ସକାଳର ଖବର,୨୯-ଅକ୍ଟୋବର-୨୦୨୪, ମଙ୍ଗଳବାର


➡️୧-ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ନୂଆ କାର୍ଡ଼ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ l

➡️୨-ଆଜି ଧନତେରସ, ଏହି ଦିନକୁ ଧୁମ୍‌ଧାମ୍‌ କରାଯାଏ ପାଳନ । ଏହି ଦିନ ସୁନା ଓ ରୂପା କିଣିବା ଶୁଭ ବୋଲି ବିବେଚନା କରାଯାଏ । ଧନତେରସର ଶୁଭ ମୂହୁର୍ତ୍ତ ସକାଳ ୧୦.୩୦ରୁ ଆରମ୍ଭ ହୋଇ ୩୦ ତାରିଖ ଅପରାହ୍ନ ୦୧.୧୫ ପର୍ଯ୍ୟନ୍ତ ରହିଛି । 

➡️୩-ଗୁଜରାଟର ଭଦୋଦରାରେ ଉଦଘାଟିତ ହେଲା ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟକୁ ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ । 

➡️୪-ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ହେଲା ଆୟୋଜିତ l କଳିଙ୍ଗ ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ କଲେ ଶୁଭ ଉଦଘାଟନ l

➡️୫-ଆଜି ଧନ୍ବନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ଵାସ୍ଥ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

➡️୬-ଆଜି ହେଉଛି ବିଶ୍ଵ stroke ଦିବସ । ବର୍ତମାନ ସମୟ ରେ ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ବିଭିନ୍ନ ରୋଗରୁ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ମଧ୍ୟରେ stroke ର ସଂଖ୍ୟା ମଧ୍ୟ ଅଧିକ ବଢୁଛି। ବ୍ରେନ ଷ୍ଟ୍ରୋକ୍‌ ଯୋଗୁଁ ଲୋକେ ପରାଲିସିସ ଭଳି ରୋଗରୁ ଆକ୍ରାନ୍ତ ହେଉଛନ୍ତି। ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । 

➡️୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୫୧,୦୦୦ ଯୁବକଙ୍କୁ କରିବେ ନିଯୁକ୍ତି ପତ୍ର ପ୍ରଦାନ l ଦେଶର ମୋଟ ୪୦ ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଉଛି, ଏଥିରେ ରାଜସ୍ବ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ପରି ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରୁ ନୂତନ କର୍ମଚାରୀ ଆସିବେ।

➡️୮-ଦୀପାବଳି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ ପୁଲିସ୍‌ l ମନ ଇଛା ବାଣ ବିକ୍ରି କରିପାରିବେନି ଖୁଚୁରା ବାଣ ଦୋକାନୀ। ଗୋଟିଏ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ୨୫ଟି ସ୍ଥାନରେ ବାଣ ବିକ୍ରି ପାଇଁ ମିଳିଛି ଅନୁମତି।

➡️୯-ରାଜ୍ୟରେ ପୁରାତନ ଡ୍ୟାମ୍‌ର ପୁନରୁଦ୍ଧାର ସହ ହେବ ସୁଦୃଢ଼ୀକରଣ l ୫ ବର୍ଷରେ ଅର୍ଥାତ୍ ୨୦୨୪-୨୫ ଠାରୁ ୨୦୨୮-୨୯ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ୨୦୦କୋଟି l

➡️୧୦-ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବସ୍ତିଆନରୁ ହେଲା ଚୋରି, ପାର୍କିଂ କରିବା ପରେ ଗାଏବ ହେଲା ୮୦ ଲକ୍ଷର କାର l 

➡️୧୧-ଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ବାଘୁଣୀ ‘ଯମୁନା’। ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ। 

➡️୧୨-ନଭେମ୍ବର ଆରମ୍ଭରୁ ରାଜ୍ୟରେ ବଢ଼ିବ ଶୀତ l ନଭେମ୍ବର ୨ରୁ ୩ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଲେ ସୂଚନା l

➡️୧୩-ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା । ଗଦା ହୋଇଯାଇଥିଲା ଶବର ପାହାଡ । ଜୀବନ ହରାଇଥିଲେ ୧୦ ହଜାର ଲୋକ । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା l

➡️୧୪-ଖୁବ୍‌ଶୀଘ୍ର ‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ମିଳିବ। ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ସୂଚନା l

➡️୧୫-ଦେଶ ପାଇଁ ସହିଦ ହେଲା ସେନାର କୁକୁର ଫ୍ୟାଣ୍ଟମ୍  । ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲା ସେନାର କୁକୁର ଫ୍ୟାଣ୍ଟମ୍ । 

➡️୧୬-ପେଜର ବ୍ଲାଷ୍ଟକୁ ନେଇ ଇରାନ ନେଲା ବଡ଼ ନିଷ୍ପତ୍ତି l ଇରାନ ସରକାରର ମନ୍ତ୍ରୀ ମହମ୍ମଦ ମେହଦୀ ବାରଦରାନ ମୋଟୋରୋଲା ଫୋନ୍ ବ୍ୟବହାର ଏବଂ ଆମଦାନୀ ଉପରେ ଲଗାଇଲେ ରୋକ୍ l

➡️୧୭-ଜାପାନରେ ବହୁମତ ହରାଇଲା କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ମେଣ୍ଟ । ସଂସଦୀୟ ନିର୍ବାଚନରେ ଆସନ ସଂଖ୍ୟା ପାଇଲା ହ୍ରାସ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦଳ ଏଲ୍‌ଡିପିକୁ  ୧୯୧ ସଂସଦ ଆସନରେ ସଫଳତା ପାଇଛି 

➡️୧୮-ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେବା ଅବସରରେ ଏପ୍ରକାର କିଛି ବଡ଼ ଧରଣର ସଙ୍କେତ ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି।

➡️୧୯-ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଲା ବଡ଼ ଝଟ୍‌କା l ନ୍ୟୁଜିଲାଣ୍ଡ ଭେଟେରାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଆଘାତ ସମସ୍ୟା ଯୋଗୁଁ ତୃତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡିଲେ l ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ନଭେମ୍ବର ୧ରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ l

➡️୨୦-IPL 2025: ରିଟେନଶନ ମଧ୍ୟରେ ସାମ୍ନକୁ ଆସିଲା ମେଗା ଅକ୍ସନର ତାରିଖ l ୨୪ ଏବଂ ୨୫ ନଭେମ୍ବରରେ ହେବ ମେଗା ନିଲାମ ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🔅ଆଜି ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ll*
*🔅ଆଜି ବିଶ୍ୱ ଷ୍ଟ୍ରୋକ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ ll*
*🔅ଆଜି ବିଶ୍ୱ ସୋରିୟାସିସ୍ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଯତ୍ନ ଏବଂ ସହାୟତା ଦିବସ ll*
*🔅ଆଜି ଜାତୀୟ ବିଲେଇ ଦିବସ ll*
*🔅ଆଜି ଜାତୀୟ ଅନୁସୂଚିତ ଜନଜାତି ଧନ୍ୟବାଦ ଦିବସ ll*
*🔅ଆଜି ଜାତୀୟ ଓଟମିଲ୍ ଦିବସ ll*
*🔅ଆଜି ତୁର୍କୀ ର ଗଣତନ୍ତ୍ର ଦିବସ ll*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024