୨୮-ଅକ୍ଟୋବର-୨୦୨୪,ସୋମବାର

➡️୧-ହେଲିକପ୍ଟର୍‌ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ସମସ୍ତ ଜିଲ୍ଲାପାଳଙ୍କୁ ‘ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ହେବାକୁ ଦେଲେ ନିର୍ଦେଶ l

➡️୨-ଗୁଜୁରାଟରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ମିଳିଲା ଜାତୀୟ ପୁରସ୍କାର l

➡️୩-ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାଣି । ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଦ ରହିବ। 

➡️୪-ଏଥର ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସୁଥିବାରୁ ଏଭଳି ଚର୍ଚ୍ଚାର ଗୁରୁତ୍ବକୁ ବଢ଼ାଇଦେଇଛି।

➡️୫-କୋରାପୁଟ ରେ ରାଜ୍ୟସ୍ତରୀୟ ଲୋକମହୋତ୍ସବ ‘ପରବ’ ର ହେଲା ଶୁଭାରମ୍ଭ l 

➡️୬-ଆଗକୁ ଦୀପାବଳି ଥିବାବେଳେ କମୁଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭାର ପରିବାର l ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କଲେଣି l

➡️୭-ଡେରିରେ ହେଉ ପଛେ ମନେ ପଡିଲା, ଭଜନ ସମ୍ରାଟଙ୍କୁ ମିଳିବ ଉପଯୁକ୍ତ ମର୍ଯ୍ୟାଦା । ପୂଣ୍ୟତିଥିରେ ପୁନଃସ୍ଥାପନ ହେବ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି l

➡️୮-ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାରାଷ୍ଟ୍ରରୁ ବାଘୁଣୀ । ଗତକାଲି ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସି ଶିମିଳିପାଳରେ ପହଞ୍ଚିଛି ବାଘୁଣୀ । 

➡️୯-ମାଲକାନଗିରି ଜିଲ୍ଲାର ବାଲିମେଳା ନିକଟସ୍ଥ ଖୋଡିକାଯୋଡି ନାଳ ଠାରେ ଓଡ଼ିଶା ହାଇଡ୍ରୋ ପାୱାର କରପୋରେସନ ୫୦୦ ମେଗାୱାଟ ପମ୍ପେଡ ଷ୍ଟୋରେଜ ପ୍ରୋଜେକ୍ଟ(ପିଏସପି) ସ୍ଥାପନ କରିବ। ପ୍ରସ୍ତାବିତ ଏହି ପ୍ରକଳ୍ପ ବାଲିମେଳା ଜଳଭଣ୍ଡାରକୁ ଉପର ଜଳଭଣ୍ଡାର ଭାବରେ ବ୍ୟବହାର କରିବ ଏବଂ ଖଡିକାଯୋଡି ନାଳରେ ଏକ ନୂତନ ନିମ୍ନ ଜଳଭଣ୍ଡାର ନିର୍ମାଣ ହେବ l

➡️୧୦-ରିଲିଜ୍ ପୂର୍ବରୁ Singham Againର ଆଡଭାନ୍ସ ବୁକିଂ, ବିଦେଶରେ ଫିଲ୍ମକୁ ନେଇ ଦେଖାଦେଇଛି କ୍ରେଜ୍ l ଯୋଡ଼ି ବକ୍ସ ଅଫିସରେ କମାଲ କରିବ ବୋଲି ଆଶା କରାଯାଉଛି । ନଭେମ୍ବର ୧ ତାରିଖରେ ‘ସିଙ୍ଘମ ଅଗେନ୍’ ସହ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲୈୟା ୩ ମଧ୍ୟ ପ୍ରେକ୍ଷାଳୟରେ ହେବ ରିଲିଜ l

➡️୧୧-ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିିତି ହେଲା ସାଂଘାତିକ, ୩୫୨ରେ ପହଞ୍ଚିଲା ଏକ୍ୟୁଆଇ l ଏପରିକି ଆନନ୍ଦ ବିହାର, ଅକ୍ଷରଧାମ ମନ୍ଦିର ଭଳି ଅଞ୍ଚଳରେ ଗତକାଲିଏକ୍ୟୁଆଇ ୪୦୦ ଅତିକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି l

➡️୧୨-ବିଶ୍ବର ଅଗ୍ରଣୀ ବ୍ୟାଙ୍କ୍‌ ‘ଏଚ୍‌ଏସ୍‌ବିସି’ର ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର୍‌ (ସିଏଫ୍‌ଓ) ଭାବେ ଭାରତୀୟ ବଂଶୋଦ୍ଭବ ପାମ୍‌ କୌର ହେଲେ ନିଯୁକ୍ତ l ଏହି ବିଶାଳ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ୧୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ‘ସିଏଫ୍‌ଓ’ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ମହିଳା ନିଯୁକ୍ତ ହୋଇଛନ୍ତି। 

➡️୧୩-‘ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ପାଣି ବିଲ୍ ଛାଡ଼ କରିବି’, ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଲେ କେଜରିୱାଲ l

➡️୧୪-ମଧ୍ୟପ୍ରଦେଶରେ ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ରେଳବାଇ ପକ୍ଷରୁ କୁହାଯାଇଛି। 

➡️୧୫-ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଉତ୍ତେଜନା ଦ୍ବାରା ତୈଳ ଭିତ୍ତିଭୂମିରେ କୌଣସି କ୍ଷତି ହୋଇନଥିବାରୁ ଖୁବ୍‌ଶୀଘ୍ର ଅଶୋଧିତ ତୈଳ ଶସ୍ତା ହେବା ନେଇ ଆଶା କରାଯାଉଛି l

➡️୧୬-ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ହେଲେ ଗୁରୁତର ଅସୁସ୍ଥ l ବିଫଳ ଅର୍ଥନୀତି ଏବଂ ଏବେ ସର୍ବୋଚ୍ଚ ନେତା ଅସୁସ୍ଥ ହେବା ଯୋଗୁ ଉତ୍ତରାଧିକାରକୁ ନେଇ ଚାଲିଲା ଲଢ଼େଇ l

➡️୧୭-ତାମିଲନାଡୁରେ ମୁଣ୍ଡ ଟେକିଲା ଆଉ ଏକ ରାଜନୈତିକ ଦଳ, ନୂଆ ପାର୍ଟି ଗଢିଲେ ତାମିଲ ସୁପରଷ୍ଟାର ବିଜୟ 

➡️୧୮-ଆଫଗାନିସ୍ତାନ ଏସିସି ଏମର୍ଜିଂ ଟିମ ଏସିଆ କପ୍ ୨୦୨୪ରେ ହେଲା ଚାମ୍ପିଅନ l ଫାଇନାଲ୍‌ରେ ଆଫଗାନିସ୍ତାନ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ କଲା ନୂଆ କୀର୍ତ୍ତିମାନ ସ୍ଥାପନ l

➡️୧୯-ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ବରୋଦା ଦଳ କଲା ବଡ଼ ସ୍କୋର୍‌ l ଓଡ଼ିଶାର ୧୯୩ ରନ୍‌ ଜବାବରେ ଘରୋଇ ବରୋଦା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୪ ରନ୍‌ କରିଛି।

➡️୨୦-ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୭୬ ରନରେ ହରାଇଲା l ଏହି ବିଜୟ ସହ ମହିଳା ଦଳ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି।



*🔅ଆଜି ଆନ୍ତର୍ଜାତୀୟ ଆନିମେସନ୍ ଦିବସ ll*
*🔅ଆଜି ରମା ଏକାଦଶୀ ll*
*🔅ଆଜି ବିଶ୍ୱ ଲେମୁର ଦିବସ ll* 
*🔅ଆଜି ଗୋବସ୍ୱl ଦ୍ୱାଦଶୀ ll*
*🔅ଆଜି ଜାତୀୟ ଚକୋଲେଟ୍ ଦିବସ ll*
*🔅ଆଜି ବନ୍ୟ ଖାଦ୍ୟ ଦିବସ ll*
*🔅ଆଜି ପଶୁ ପ୍ରେମୀ ଦିବସ ll*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024