ସକାଳର ଖବର,୩୦-ଅକ୍ଟୋବର-୨୦୨୪,ବୁଧବାର

➡️୧-କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର । କୁହୁଡି ଯୋଗୁ ରାସ୍ତାରେ ଗାଡି ମୋଟର ଚଳାଚଳରେ ହେଲା ସମସ୍ୟା l ଥଣ୍ଡା ର ମଜା ନେଉଛନ୍ତି ଲୋକେ । 

➡️୨-ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଗତ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଗତକାଲି ଠାରୁ ଖୋଲିଲା ଶିିମିଳିପାଳ ଅଭୟାରଣ୍ୟ l

➡️୩-ଏଣିକି ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଏନେଇ ସୂଚନା ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

➡️୪-ଦୀପାବଳୀ ପାଇଁ ଆସିଲା ଗାଇଡ୍‌ଲାଇନ୍‌, ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଲା ଅନୁମତି l ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ହେଲା ମନା। ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ହେଲା ବାରଣ l

➡️୫-ଓଡ଼ିଶାର ୯ଟି ସ୍ଥାନରେ କମିବ ପେଟ୍ରୋଲ ଡିଜେଲ ଦର । ଆଜି ଲାଗୁ ହେବ ନୂଆ ଦର । ଅଧିକ ପରିବହନ ଖର୍ଚ୍ଚ ପାଇଁ ବିଛିନ୍ନାଞ୍ଚଳରେ ଅଧିକ ଥିଲା ତୈଳ ଦର ।

➡️୬-ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଅଟ୍ରି ପାସେଞ୍ଜର ହଲ୍ଟ l ଲୋକାର୍ପଣ କରିବେ ମାନନୀୟା ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ l ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ଆଜିଠାରୁ ତିନି ଯୋଡା ପାସେଞ୍ଜର ଗାଡି ରହଣୀ କରିବ l 

➡️୭-ରାସନ କାର୍ଡକୁ ନେଇ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l କଟିବ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ l ଓଡିଶାରେ କେତେ ବିଦେଶୀ ରାସନ କାର୍ଡ ପାଇଛନ୍ତି, ତଦନ୍ତ କରି ସେମାନଙ୍କ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ହେଲା ନିର୍ଦ୍ଦେଶ l

➡️୮-ଆଜି ଚତୁର୍ଦ୍ଧା ମୂରତୀଙ୍କ ହେବ ବନକଲାଗି ନୀତି, ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ l ଶ୍ରୀମନ୍ଦିରରେ ଦୂତୀୟଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପୂର୍ଣ୍ଣ କରିବେ । 

➡️୯-କାଳୀ ପୂଜା ଏବଂ ଛଟ ପୂଜା ସମୟରେ ନିୟମିତ ଟ୍ରେନରେ ଯାତ୍ରୀଭିଡ଼ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ l

➡️୧୦-ସବୁଠୁ ବଡ଼ ଫ୍ଲପ ସାବ୍ୟସ୍ତ ହେଲା ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଭୂମି ପେଡନେକରଙ୍କ ଫିଲ୍ମ 'ଦି ଲେଡି କିଲର'। ୪୫କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମାତ୍ର ୬୦ହଜାର ଟଙ୍କା ଆୟ କରିଥିଲା। ଓଟିଟି ପ୍ଲାଟଫର୍ମ ନକଣିବାରୁ ୟୁଟ୍ୟୁବରେ ହେଲା ରିଲିଜ୍ l

➡️୧୧-ଅଯୋଧ୍ୟାର ମାଙ୍କଡ଼ମାନଙ୍କ ପାଇଁ ଏକ କୋଟି ଟଙ୍କା ଦାନ କଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର l ସେମାନଙ୍କୁ ଯେପରି ପ୍ରତିଦିନ ଖାଦ୍ୟ ମିଳିବ ସେଥିପାଇଁ ବଢ଼ାଇଲେ ସହଯୋଗର ହାତ l

➡️୧୨-ସୋଆ ଫାର୍ମାସୀ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଲେ l

➡️୧୩-ଡ୍ୟାନ୍ସ ବାର୍ ପରିଚାଳନା ପାଇଁ ୨୧ଟି ସର୍ତ୍ତ ରଖିଲେ ସରକାର । ସର୍ତ୍ତ ପୂରଣ କରୁଥିଲେ ମିଳିବ ଡ୍ୟାନ୍ସ ବାର୍ ଅନୁମତି। କେବଳ ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣକୁ ମିଳିବ ଅନୁମତି l କେବଳ ଅର୍କେଷ୍ଟ୍ରା ଚାଳିବ ! ସବୁଠି ଲାଗିବ CCTV ।

➡️୧୪-ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଶିଳ୍ପା, ମନ୍ଦିର ସୁପରଭାଇଜର୍‌ଙ୍କୁ ହେଲା ନୋଟିସ୍ l ମନ୍ଦିର ପରିସର ଭିତରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିବା ପରେ ହେଲା ବିବାଦର ସୂତ୍ରପାତ l

➡️୧୫-୬୦୨୫ LTR ଶିକ୍ଷକ ନିଯୁକ୍ତି ଆବେଦନ ନେଇ ଘୁଞ୍ଚିଲା ତାରିଖ, ଅକ୍ଟୋବର ୩୦ରୁ ହେବ ନାହିଁ ଆବେଦନ l ବର୍ତ୍ତମାନ ପାଇଁ ଆବେଦନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ବେଳେ ଖୁବଶୀଘ୍ର ଓଏସଏସସି ଏନେଇ ବିଜ୍ଞପ୍ତି ଜାରି କରିବ । 

➡️୧୬-ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି ପ୍ରତିକୃତି ହେଲା ସ୍ଥାପିତ l ଏଗୁଡ଼ିକୁ ବାଲୁକା ପଥରରେ ନିର୍ମାଣ କରାଯାଇଛି। 

➡️୧୭-ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ୩୦ ଟନ୍‌ ଡାକ୍ତରୀ ସାମଗ୍ରୀ ପଠାଇଲା ଭାରତ l ପଠାଯାଇଥିବା ଡାକ୍ତରୀ ସାମଗ୍ରୀ ମଧ୍ୟରେ ଅପରେସନ ପାଇଁ ଆବଶ୍ୟକ ଜିନିଷପତ୍ର, ଦାନ୍ତ ଚିକିତ୍ସା, କ୍ୟାନସର ଓ ଜୀବନ ରକ୍ଷାକାରୀ ଔଷଧ ରହିଛି। ଏହା ସହିତ ଉଚ୍ଚ ପୁଷ୍ଟିଯୁକ୍ତ ବିସ୍କୁଟ ପଠାଯାଇଛି।

➡️୧୮-ଗତ ୧୨ ବର୍ଷ ଧରି ଭାରତ କୌଣସି ଘରୋଇ ଟେଷ୍ଟ ସିରିଜ୍ ହାରିନଥିଲା। କ୍ରମାଗତ ୧୮ ଟି ସିରିଜ୍ ଜିତିବା ନିଜେ ଏକ ଐତିହାସିକ ରେକର୍ଡ, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ୨୦୨୪ ମସିହାରେ ଏହି ଧାରାକୁ କଲା ସମାପ୍ତ l

➡️୧୯-ଚଳିତ ବିସିସିଆଇ ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ହେଲା ଶେଷ l ଓଡ଼ିଶା ନିଜ ୮ ଦଳୀୟ ଗ୍ରୁପ୍‌-ଏ’ରେ ଚତୁର୍ଥରେ ରହି ଅଳ୍ପକେ କ୍ବାର୍ଟରଫାଇନାଲ୍ ଯୋଗ୍ୟତାରୁ ହେଲା ବଞ୍ଚିତ l

➡️୨୦-ଘରୋଇ ମାଟିରେ ପାକିସ୍ତାନ ୦-୧ ପଛରେ ଥାଇ ମଧ୍ୟ ୨-୧ରେ ଇଂଲଣ୍ଡ ବିପକ୍ଷ ସିରିଜ ଜିତିବାକୁ ହେଲା ସକ୍ଷମ। ରାୱଲପିଣ୍ଡି ଟେଷ୍ଟକୁ ପାକିସ୍ତାନ ୯ ୱିକେଟରେ କବଜା କରି ପାଇଲା ଏହି ସଫଳତା l 



*🔅ଆଜି ଜାତୀୟ ଜନସାଧାରଣ ଦିବସ ll*
*🔅ଆଜି ବିଶ୍ୱ ଅଡିଓ ଡ୍ରାମା ଦିବସ ll*
*🔅ଆଜି କଖାରୁ ବ୍ରେଡ଼ ଦିବସ ll*
*🔅ଆଜି ଜାତୀୟ କ୍ୟାଣ୍ଡି କର୍ଣ୍ଣ ଦିବସ ll*
*🔅ଆଜି ତାଲିକା ଯାଞ୍ଚ ଦିବସ ll*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024