ଖବର ଆଜିର* ତାରିଖ:୩୧/୧୦/୨୪, ଗୁରୁବାର
୧-ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭା, ଚଳିତ ଥର ରହିଛି ୩୦ କାର୍ଯ୍ୟଦିବସ, ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ, ପ୍ରଥମ ଦିନରେ ରହିବ ଅତିରିକ୍ତ ବଜେଟ।
୨-ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା।
୩-ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ, କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
୪-ରାଜଧାନୀଭରତପୁର:ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ।
୫-ଯାଜପୁର: କଞ୍ଚାମାଲ ଅଭାବରୁ ଫେରୋକ୍ରମ କାରଖାନା ଫର୍ଣେସ୍ ବନ୍ଦ।
୬-ମଞ୍ଚେଶ୍ବର:ଆଜି ବିରାଜିବେ ମା ଶ୍ୟାମାକାଳୀ, ବିଭିନ୍ନ ସ୍ଥାନରେ ଆବାହନ ପାଇଁ ପ୍ରସ୍ତୁତି ଶେଷ।
୭-ଭୁବନେଶ୍ୱର: ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର, ତାନସେନ ସିଂହ, ସୁଦର୍ଶନ ସାହୁଙ୍କୁ କଳା ପୁରସ୍କାର ପ୍ରଦାନ।
୮-ଭୁବନେଶ୍ୱର ଉପକଣ୍ଠରେ ଆତଙ୍କ:ସହର ମୁହାଁ ୧୫ ହାତୀ। ଦାରୁ ଠେଙ୍ଗ,ପଥର ଗାଡିଆରେ ଉତ୍ପାତ।
୯-MKCG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ : ୫ ସିନିୟର ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ ଏବଂ କ୍ୟାମ୍ପସରୁ ବିତାଡିତ ନିଷ୍ପତ୍ତି।
୧୦-ପୁରୀରେ ଟ୍ରେନରୁ ୧୫୦ ଗୁଳି ଜବତ,RPF ତରଫରୁ ତନାଘନା ଆରମ୍ଭ।
୧୧-ଧାନ ବିଲରେ ମରୁଡ଼ିର ପଦଧ୍ୱନୀ । ଗୁଣୁପୁରରେ ପାଣି ଅଭାବରୁ ବିଲ ଫାଟି ଆଁ, ଶୁଖି ଜାଳ ହୋଇଗଲାଣି ଧାନ ଗଛ।
୧୨- କେନ୍ଦ୍ରାପଡା:ବ୍ଲକରୁ ତଡା ଖାଇଲେ ସିଡିପିଓ,ସ୍ନେହଲତା ସାହୁ, ଉପମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ଛଡାଯିବନି । ସନ୍ଦେହରେ ଜିଲ୍ଲା ପ୍ରଶାସନର ନୀରବତା।
୧୩-ଡେରାବିଶ: ଦାମୋଦର ପାଠାଗାର ମାଧ୍ୟମରେ,ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ପାଠ୍ୟ ପୁସ୍ତକ ଦାନ କରୁଥିବା ସମାଜସେବୀ ଦାମୋଦର ଖଟୁଆଙ୍କ ୮୧ ବର୍ଷ ବୟସରେ ପରଲୋକ।
୧୪-ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆଣିବେ ସରକାର, କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
୧୫-୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା, ଭିଜନ ଡକୁମେଣ୍ଟ ପାଇଁ ଓ୍ୱେବ୍ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।
୧୬-କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ, ପହିଲାରୁ ସନ୍ଧ୍ୟା ୬ରୁ ସୂର୍ଯ୍ୟ ମନ୍ଦିର ବନ୍ଦ୍।
୧୭-ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ।
୧୮-ରାଜକନିକା ବ୍ଲକ ମେଘପୁର ଗାଁ:୮୨ ବର୍ଷ ବୟସରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କୃତିତ୍ବ ହାସଲ କଲେ ଗୋପୀନାଥ।
୧୯-ଅଯୋଧ୍ୟାରେ ଦୀପୋତ୍ସବ: ଜଳିଲା ୨୫ ଲକ୍ଷ ଦୀପ, ୧୧୨୧ ଜଣ କଲେ ଆରତି।
୨୦-ହାଇଦରାବାଦ:ଚାଞ୍ଚଲ୍ୟକର ଘଟଣା; ମୋମୋ ଖାଇ ମହିଳାଙ୍କର ମୃତ୍ୟୁ, ୨୦ ଜଣ ଗୁରୁତର।
୨୧-ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା।
୨୨-ଜଣେ ମହିଳାଙ୍କ ସମେତ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ।
୨୩-ନୂଆ ଦିଲ୍ଲୀ:ହିଜବୁଲ୍ଲା ନୂଆ ମୁଖ୍ୟର ନଇମ କ୍ୱାସୀମର ରଣ ହୁଙ୍କାର: ବିନା ସର୍ତ୍ତରେ ହେବନି ଯୁଦ୍ଧ ବିରାମ, ସେପଟେ ଟପ୍ କମାଣ୍ଡରକୁ ମାରିଲା ଇସ୍ରାଏଲ।
For more updates Join our WhatsApp Channel
Comments
Post a Comment