ଖବର ଆଜିର* ତାରିଖ:୦୧/୧୧/୨୪, ଶୁକ୍ରବାର

୧-ଦେଶ ସାରା ଦୀପାବଳିର ଧୁମ୍‌ । ଗାଁଠୁ ନେଇ ସହର ଯାଏ ଉତ୍ସବର ମାହୋଲ ।

୨-ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆଜି ଦୀପାବଳି 

୩-ଦୀପାବଳିରେ ଅଘଟଣ, ଭୁବନେଶ୍ବର ବାପୁଜୀ ନଗରରେ ଲାଗିଲା ନିଆଁ,୩ଟି କ୍ୟାବିନ ଭସ୍ମୀଭୂତ ହୋଇଛି।

୪-କାମାକ୍ଷାନଗର,ମଠକରଗୋଳା ଗାଁ:ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ।

୫-ସୁନ୍ଦରଗଡ:ପରକୀୟା ପ୍ରୀତିରୁ ୫ଜଣଙ୍କୁ ହତ୍ୟା ଘଟଣା, ୧୩ ଅଟକ।

୬-ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ଦମ୍ଭୋକ୍ତି, ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି।

୭-ମୁନ୍ନା ଖାଁଙ୍କୁ ଜୟ ନାରାୟଣଙ୍କ ଦୃଢ ଜବାବ, କହିଲେ- ଅଙ୍କ ବୋଧେ ଜାଣି ନାହାନ୍ତି, ୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ସନ୍ଦେହ।

୮-ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଲେ ଭକ୍ତ।

୯-ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା।

୧୦-ପାଟଣାଗଡ଼ରେ ବାଣ ବିସ୍ଫୋରଣ, ଜଳି ଗଲା ଆସବାବପତ୍ର ଓ ଦୁଇ ବାଇକ୍।

୧୧-ଜମି ନେଇଗଲା ଜୀବନ, ପୁରୀ ସଦର ସମଗରାରେ ବାପା-ପୁଅଙ୍କୁ ହାଣି ହତ୍ୟା।

୧୨-କଳାହାଣ୍ଡି ଜିଲ୍ଲା ଗୋବର ବାହାଲୀ ଜୋରଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ,ଯୁବତୀ ମୃତ, ଚାଳକ ଗୁରୁତର।

୧୩-ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡିଶା ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକୁ କରିବ ତ୍ୱରାନ୍ୱିତ।

୧୪-ପିପିଲି :ଗାଁ ମହିଳାଙ୍କୁ ମିଠା ବାଣ୍ଟି ଦୀପାବଳୀ ପାଳିଛନ୍ତି ପୁରୀ ସାଂସଦ ଓ ପିପିଲି ବିଧାୟକ।

୧୫-‘ଦାନା’ର ସଫଳ ମୁକାବିଲା ପରେ ମା’ ସମଲେଇଙ୍କୁ ଦର୍ଶନ କଲେ ରାଜସ୍ବ ମନ୍ତ୍ରୀ, ମା’ ଡାକ ଶୁଣିଲେ, ଜିରୋ କାଜୁଆଲଟି ହେଲା।

୧୬-ନୟାପଲ୍ଲୀ:ରାଜଧାନୀରେ ପୁଣି ଲଜ୍ଜା, ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଗଣଦୁଷ୍କର୍ମ !

୧୭-ନୂଆ ଦିଲ୍ଲୀ:ଦୀପାବଳିରେ ଅଣନିଶ୍ୱାସୀ ହୋଇପଡ଼ିଛି ରାଜଧାନୀ । ଖରାପ ବାୟୁ ଗୁଣବତ୍ତା ମାନ ୪୦୦ ପାର ।

୧୮-LPGରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ; ନଭେମ୍ବର ୧ରୁ ହେବ ୬ ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ପ୍ରଭାବ।

୧୯-ନାବାଳିକା କେୟାର ଟେକରକୁ ପିଟିପିଟି ହତ୍ୟା ଅଭିଯୋଗ, ବେଙ୍ଗାଳୁରୁରେ ଓଡ଼ିଆ ଦମ୍ପତି ଗିରଫ।

୨୦-ବିପିଏଲ୍ କମ୍ପାନୀ ପ୍ରତିଷ୍ଠାତା ଟି.ପି. ଗୋପାଳନ ନାମ୍ବିଆରଙ୍କର ପରଲୋକ, ଦେଶ ପାଇଁ ତାଙ୍କ ଅବଦାନ ଅନେକ।

୨୧-ଅଯୋଧ୍ୟା ଦୀପୋତ୍ସବରେ ଦୁଇ ଗିନିଜ୍ ରେକର୍ଡ:ସର୍ବାଧିକ ସଂଖ୍ୟକ ଲୋକଙ୍କ ଆଳତି,ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ।

୨୨-ନୂଆଦିଲ୍ଲୀ: ଗୁଜୁରାଟ କେଓ୍ବାଡିଆରୁ ଆତଙ୍କବାଦୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯିଏ ଭାରତ ସହ ଲାଗିବ ତାକୁ ଛଡାଯିବନି।

୨୩-ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା : ୯୫ ଜଣଙ୍କ ମୃତ୍ୟୁ , ଅନେକ ନିଖୋଜ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024