଦେଶରେ ଚମକିଲା ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା, ଜନ ପରିବହନରେ ନମ୍ବର ଓ୍ବାନ୍ ହେଲା ଓଡ଼ିଶା, ମିଳିଲା ପୁରସ୍କାର। ୩-ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର, ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ୪-ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି,ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ ୫-ମଠ-ମନ୍ଦିରଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ପାଈଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର : ଆଇନ ମନ୍ତ୍ରୀ ୬-ବଦଳିଲେ ୧୧ ଓଏଏସ ଅଧିକାରୀ,ମନୋରଞ୍ଜନ ସାହୁ ହେଲେ ଭୁବନେଶ୍ବର ଉପଜିଲାପାଳ। ୭-ଫେରିଲା ପଥୋତ୍ସବ : ଆଜି କମ୍ପିବ ଜନପଥ,ମାଷ୍ଟର କାଣ୍ଟିନ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡିଆ ଯାଏ ପଥୋତ୍ସବ କରାଯିବ।  ୮-ଦିନକୁ ଦିନ ଅଧିକ ସକ୍ରିୟ ଭିଜିଲାନ୍ସ,୪ ମାସରେ ବନ୍ଧା ହେଲେଣି ୨୪ କ୍ଲାସ୍ ଓ୍ବାନ ଅଫିସର। ୯-କାଳୀପୂଜା-ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ, ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ, ଘରେ ପୂଜା କଲେ ୩୧ରେ ଓ ବ୍ୟବସାୟୀମାନେ ୧ରେ ପାଳିବା ଉଚିତ୍। ୧୦-ସାଲେପୁର ଭାତପଡା ଛକ:ଓଲଟିଲା ମଦ ବୋଝେଇ ପିକ୍‌ଅପ୍‌, ଶହ ଶହ ବୋତଲ ବୋହିନେଲେ ଲୋକେ। ୧୧-ସୋର: ବାତ୍ୟା 'ଦାନା'କୁ ୪ ଦିନ ବିତିଗଲା,ଏବେ ବି...

୨୮-ଅକ୍ଟୋବର-୨୦୨୪,ସୋମବାର

➡️୧-ହେଲିକପ୍ଟର୍‌ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ସମସ୍ତ ଜିଲ୍ଲାପାଳଙ୍କୁ ‘ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ହେବାକୁ ଦେଲେ ନିର୍ଦେଶ l ➡️୨-ଗୁଜୁରାଟରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ମିଳିଲା ଜାତୀୟ ପୁରସ୍କାର l ➡️୩-ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାଣି । ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଦ ରହିବ।  ➡️୪-ଏଥର ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସୁଥିବାରୁ ଏଭଳି ଚର୍ଚ୍ଚାର ଗୁରୁତ୍ବକୁ ବଢ଼ାଇଦେଇଛି। ➡️୫-କୋରାପୁଟ ରେ ରାଜ୍ୟସ୍ତରୀୟ ଲୋକମହୋତ୍ସବ ‘ପରବ’ ର ହେଲା ଶୁଭାରମ୍ଭ l  ➡️୬-ଆଗକୁ ଦୀପାବଳି ଥିବାବେଳେ କମୁଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭାର ପରିବାର l ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କଲେଣି l ➡️୭-ଡେରିରେ ହେଉ ପଛେ ମନେ ପଡିଲା, ଭଜନ ସମ୍ରାଟଙ୍କୁ ମିଳିବ ଉପଯୁକ୍ତ ମର୍ଯ୍ୟାଦା । ପୂଣ୍ୟତିଥିରେ ପୁନଃସ୍ଥାପନ ହେବ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି l ➡️୮-ଶିମି...

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୮/୧୦/୨୦୨୪,ସୋମବାର

   *୧- 👉 CM Grievance Cell will remain closed Today: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ବାତ୍ୟା ପରବର୍ତ୍ତୀ ବିଷୟକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଆଜି ଅଭିଯୋଗ ଶୁଣାଣି ପାଇଁ ଆସି ପାରିବେ ନାହିଁ। ଏଥିନେଇ ପୂର୍ବରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଯେଉଁମାନେ ୨୮ ତାରିଖ ଅଭିଯୋଗ ଶୁଣାଣୀ ପାଇଁ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ ଆସନ୍ତା ଅଭିଯୋଗ ଶୁଣାଣି ଦିବସରେ ସୁଯୋଗ ମିଳିବ ବୋଲି କୁହାଯାଇଛି। ପରବର୍ତ୍ତୀ ଶୁଣାଣି ଦିବସ ବାବଦରେ ଆସନ୍ତା ଦିନରେ ସୂଚନା ଦିଆଯିବ।* *୨- 👉 Police to Wear Body Camera before facing Public: ପୁଲିସ ବର୍ଦ୍ଦିରେ ଏଣିକି କ୍ୟାମେରା ଲାଗିବ। ବିଶେଷ କରି ଯେଉଁ ମାନେ ଥାନାରେ ଲୋକଙ୍କ ଏତଲା ରଖିବା ତଥା ଆଗନ୍ତୁକଙ୍କ ଲାଗି ବସୁଛନ୍ତି ସେହି ଅଧିକାରୀଙ୍କ ପାଇଁ ଏହି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପୁଲିସ ସହ ଅଯଥା ଯୁକ୍ତି ତର୍କ କରୁଥିବା ବ୍ୟକ୍ତିଙ୍କ ବାବଦରେ ପ୍ରମାଣ ରଖିପାରିବ ପୁଲିସ। କମିଶନରେଟ ପୁଲିସ ପକ୍ଷରୁ ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣରେ ରହୁଥିବା ଅଧିକାରୀଙ୍କ ଲାଗି ଏହି ବର୍ଦ୍ଦିରେ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା। ଏବେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିବା ପ...

ଖବର ଆଜିର ତାରିଖ: ୨୮/୧୦/୨୦୨୪

*_୧-ଓଡ଼ିଶାରେ ୧୦ ଲକ୍ଷ ମନରେଗା ଶ୍ରମିକ କଟିଲେ, ୪୯.୭% ଶ୍ରମଦିବସ ହ୍ରାସ। ଅନ୍ୟସବୁ ରାଜ୍ୟରେ ବଢିଛନ୍ତି_* *_୨-ଆସନ୍ତା କାଲି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଆରମ୍ଭ ହେବା ସୂଚନା_* *_୩-କୋରାପୁଟରେ ଲୋକମହୋତ୍ସବ ‘ପରବ’ ଆରମ୍ଭ ପାଇଁ ପୂଜାର୍ଚ୍ଚନା ଓ ଶୋଭାଯାତ୍ରା_* *_୪-ମୁଖ୍ୟମନ୍ତ୍ରୀ ମାଝୀ ହେଲିକପ୍ଟର ରେ ଆକାଶମାର୍ଗ ବୁଲି ଦେଖିଲେ ବାତ୍ୟାଜନିତ କ୍ଷୟକ୍ଷତି_* *_୫-ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲକୁ ମହାରାଷ୍ଟ୍ରରୁ ଆସିଲା ମହାବଳ ବାଘ।_* *_୬-ରାଜଧାନୀରେ ବାଘ ବୁଲିବା ଗୁଜବ ପାଇଁ ରାତି ଅନିଦ୍ରା, ଅଡ଼ୁଆରେ ବନବିଭାଗ_* *_୭-ଖାଇବା ତେଲ ଦାମ ହେଲା ଆକାଶଛୁଆଁ। ପାମ ତେଲ ବଢିଲା ୩୭%, ସୋରିଷ ତେଲ ବଢିଲା ୨୯%_* *_୮-ମାଲକାନଗିରି ଜିଲ୍ଲା କାଲିମେଳା ରେ ଖାଇବାକୁ ନ ପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ ସରକାରୀ ବିଦ୍ୟାଳୟର ୩୦ଜଣ ଅନ୍ତେବାସୀ_* *_୯-ଭୁବନେଶ୍ୱର ରାସ୍ତାରେ ସରକାରୀ ଏଲଇଡି ଦିସପ୍ଲେ ସୂଚନା ବୋର୍ଡରେ ଓଡ଼ିଆ ଭାଷା ବନାନରେ ତ୍ରୁଟି। ଏବେବି ଦୁର୍ଗାପୂଜା ର ଶୁଭେଚ୍ଛା ଓ ସତର୍କତା ଲେଖା ଚାଲିଛି_* *_୧୦-ନଭେମ୍ବର ୧ରୁ ବନ୍ଦ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ_* *_୧୧-ଆସନ୍ତା ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ 'ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ'_* *_୧୨-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ର...

सोमवार, 28 अक्टूबर 2024 के मुख्य सामाचार

🔸J&K : राज्य में बड़े आतंकी हमले की आशंका, राजौरी इलाके में संदिग्ध दिखने पर सुरक्षा बलों ने घेरा 🔸इसराइल के हमले के बाद ईरान की दुविधा- कमज़ोर दिखे या तनाव बढ़ने का जोखिम ले 🔸इजराइली हमले पर ईरान की तीखी प्रतिक्रिया, खामेनेई ने कहा - दुश्मन नहीं जनता हमारी ताकत 🔸मिथुन चक्रवर्ती ने किया दावा- 2026 के विधानसभा चुनावों के बाद बंगाल की गद्दी भाजपा की होगी 🔸महाराष्ट्र चुनाव: शिवसेना शिंदे गुट ने उद्धव के बेटे आदित्य के खिलाफ सांसद मिलिंद देवड़ा को मैदान में उतारा 🔸चीन पर बोले जयशंकर- देपसांग और डेमचोक में सैनिकों की वापसी पहला कदम, तनाव कम करना अगला कदम 🔸लखनऊ में पुलिस हिरासत में एक व्यक्ति की मौत के बाद पुलिस अधिकारी और अन्य के खिलाफ मामला दर्ज 🔸तिरुपति में 2 होटलों को बम की धमकी:3 दिन में 11 होटल्स को फर्जी ईमेल मिले; लखनऊ में भी 9 होटल को फेक थ्रेट 🔸हरियाणा में हरिद्वार से बड़ा आचार्यकुलम बनेगा:स्वामी रामदेव का ऐलान; CM बोले-हरसंभव मदद देंगे, योगगुरु ने सैनी को बताया नायाब 🔸शाह बोले- 2026 में बंगाल में सरकार बनाएंगे:यहां रवींद्र संगीत की जगह बमों की आवाजें; हमारी 2 सीटे...

𝐒𝐇𝐔𝐁𝐎𝐔𝐃𝐇A𝐘 28.10.2024

*28 Oct (Monday)*  *Vedic Ritu/* Sharad *Drik Ritu* : Sharad (Autumn) पक्ष :: *Krishnapaksh*  *Vikram Samvat - 2081*  *Shaka Samvat - 1946*   *Month* : Kartika 11, (Purnimanta)  Ashvina 26(Amanta)  *Nakshatra*: Purva Phalguni (up to 3:24 pm) Uttara Phalguni *Tithi :* Ekadashi (up to 7:51 am)Dwadashi  *Rahu* : 07:57 AM – 09:22 AM *Yamaganda*: 10:46 AM – 12:10 PM ×××××××××××××××××××××××  *TODAYS TOP NEWS*  ××××××××××××××××××××××× 1. Prime Minister Narendra Modi has expressed concern over the frauds going on in the name of Digital Arrests. Addressing the nation in his Mann Ki Baat programme yesterday.   *Highlights of MANN KI BAAT*  (a) PM Modi spoke about the legacies of two great heroes, Sardar Patel and Bhagwan Birsa Munda, announcing year-long celebrations for their 150th birth anniversaries. (b) The Prime Minister shared a recorded conversation between a victim and a fraudster, illustrating how scammers pose as ...

News Headlines from Business News Agencies 28.10.2024

*Business Standard* 📝 LIC eyes entry into bond forward rate agreement market by end of FY25 📝 SBI Life will be least affected by new surrender value norms: MD & CEO 📝 Proper infra, workforce key challenges for logistics industry: Experts 📝 Sebi issues notice to Axis Bank about stake buy in Max Life Insurance 📝 SBI, Exim Bank helping Africa's businesses by filling trade financing gap 📝 DLF expects Rs 26,000 cr from super luxury project in Gurugram, says MD 📝 Godawari Power and Ispat Q2 results: Net profit falls 38% to Rs 159 cr 📝 Sebi to auction 7 properties worth Rs 15.47 cr of Bishal Group on Dec 10 📝 ESIC enrols 2.07 mn new members in Aug, net additions rise by 6.8% 📝 Isro to launch electric propelled satellite in Dec: Chairman Somanath 📝 FAR securities receive 60,000 crore inflows since JP Morgan inclusion 📝 Govt to give boost to panchayat infrastructure, border areas in focus 📝 Fairfax not to cut CSB Bank stake in five years: MD & CEO Pralay Mondal  📝 Mood...

ଖବର ଆଜିର* ତାରିଖ:୨୮/୧୦/୨୪, ସୋମବାର

୧-ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ବାତ୍ୟାରେ ୩୬ଲକ୍ଷ ପ୍ରଭାବିତ ,ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ। ୨-ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ମିଳିବ ସ୍ବାସ୍ଥ୍ୟ ସେବା। ୩-ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ। ୪-ଭୁବନେଶ୍ୱର:'ମନ୍ କି ବାତ୍' ରେ କୋଣାର୍କ କଥା କହିଲେ ମୋଦୀ। ୫-ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ,ସାଧୁତାର ଶପଥପାଠ କରାଇବେ ମୁଖ୍ୟମନ୍ତ୍ରୀ। ୬-ବାରଙ୍ଗ:୧୫ରୁ 'ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ' ଆରମ୍ଭ ୧୮ରେ ହେବ ଶେଷ। ୭-ବାଲିଅନ୍ତା: ଜେଲ୍ ଗଲେ ୪ ଜୁଆଡି,୨୪ହଜାର ଟଙ୍କା ଓ ତାସ୍ ଜବତ। ୮-ଫୁଲବାଣୀ:ସାରଳା ଦିଗାଲ ମୃତ୍ୟୁ ମାମଲା, ପରକୀୟା ପ୍ରୀତିରୁ ପ୍ରତାରିତ ହେବା ପରେ କରିଥିଲେ ଆତ୍ମହତ୍ୟା, ସ୍ୱାମୀ ଓ ପ୍ରେମିକ ଗିରଫ। ୯-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ। ୧୦-ଭୁବନେଶ୍ୱର:ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଦ୍ୱାରା କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉଦଘାଟିତ। ୧୧-ପାର୍ବଣରେ ତେଲ ବିଗାଡ଼ିଲା ହାଣ୍ଡିଶାଳ ବଜେଟ୍; ମାସକରେ ପାମ୍‌ ଅଏଲ୍ ୩୭% ମହଙ୍ଗା। ୧୨-ଶିମିଳିପାଳରେ ନୂଆ ଅତିଥି, ମହା...

ଖବର ଏବେ ଏବେ ,୨୭-ଅକ୍ଟୋବର-୨୦୨୪,ରବିବାର

➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୫ ତମ ସଂସ୍କରଣରେ ଦେଶବାସୀଙ୍କୁ କଲେ ମତ ସାବ୍ୟସ୍ତ l  ➡️୨-ବାତ୍ୟା ପରେ ପୁନରୁଦ୍ଧାର, ରିଲିଫ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାକୁ ଦେଲେ ନିର୍ଦ୍ଦେଶ l ➡️୩-ବାତ୍ୟା ପରର ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ସୂଚନା l ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ ପ୍ରଭାବିତ l ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରୁ ଆସୁଛି କ୍ଷୟକ୍ଷତିର ଚିତ୍ର l ଅନେକ ସ୍ଥାନରେ ଗତକାଲିଠୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ l ➡️୪-‘ଦାନା’ ଦେଲା ବନ୍ୟା: ଫୁଲିଲା ବୁଢ଼ାବଳଙ୍ଗ l ବାଲେଶ୍ବରରେ ବୁଢ଼ାବଳଙ୍ଗ ବନ୍ୟାପାଣି ପ୍ରବେଶ କରିବାରୁ ସଦର ବ୍ଲକ୍‌ ଅନ୍ତର୍ଗତ ୧୧ଟି ପଞ୍ଚାୟତ ହେଲା ଜଳବନ୍ଦି l ଭଦ୍ରକରେ ରେବ, କପାଳି ଓ ନାଳିଆ ନଦୀ ଫୁଲିବାରେ ଲାଗିଛି। ➡️୫-କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ ଥିବା ଚିଙ୍ଗୁଡି ଘେରିରୁ ବିରାଟ ବଉଳା କୁମ୍ଭୀରକୁ ଧରିଲା ବନ ବିଭାଗ l କୁମ୍ଭୀରଟି ଖାଦ୍ୟ ଖୋଜି ଖୋଜି ଘେରି ଭିତରକୁ ପଶିଆସିଥିବା କୁହାଯାଉଛି । ➡️୬-ଏଣିକି ପୁଲିସ୍ ପିନ୍ଧିବେ ବଡି କ୍ୟାମେରା l ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଲେ କମିଶନରେଟ ପୁଲିସ୍ l ➡️୭-ଭାରତ ଲାଗି ଇତିହାସ ରଚିଲେ ପଞ୍ଜାବ ଜଳନ...

ତାରିଖ:୨୭/୧୦/୨୪, ରବିବାର

*_`୧-ବାଲେଶ୍ଵର/ଭଦ୍ରକ:ପାଣି ଘେରରେ ୧୫୦ ପଞ୍ଚାୟତ, ଭଦ୍ରକ - ଆରଡି ଯୋଗାଯୋଗ ବିଚ୍ଛିନ୍ନ।`_* *_`୨-ବିପଦ ସଙ୍କେତ ଉପରେ ବୁଢାବଳଙ୍ଗ, ଔପଦାରେ ୨୪୦ ମି ମି ବର୍ଷା।`_* *_`୩-ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା; ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର।`_* *_`୪-ନିୟନ୍ତ୍ରଣ ବାହାରେ କଳିଙ୍ଗନଗର ପ୍ରଦୂଷଣ,ଦୁଇ ସପ୍ତାହ ମଧ୍ୟରେ ୭ ଶିଳ୍ପ ସଂସ୍ଥାକୁ ନୋଟିସ।`_* *_`୫-କଟକ: ସାରଳା ଭବନରେ ଜୟନ୍ତୀ ସମାରୋହ,ଫନୀ ମହାନ୍ତିଙ୍କୁ 'ପଣ୍ଡିତ ଗୋଦାବରୀଶ ସମ୍ମାନ'।`_* *_`୬-ବଲାଙ୍ଗୀର,ବେଲପଡା: ବାଇକ୍ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ।`_* *_`୭-ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ,ପାଦ ଚିହ୍ନରୁ ଗଧିଆ କିମ୍ବା ବଣ ବିରାଡ଼ି କହିଲେ ସିଟି ଡିଏଫଓ।`_* *_`୮-ମୟୁରଭଞ୍ଜ:ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ, ଏମକେସି ହାଇସ୍କୁଲ ଛକରେ ମାଡ଼ିବସିଲା GST ଟିମ।`_* *_`୯-ସାଲେପୁର:ଦୀପାବଳି ପୂର୍ବରୁ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ।`_* *_`୧୦-ଉମରକୋଟ:ପକୁଡ଼ି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି।`_* *_`୧୧-ଭୁବନେଶ୍ୱର:ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୩ RI ଓ ଜଣେ PEO।`_* *_`୧୨-ଖସି ପାରିବେନି ଲୁଟେରା; ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା।`_* *_`୧୩-ବିବାଦରେ ଇସ୍କନ୍; ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ...

୨୬-ଅକ୍ଟୋବର-୨୦୨୪,ଶନିବାର

*_➡️୧-ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବିଶେଷ କରି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାଗୁଡିକର କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ କରିବେ ପରିଦର୍ଶନ l_* *_➡️୨-ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଦୁଇଦିନ ସରକାରୀ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର l_* *_➡️୩-ବଢ଼ିଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା, ଏଣିକି ବିନା ଗ୍ୟାରେଣ୍ଟିରେ ନେଇପାରିବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣା l_* *_➡️୪-ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ବାତ୍ୟା ‘ଦାନା’ ର ବିଭୀଷିକାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଆସନ୍ତାକାଲିଠାରୁ ରାଜସ୍ବ ବିଭାଗ, କୃଷି ବିଭାଗ, ସମନ୍ବୟ ବିଭାଗ, ପରିସଂଖ୍ୟାନ ବିଭାଗ ଅଧିକାରୀ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ।_* *_➡️୫-ବାତ୍ୟା ଏବଂ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ ଖୁବ୍‌ଶୀଘ୍ର ଓଡ଼ିଶାରେ ଲାଗିବ ଆଉ ୩ଟି ନୂଆ ରାଡ଼ାର l ଏ ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।_* *_➡️୬-ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବାଲେଶ୍ୱ...

ଖବର ଆଜିର* ତାରିଖ ୨୬/୧୦/୨୪, ଶନିବାର

୧-'ଦାନା'କୁ ଚାପିଦେଲା ଦୁଇ ଗୁରୁଚାପ, ସ୍ଥଳ ଭାଗ ଛୁଇଁବା ପୂର୍ବରୁ ହୋଇଥିଲା ଦୁର୍ବଳ, ଆହୁରି ଶକ୍ତିହୀନ କରିଦେଲା ଲୁଣା ଜଙ୍ଗଲ। ୨-ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ। ୩-କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ। ୪-ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ, ଯାଇପାରିବେ ଶ୍ରୀମନ୍ଦିର ଓ କୋଣାର୍କ। ୫-ଘର ଭାଙ୍ଗିଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ଵ ମନ୍ତ୍ରୀ ୬-ଦାନା ଆଣିଲା ଥଣ୍ଡା ପାଗ,ମାସ ଶେଷ ଯାଏଁ ଜାରି ରହିବ କୋହଲା ପାଗ। ୭-ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍। ୮-ଶ୍ରୀମନ୍ଦିରରେ ବାତ୍ୟା ପ୍ରଭାବ,ରାତିରେ ସଅଳ ପହଡ଼,ଦିନରେ ବି ନିଦ୍ରା ଗଲେ ମହାପ୍ରଭୁ। ୯-ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୨ ମହିଳାଙ୍କ ମୃତ୍ୟୁ। ୧୦-ଆଠଗଡ,ଏକଡାଳ ଗ୍ରାମ:୧୧ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ସହ ଟ୍ରକ ଜବତ, ଚାଳକ ଗିରଫ। ୧୧-ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା,ଆଜି ବନ୍ଦ ରହିବ ସବୁ ସ୍କୁଲ। ୧୨-ଆଜିଠାରୁ ଓଡ଼ିଶା -ବରୋଦା ରଣଜୀ ମୁକାବିଲା। ୧୩-କେନ୍ଦ୍ରାପଡ଼ା:'ଦାନା' ମାଡ଼ରେ ୯ ବ୍ଲକ୍‌ର ୧୫୯୩ ଗାଁ ପ୍ରଭାବିତ, ୨୮ ହଜାର ହେକ୍ଟର ଜମି ଜ...