ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୯/୧୦/୨୦୨୪, ମଙ୍ଗଳବାର

  

*୧- 👉 ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଲିଜ୍‌ରେ ଦେବେ ସରକାର ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର। ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି ଏୟାରଷ୍ଟ୍ରିପରେ ଫ୍ଲାଇଟ୍ ଟ୍ରେନିଂ ଅର୍ଗାନାଇଜେସନ (ଏଫଟିଓ) ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଧିବଦ୍ଧ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି।*

*୨- 👉 ଚାରିଧାମକୁ ସଡ଼କ ପଥରେ ଯୋଡିହେବ ଓଡ଼ିଶା ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡ଼ିବ ବସ।ଖୁବଶୀଘ୍ର ଏନେଇ ଓଡ଼ିଶା ରାଜ୍ୟ ପରିବହନ ନିଗମ ଅନ୍ତରାଜ୍ୟ ବସ ସେବାକୁ ତ୍ୱରାନ୍ୱିତ କରିବାକୁ ଯାଉଛି। ଏହି ବସ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟିହେବ। ଏପରିକି ପୁରୀରୁ ବିଭିନ୍ନ ତୀର୍ଥକ୍ଷେତ୍ର ସହିତ ପରିବହନ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି। ସେଥି ମଧ୍ୟରୁ ତାମିଲନାଡ଼ୁର ରାମେଶ୍ୱରମ, ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ, ଦ୍ୱାରିକା, ଅଯୋଧ୍ୟ, ବାରଣାସୀ, ଶିରିଡି, ତିରୁପତି ଆଦି ସ୍ଥାନକୁ ଏହି ବସ ସେବା ଆରମ୍ଭ ହେବ।*

*୩- 👉 ଆଜି ଧନତେରାସ, ଗହଣା ଦୋକାନରେ ଜମିବ ଭିଡ ଆଜି ହେଉଛି ଧନତେରାସ। ଆଉ ଆଜିଠୁ ଆରମ୍ଭ ହୋଇଥାଏ ଆଲୋକର ପର୍ବ ଦୀପାବଳି । ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ ଦିନ ସୁନା ଗହଣା ଆଦି କିଣିବାର ପ୍ରଥା ରହିଛି। ସେଥିପାଇଁ ଗହଣା ଦୋକାନରେ ଆଜି ଦେଖିବାକୁ ମିଳିବ ପ୍ରବଳ ଭିଡ଼ । ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁନା ବ୍ୟବସାୟୀମାନେ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି।*

*୪- 👉ଖୁବ ଶୀଘ୍ର ଆସିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ରାଶି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନର ତୃତୀୟ ପର୍ଯ୍ୟାୟ ଖୁବ୍‍ ଶୀଘ୍ର ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଇ ଅର୍ଥ ପ୍ରଦାନ ଶେଷ ହୋଇଛି। ଏକ କୋଟି ମହିଳାଙ୍କୁ ଏହି ଯୋଜନାରେ ସହାୟତା ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି।*

*୫- 👉 ବନ୍ୟାରୁ ରକ୍ଷା ପାଇଁ ନୂଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ନାମରେ ଏହି ଯୋଜନାରେ ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମଗୁଡ଼ିକର ପୁନରୁଦ୍ଧାର ଓ ମରାମତି ସହ ସୁଦୃଢ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମ କାରଣରୁ ତଳମୁଣ୍ଡରେ ଅତିରିକ୍ତ ଜଳପ୍ରବାହରୁ ଧନ ଜୀବନ ହାନି ସହିତ ଅନେକ କ୍ଷତି ହେବାର ଆଶଙ୍କା ରହିଥାଏ।*

*୬- 👉 ୨୦୨୫‌ରେ ଜନଗଣନା କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ୨୦୨୧ ଜନଗଣନା କାର୍ଯ୍ୟ ସରକାର ଆସନ୍ତାବର୍ଷ ଆରମ୍ଭ କରିପାରନ୍ତି। ୨୦୨୫ରେ ଦେଶର ଜନଗଣନା ଆରମ୍ଭ ହୋଇ ୨୦୨୬ରେ ଶେଷ ହେବ। ଜନଗଣନା ଶେଷ ହେବା ପରେ ବହୁ ପ୍ରତୀକ୍ଷିତ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ଆରମ୍ଭ ହେବ। ୨୦୨୮ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହେବ ବୋଲି ସରକାରୀ ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି। ୨୦୨୫ ମସିହା‌ରେ ଏହା ହେଲେ ଜନଗଣନା ବର୍ଷ ଚକ୍ର ବଦଳିଯିବାର ସମ୍ଭାବନା ରହିଛି। ୨୦୨୫ ପରେ ୨୦୩୫ରେ ଏବଂ ୨୦୪୫ ମସିହା‌ରେ ଏଭଳି ଜନଗଣନା ହେବ।*

*୭- 👉 ମହିଳାଙ୍କୁ ବଞ୍ଚାଇବାକୁ ଯାଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ପଛକୁ ପଛ ଆସି ପାଞ୍ଚରୁ ଅଧିକା ଗାଡି ଧକ୍କା ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।*

*୮- 👉 ଓଏଏସ ସ୍ତରରେ ଅଦଳବଦଳ ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା ଏବଂ ଯୁବ ସେବା ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ। ସେ ବିନୋଦ କୁମାର ଜେନାଙ୍କ ସ୍ଥାନ ନେବେ ଯିଏକି ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବରେ ପୋଷ୍ଟିଂ ହୋଇଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ମମତା ବାରିକଙ୍କୁ ସମାନ ନାମ ସହିତ ଓଡ଼ିଶା ଜୀବିକା ମିଶନ (ଓଏଲଏମ) କୁ ସ୍ଥାନାନ୍ତର କରାଯାଇଛି।*

*୯- 👉 ମନ୍ଦିରରେ ଆତସବାଜି ବେଳେ ଦୁର୍ଘଟଣା, ୧୫୦ରୁ ଅଧିକ ଗୁରୁତର ମନ୍ଦିରରେ ଆତସବାଜି ବେଳେ ହେଲା ଭୟଙ୍କର ଦୁର୍ଘଟଣା। ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି। କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି। ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରା ଯାଉଥିଲେ। ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା।*

*୧୦- 👉 ସ୍ୱର୍ଣ୍ଣ ଜିତିଲେ ଚିରାଗ ଚିକାରା ୨୩ ବର୍ଷରୁ କମ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ଚରାଗ ଚିକାରା । ତୃତୀୟ ଭାରତୀୟ ରେସଲର ଭାବରେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଆଲବାନିଆରେ ଆୟୋଜିତ ପ୍ରତିଯୋଗୀତାରେ ଚିକାରା ବିଶ୍ବ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୫୭ କେଜି ରେସଲିଂ ବର୍ଗରେ ଫାଇନାଲରେ କର୍ଗିସ୍ତାନର ଆବଦିମଲିକ କାରାକୋଭଙ୍କୁ ୪-୩ରେ ପରାସ୍ତ କରିଛନ୍ତି ଚିରାଗ ।*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024