୩୧-ଅକ୍ଟୋବର-୨୦୨୪,ଗୁରୁବାର



*_➡️୧-ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ lଚଳଚଞ୍ଚଳ ଗାଁ ଠୁ ସହର, ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍‌ l ଆଜି ଶ୍ୟାମାକାଳୀ ପୂଜା ସହିତ ଦୀପ ଦାନ ଉତ୍ସବ ମଧ୍ୟ ପାଳନ କରାଯିବ, ହିନ୍ଦୁ ମାନ୍ୟତା ଅନୁସାରେ ଏହିଦିନ ଶ୍ୟାମାକାଳୀ ପୂଜା ସହିତ ଦୀପାବଳୀ ପାଳନ କରିବା ଦ୍ୱାରା ଜୀବନର ଅନେକ କଷ୍ଟ ଦୂର ହୋଇଥାଏ l_*

*_➡️୨-ଶ୍ରୀମନ୍ଦିର ନୀତିକାନ୍ତିକୁ ବିଭ୍ରାନ୍ତ କରୁଛନ୍ତି ପାଞ୍ଜିକାର, ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି କୁ ମାନୁନାହାନ୍ତି l ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଥିବା ପାଞ୍ଜିକାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜାପଣ୍ଡା ନିଯୋଗ କଲେ ଦାବି l_*

*_➡️୩-ଲୋକସେବା ଭବନରେ ବିକଶିତ ଓଡ଼ିଶାର ଭିଜନ୍‌ ଡକ୍ୟୁମେଣ୍ଟ ପାଇଁ ପୋର୍ଟାଲ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଆସନ୍ତା ୩ସପ୍ତାହ ଭିତରେ ପ୍ରସ୍ତାବ ପଠାଇପାରିବେ ଜନସାଧାରଣ l_*

*_➡️୪-ଦୀପାବଳି ପାଇଁ ଅଯୋଧ୍ୟାରେ ହେଲା ବିଶ୍ୱରେକର୍ଡ, ଜଳିଲା ୨୫ ଲକ୍ଷ ଦ୍ୱୀପ, ୧୧୨୧ ଲୋକ ସରଜୁ ନଦୀରେ ଆରଳୀ କରି କଲେ ବିଶ୍ୱରେକର୍ଡ l_*

*_➡️୫-ଏଣିକି ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଦିନକୁ ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ  । ଏନେଇ ଗତ ୨୯ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଦେଲେ ସୂଚନା l_*

*_➡️୬-ଆଜିଠାରୁ ଉତ୍ତର ଭାରତ ପଟୁ ଥଣ୍ତା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ନଭେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ଆସନ୍ତାକାଲି ରାତ୍ରୀ ସୁଦ୍ଧା ରାତିର ତାପମାତ୍ରାରେ ୩ ଡିଗ୍ରୀ କମିପାରେ।_*

*_➡️୭-ଏଣିକି ଯାତ୍ରାରେ ଆଉ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହେଇପାରିବନାହିଁ। ଏହାକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବ୍‌ଶୀଘ୍ର ଅଣାଯିବ ଆଇନ l_*

*_➡️୮-ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳରୁ ଇସ୍ତଫା ଦେବା ପରେ ଯାଜପୁର ବିଜେଡି ଶିବିରରେ ହେଲା କମ୍ପନ ସୃଷ୍ଟି l ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖି କହିଲେ ଗତ ନିର୍ବାଚନରେ ବବି ତାଙ୍କୁ ଟିକଟ ପ୍ରତିଶ୍ରୁତି ଦେଇ ପଛରୁ ଛୁରି ମାରିଥିଲେ।_*

*_➡️୯-ନଭେମ୍ବର ୨୦ରୁ ହେବ ବିଜେପିର ବୁଥ୍‌ସ୍ତରୀୟ ନିର୍ବାଚନ ପ୍ରକ୍ରିୟା l ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନରେ ଅନ୍‌ଲାଇନ୍‌ରେ ୫୦ଲକ୍ଷ ସଦସ୍ୟ ଯୋଡ଼ିହେଲେଣି।_*

*_➡️୧୦-ପ୍ରଶାନ୍ତ ବର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୟ ହନୁମାନ’ ର ପ୍ରଥମ ପୋଷ୍ଟର ହେଲା ରିଲିଜ l ଏହା ଦୁନିଆର ସବୁଠୁ ବଡ ସୁପରହିରୋ ବିଶିଷ୍ଟ ଚଳଚ୍ଚିତ୍ର ହେବାକୁ ଯାଉଛି।_*

*_➡️୧୧-ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆସନ୍ତା ମାସ ୨୬ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି। ଅଧି‌ବେଶନର ପ୍ରଥମ ଦିନରେ ଅର୍ଥାତ୍‌ ୨୬ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହେବ।_*

*_➡️୧୨-ଏଣିକି ଆଉ ମୋମୋପ୍ଲେଟ ରେ ଦେଖିବାକୁ ମିଳିବନି ମିୟୋନିଜ ସସ୍‌ l ଏହାକୁ ଖାଇବା ଦ୍ୱାରା ବହୁ ଲୋକଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଆଜିଠାରୁ ମିୟୋନିଜ ସସ୍‌ କୁ ବ୍ୟାନ୍‌ କଲେ ତେଲେଙ୍ଗାନା ସରକାର।_*

*_➡️୧୩-ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଥିବା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ 29 ଅକ୍ଟୋବରରୁ 15 ନଭେମ୍ବର 2024 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ ଚଳାଇବାକୁ ନେଲେ ନିଷ୍ପତ୍ତି l_*

*_➡️୧୪-ଦୀପାବଳିର ଦିନକ ପୂର୍ବରୁ ଦିଲ୍ଲୀରେ ବାୟୁ ମାନ ହେଲା ଅତି ଖରାପ l ରେଡ୍‌ ଜୋନ୍‌ରେ ରହିଛି ୮ଟି ଷ୍ଟେସନ୍‌ l ପଡ଼ୋଶୀ ରାଜ୍ୟରେ ନଡ଼ାପାଳ ଜାଳିବା ଯୋଗୁଁ ପ୍ରଦୂଷଣ ଥମୁନି l ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ୨୪ ଦିନରେ ୪୭ କୋଟି ହେଲାଣି ଜରିମାନା l_*

*_➡️୧୫-ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆସିଲେ ପୁଣି ଥରେ ଚର୍ଚାରେ l ଗୁପ୍ତ ଭାବେ ଟେକ୍ସାସ୍‌ରେ ୧୪,୪୦୦ ବର୍ଗଫୁଟର ଏକ ସମ୍ପତ୍ତି କିଣିଛନ୍ତି।  ଏହାର ମୂଲ୍ୟ ୨୯୬ କୋଟି । ନିଜର ସମସ୍ତ ୧୧ ସନ୍ତାନ ଏବଂ ସେମାନଙ୍କ ମା’ ତଥା ମସ୍କଙ୍କ ପୂର୍ବତନ ବାନ୍ଧବୀମାନେ ଏହି ଘରେ ରହିବେ l_*

*_➡️୧୬-କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯିବା ପଛରେ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତ ରହିଛି ବୋଲି କାନାଡା କଲା ଅଭିଯୋଗ l_*

*_➡️୧୭-ହିଜବୁଲ୍ଲା ନୂଆ ମୁଖ୍ୟର ନଇମ କ୍ୱାସୀମର କଲେ ରଣ ହୁଙ୍କାର l କହିଲେ ବିନା ସର୍ତ୍ତରେ ହେବନି ଯୁଦ୍ଧ ବିରାମ, ସେପଟେ ଟପ୍ କମାଣ୍ଡରକୁ ମାରିଲା ଇସ୍ରାଏଲ l_*

*_➡️୧୮-ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ଆସନ୍ତାକାଲିଠାରୁ ମୁମ୍ବାଇର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯିବ।_*

*_➡️୧୯-ଆଇପିଏଲ୍‌ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ଅଧିନାୟକ ପଦକୁ ଫେରିବେ l_*

*_➡️୨୦-ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ହଟାଇ ଦକ୍ଷିଣ ଆଫ୍ରିକୀୟ କାଗି ସୋ ରବାଡ଼ା ଆଇସସି ପୁରୁଷ ଟେଷ୍ଟ୍ ବୋଲର ମାନ୍ୟତାର ହେଲେ ଏକନମ୍ବର ବୋଲର୍‌ I_*

*_🔅ଆଜି ଜାତୀୟ ଏକତା ଦିବସ ll_*
*_🔅ଆଜି ବିଶ୍ୱ ସଞ୍ଚୟ ଦିବସ ll_*
*_🔅ଆଜି ବିଶ୍ୱ ସହର ଦିବସ ll_*
*_🔅ଆଜି ସଂସ୍କାର ଦିବସ ll_*
*_🔅ଆଜି ଜାତୀୟ ଡୋରବେଲ୍ ଦିବସ ll_*
*_🔅ଆଜି ବାଳିକା ସ୍କାଉଟ୍ ପ୍ରତିଷ୍ଠାତା ଦିବସ ll_*
*_🔅ଆଜି ଇନ୍ଦିରା ଗାନ୍ଧୀଙ୍କ ମୃତ୍ଯୁ ବାର୍ଷିକୀ ll_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024