ଖବର ଏବେ ଏବେ ,୨୭-ଅକ୍ଟୋବର-୨୦୨୪,ରବିବାର

➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୫ ତମ ସଂସ୍କରଣରେ ଦେଶବାସୀଙ୍କୁ କଲେ ମତ ସାବ୍ୟସ୍ତ l 

➡️୨-ବାତ୍ୟା ପରେ ପୁନରୁଦ୍ଧାର, ରିଲିଫ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାକୁ ଦେଲେ ନିର୍ଦ୍ଦେଶ l

➡️୩-ବାତ୍ୟା ପରର ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ସୂଚନା l ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ ପ୍ରଭାବିତ l ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରୁ ଆସୁଛି କ୍ଷୟକ୍ଷତିର ଚିତ୍ର l ଅନେକ ସ୍ଥାନରେ ଗତକାଲିଠୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ l

➡️୪-‘ଦାନା’ ଦେଲା ବନ୍ୟା: ଫୁଲିଲା ବୁଢ଼ାବଳଙ୍ଗ l ବାଲେଶ୍ବରରେ ବୁଢ଼ାବଳଙ୍ଗ ବନ୍ୟାପାଣି ପ୍ରବେଶ କରିବାରୁ ସଦର ବ୍ଲକ୍‌ ଅନ୍ତର୍ଗତ ୧୧ଟି ପଞ୍ଚାୟତ ହେଲା ଜଳବନ୍ଦି l ଭଦ୍ରକରେ ରେବ, କପାଳି ଓ ନାଳିଆ ନଦୀ ଫୁଲିବାରେ ଲାଗିଛି।

➡️୫-କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ ଥିବା ଚିଙ୍ଗୁଡି ଘେରିରୁ ବିରାଟ ବଉଳା କୁମ୍ଭୀରକୁ ଧରିଲା ବନ ବିଭାଗ l କୁମ୍ଭୀରଟି ଖାଦ୍ୟ ଖୋଜି ଖୋଜି ଘେରି ଭିତରକୁ ପଶିଆସିଥିବା କୁହାଯାଉଛି ।

➡️୬-ଏଣିକି ପୁଲିସ୍ ପିନ୍ଧିବେ ବଡି କ୍ୟାମେରା l ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଲେ କମିଶନରେଟ ପୁଲିସ୍ l

➡️୭-ଭାରତ ଲାଗି ଇତିହାସ ରଚିଲେ ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ଭାରତକୁ କଲେ ଗୌରବାନ୍ୱିତ l 

➡️୮-ରାସ୍ତାକଡ଼ର ଶସ୍ତା ହେଲ୍‌ମେଟ ନେଉଛି ଜୀବନ: ନକଲି ଧରିବାକୁ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସରକାର l

➡️୯-ସମ୍ବଲପୁର କଳାପରିଷଦର ନୃତ୍ୟଗୁରୁ ସୂର୍ଯ୍ୟ ଗୁରୁଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ନୃତ୍ୟଗୁରୁ ବାଙ୍ଗାଲୋରରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆଣିଲେ ଜଣେ ଛାତ୍ରୀ । 

➡️୧୦-ଚଳଚିତ୍ର ସ୍ତ୍ରୀ’ ଫ୍ରାଞ୍ଚାଇଜ୍‌ର ତୃତୀୟ ସଂସ୍କରଣ ‘ସ୍ତ୍ରୀ ୩’ ଫିଲ୍ମର କାମ ଆରମ୍ଭ ହୋଇଗଲାଣି । ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । କହିଲେ- ପୁଣି ହେବ ହିଟ୍‌ l

➡️୧୧-ହିମାଳୟରେ ମିଳିଲା ନୂଆ ପ୍ରଜାତିର ସାପର ସନ୍ଧାନ l ଓସ୍କାର ପୁରସ୍କାର ବିଜେତା ହଲିଉଡ ଅଭିନେତା ଲିଓନାର୍ଡୋ ଡିକାପ୍ରିଓଙ୍କ ନାମରେ କରାଗଲା ଏହାର ନାମକରଣ l

➡️୧୨-କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ପକ୍ଷରୁ ସେପ୍ଟେମ୍ବର ମାସରେ କରାଯାଇଥିବା ମାନ ପରୀକ୍ଷାରେ ୪୯ ଟି ଔଷଧର ବ୍ୟାଚ୍‌ ହେଲା ବିଫଳ l ସର୍ବଭାରତୀୟ ସ୍ତରରୁ ପ୍ରାୟ ୩୦୦୦ ଔଷଧର ନମୁନା ସଂଗ୍ରହ କରି ଏହି ପରୀକ୍ଷା କରାଯାଇଥିଲା।

➡️୧୩-ଦୀପାବଳି ଭିଡ ଯୋଗୁଁ ମୁମ୍ବାଇ ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ବାନ୍ଦ୍ରା ଗୋରଖପୁର ଟ୍ରେନକୁ ଯାତ୍ରୀ ଚଢିବାବେଳେ ହେଲା ଦଳାଚକଟା, ୯ ଜଣ ହେଲେ ଆହତ , ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ l

➡️୧୪-ଖରାପ କ୍ବାଲିଟି ଯୋଗୁଁ ସରକାର ହେଲମେଟ୍ ତିଆରି କରୁଥିବା ୧୬୨ଟି କମ୍ପାନିର ଲାଇସେନ୍ସ କଲେ ରଦ୍ଦ l

➡️୧୫-ମେକ୍ସିକୋର କେନ୍ଦ୍ରୀୟ ରାଜମାର୍ଗରେ ଯାତ୍ରୀବାହୀ ବସ୍ ଘାଟିକୁ ଖସିବା ଯୋଗୁ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଅଥିବା ବେଳେ ୫ଜଣ ହେଲେ ଗୁରୁତର ଭାବେ ଆହତ l

➡️୧୬-ୟାହିୟା ଆଫ୍ରିଦି ହେଲେ ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି l ଇସଲାମାବାଦର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଶପଥ ପାଠ କରାଇଲେ l

➡️୧୭-ବିଶ୍ୱ ଦେଖିବ ଭାରତର ମହାକାଶ ବିଜ୍ଞାନ ଶକ୍ତି ; ଡିସେମ୍ବରରେ ଇସ୍ରୋ ଲଞ୍ଚ କରିବ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍‌ । 

➡️୧୮-ଘରୋଇ ମାଟିରେ ଭାରତୀୟ କ୍ରିକେଟ୍‌ ଦୁର୍ଗର ହେଲା ପତନ l ୧୨ ବର୍ଷ ପରେ ପ୍ରଥମ ଥର ନିଜସ୍ବ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରି ଲଜ୍ଜିତ ହେଲା ରୋହିତ ଶର୍ମାଙ୍କ ଦଳ।

➡️୧୯-ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ଜିତି ନେଇଛି। ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୫୫୬ ରନ୍ କରିବା ସତ୍ତ୍ବେ ହାରିଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇ ଟେଷ୍ଟ୍‌ରେ ବିଜୟୀ ହୋଇ ୨-୧ରେ ପାଇଲା ଏହି ସଫଳତା l

➡️୨୦-ଆଇପିଏଲ-୨୦୨୫କୁ ଫେରୁଛନ୍ତି ଚେନ୍ନାଇ ସୁପର କିଙ୍ଗସର ‘Thala’ ଏମ.ଏସ ଧୋନୀ । ପୁଣିଥରେ ୟେଲୋ ଜର୍ସିରେ ଧୁମ ମଚାଇବେ ‘Captain Cool’ ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🔅ଆଜି ଭାରତୀୟ ଶିଶୁ ଦିବସ ll*
*🔅ଆଜି ଭରତୀୟ ପାଦଚଲା ସୈନିକ ଦିବସ ll*
*🔅ଆଜି ଶାଶୁ ଦିବସ ll*
*🔅ଆଜି ବୃତ୍ତିଗତ ଚିକିତ୍ସା ଦିବସ ll*
*🔅ଆଜି ବିଶ୍ୱ ପୁରୋହିତ ଦିବସ ll*
*🔅ଆଜି ଶ୍ରୀ ମଦନ ଲାଲ ଖୁରାନା ସ୍ମୃତି ଦିବସ ll*
*🔅ଆଜି ଭାରତ ସ୍ୱିଡେନ ଇନୋଭେସନ୍ ଦିବସ ll*
*🔅ଆଜି ଜାତୀୟ ଆଳୁ ଦିବସ ll*
*🔅ଆଜି ବିଶ୍ୱ ଅଡିଓଭାଇଜୁଆଲ୍ ହେରିଟେଜ୍ ଦିବସ ll*
*🔅ଆଜି ଆମେରିକୀୟ ବିୟର ଦିବସ ll*
*🔅ଆଜି ଜାତୀୟ ନୌସେନା ଦିବସ ll*

      *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*          
                  *ll ଶୁଭ ସନ୍ଧ୍ୟା ll*

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)