୩୧/୧୦/୨୦୨୪,ଗୁରୁବାର


*_୧- 👉 ଆଜି କାଳୀପୂଜା ଓ ଦୀପାବଳି ।ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି।_*

*_୨- 👉 ନଭେମ୍ବରରେ ମିଳିବ ରାସନ କାର୍ଡ।ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି ଯେ ଏବେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ କେତେ ଭୂତ ହିତାଧିକାରୀଙ୍କ ନାଁ କଟିବ। ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜଣାପଡିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।_*

*_୩- 👉 ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର।ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର ମିଳିଛି। ଭୁବନେଶ୍ୱରରେ ଏକ ବର୍ଣ୍ଣାଢ୍ୟ ସମାବେଶରେ ସରୋଜିନୀ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ସ୍ୱରୂପ ଲେଖିକା ସାହୁଙ୍କୁ ନଗଦ ୭ ଲକ୍ଷ ଟଙ୍କା, ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।_*

*_୪- 👉 ଅଙ୍ଗନବାଡି ଦିଦିଙ୍କୁ ସୁଭଦ୍ରା ଟଙ୍କା।‘ସୁଭଦ୍ରା’ ଯୋଜନାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଖବର ଅନିଯାୟୀ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ମିଳିବ। ସରକାର ଖୁବଶୀଘ୍ର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ଘୋଷଣା ହେବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।_*

*_୫- 👉 ନଭେମ୍ବର ୨୬ରୁ ବିଧାନସଭାର ଶୀତ ଅଧିବେଶନ ।ଆସନ୍ତା ୨୬ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବେ । ଏହି ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ମୋଟ ୩୦ଦିନ ଚାଲିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।_*

*_୬- 👉 ବଢିଲା ଚାନ୍ଦି ବିକ୍ରି ।ଧନତେରସରେ ସୁନା ଅପେକ୍ଷା ଚାନ୍ଦିର ଚାହିଦା ବୃଦ୍ଧି ପାଇଛି। ସୁନା ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଚାନ୍ଦି ବିକ୍ରି ଅହେତୁକ ଭାବେ ବୃଦ୍ଧି ପାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଧନତେରସରେ ପାଖାପାଖି ୪୦ ପ୍ରତିଶତ ଅଧିକ ଚାନ୍ଦି ବିକ୍ରି ହୋଇଥିବା ନେଇ ଆଇବିଜେଏର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ମେହତା ସୂଚନା ଦେଇଛନ୍ତି।_*

*_୭- 👉 ୨୫ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା।ଅଯୋଧ୍ୟାରେ ସିଏମ ଯୋଗୀଙ୍କ ଦ୍ୱାରା ଦୀପୋତ୍ସବ ଉଦଘାଟନ କରିଛନ୍ତି। ଏହା ସହିତ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। ଏକାସାଙ୍ଗରେ ପ୍ରାୟ ୨୫ ଲକ୍ଷ ଦୀପ ଜଳାଯାଇଥିଲା। ଏହାପୂର୍ବରୁ ସିଏମ ଯୋଗୀ ରାମ ମନ୍ଦିରକୁ ଯାଇ ଦୀପ ଜାଳି ଆଲୋକ ଉତ୍ସବର ଉଦଘାଟନ କରିଥିଲେ।_*

*_୮- 👉 ଉନ୍ମୋଚନ ହେଲା ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ।ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବା ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ହେବ। ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟରେ ପରିଣତ ହେବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତି ନିମନ୍ତେ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ଭିଜନ ଡକ୍ୟୁମେଂଟ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତ ନିମନ୍ତେ ଏକ ରାଜ୍ୟ ସରକାରଙ୍କ ୱେବପୋର୍ଟାଲକୁ ଉନ୍ମୋଚନ କରିଛନ୍ତି ।_*

*_୯- 👉 ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ୧୫୦ଟି ଗୁଳି।ପୁରୀ ରେଳ ଷ୍ଟେସନରୁ ପୁରୁଷୋତ୍ତମଏକ୍ସପ୍ରେସ(12802 )ର ଏସ-୨ ସ୍ଲିପର କୋଚର ଏକ ସିଟ ତଳୁ ଅଫୁଟା ଗୁଳି ମିଳିଛି। ଜବତ ହୋଇଛି ମୋଟ ୧୫୦ଟି ଜୀବନ୍ତ ଗୁଳି।ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବ୍ୟାଗ ଭିତରୁ ୧୫୦ଟି 8mm ଗୁଳି ମିଳିଥିଲା। ଏହା ପରେ ଆରପିଏଫ ପକ୍ଷରୁ ଜିଆରପିକୁ ଅବଗତ କରାଯାଇଥିଲା। ଜିଆରପି ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।_*

*_୧୦- 👉 ୫ ସିନିୟର୍‌ ଛାତ୍ର କ୍ୟାମ୍ପସ୍‌ରୁ ବହିଷ୍କୃତ।ଏମ୍‌କେସିଜି ମେଡିକାଲ କଲେଜରେ ଜୁନିୟର୍‌ ଛାତ୍ରଙ୍କୁ ରୢାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟି ରୢାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍‌ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍‌କୁ ପ୍ରବେଶ କରି ପାରିବେ ନାହିଁ। ଏପରିକି ସେମାନେ ଶ୍ରେଣୀକୁ ମଧ୍ୟ ଆସି ପାରିବେ ନାହିଁ। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ ରୢାଗିଂ କରିବାକୁ ସିନିୟର୍‌ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024