୨୬-ଅକ୍ଟୋବର-୨୦୨୪,ଶନିବାର
*_➡️୧-ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବିଶେଷ କରି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାଗୁଡିକର କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ କରିବେ ପରିଦର୍ଶନ l_*
*_➡️୨-ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଦୁଇଦିନ ସରକାରୀ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର l_*
*_➡️୩-ବଢ଼ିଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା, ଏଣିକି ବିନା ଗ୍ୟାରେଣ୍ଟିରେ ନେଇପାରିବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣା l_*
*_➡️୪-ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ବାତ୍ୟା ‘ଦାନା’ ର ବିଭୀଷିକାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଆସନ୍ତାକାଲିଠାରୁ ରାଜସ୍ବ ବିଭାଗ, କୃଷି ବିଭାଗ, ସମନ୍ବୟ ବିଭାଗ, ପରିସଂଖ୍ୟାନ ବିଭାଗ ଅଧିକାରୀ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ।_*
*_➡️୫-ବାତ୍ୟା ଏବଂ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ ଖୁବ୍ଶୀଘ୍ର ଓଡ଼ିଶାରେ ଲାଗିବ ଆଉ ୩ଟି ନୂଆ ରାଡ଼ାର l ଏ ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।_*
*_➡️୬-ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, ଶିକ୍ଷକ ରହିବେ ଉପସ୍ଥିତ l ଏନେଇ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ କଲେ ଛୁଟି ଘୋଷଣା l_*
*_➡️୭-ବାତ୍ୟା ‘ଦାନା’ ପ୍ରଭାବରେ ଆଜିଠାରୁ ଆଉ ତିନି ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।_*
*_➡️୮-ଏଣିକି ସିସିଟିଭି ନଜରରେ ରହିବ ସମ୍ବଲପୁର ସହର l ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଇବ ସମ୍ବଲପୁର ମହାନଗର ନିଗମ l ଏହାଦ୍ୱାରା ମହିଳାଙ୍କ ସୁରକ୍ଷା ସହ ଚୋର, ତସ୍କର ଓ ବେପରୁଆ ଗାଡି ଚାଳକଙ୍କୁ ଧରାଯାଇପାରିବ ।_*
*_➡️୯-ଜ୍ଞାନବାପି ବିବାଦକୁ ନେଇ ହିନ୍ଦୁ ପକ୍ଷକୁ ଲାଗିଲା ବଡ଼ ଝଟକା l ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍ କୋର୍ଟ ଏଏସ୍ଆଇ ସର୍ଭେ ପାଇଁ ହିନ୍ଦୁ ପକ୍ଷର ଆବେଦନକୁ କଲେ ଖାରଜ l_*
*_➡️୧୦-ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା CGLRE-୨୦୨୩ କୁ ନେଇ ଆସିଲା ବଡ଼ ଅପଡେଟ୍ l ନଭେମ୍ବର ୨୭ରୁ ଆରମ୍ଭ ହେବ ଗ୍ରୁପ-ବି ଓ ଗ୍ରୁପ-ସି ମୁଖ୍ୟ ଲିଖିତ ପରୀକ୍ଷା l_*
*_➡️୧୧-ଅମୃତ ଷ୍ଟେସନ ଯୋଜନାରେ ତାଳଚେର ରୋଡ୍ ଷ୍ଟେସନର ହେବ ପୁନର୍ବିକାଶ l ତାଳଚେର ରୋଡ଼ ରେଳ ଷ୍ଟେସନକୁ ପ୍ରାୟ 19 କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଅଛି।_*
*_➡️୧୨-ବଲିଉଡ ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ବଡ ଆଶ୍ୱସ୍ତି। ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ହେଲା ରଦ୍ଧ l_*
*_➡️୧୩-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଥିବାବେଳେ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ନଭେମ୍ବର ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ l_*
*_➡️୧୪-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ବଡ଼ ସଫଳତା ହାସଲ କଲା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ପକ୍ଷରୁ କରାଗଲା ଗିରଫ l_*
*_➡️୧୫-ତିରୁପତି ସହରରେ ଥିବା ବିଭିନ୍ନ ହୋଟେଲକୁ ବୋମାରେ ଉଡାଇବା ନେଇ ଇମେଲ ମାଧ୍ୟମରେ ମିଳିଲା ଧମକପୂର୍ଣ୍ଣ କଲ l ଏହି ଇମେଲରେ ଡ୍ରଗ୍ କିଙ୍ଗପିନ୍ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି, ଯିଏକି ଚଳିତବର୍ଷ ଫେବ୍ରୁଆରି ମାସରେ ଗିରଫ ହୋଇଥିଲେ ।_*
*_➡️୧୬-ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ ।_*
*_➡️୧୭-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜର୍ମାନ ଚାନ୍ସେଲର ଓଲାଫ ସୋଲଜ୍ l ଉଭୟ ନେତାଙ୍କ ବୈଠକରେ ରକ୍ଷା, ବ୍ୟାପାର ଓ କ୍ଲିନ ଏନର୍ଜୀ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷୀୟ ରଣନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ କଲେ ବ୍ୟାପକ ଚର୍ଚ୍ଚା l_*
*_➡️୧୮-INDvsNZ : ନିରାଶ କଲେ ବ୍ୟାଟର, ଦ୍ଵିତୀୟ ଟେଷ୍ଟରେ ବ୍ୟାକଫୁଟ୍ରେ ଟିମ୍ ଇଣ୍ଡିଆ l ଭାରତ ପ୍ରଥମ ଇନିଂସରେ ୧୫୬ ରନରେ ଅଲଆଉଟ୍ ହେବା ପରେ ଦଳ ୧୦୩ ରନରେ ପଛୁଆ ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି।_*
*_➡️୧୯-ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ରଚିଲେ ନୂଆ ଇତିହାସ l ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧ ହଜାର ରନ କଲେ ପୂରଣ l ୧୯୭୯ ମସିହାରେ ପୂର୍ବରୁ ସର୍ବକନିଷ୍ଠ ଭାରତୀୟ ଭାବେ ଦିଲୀପ ଭେଙ୍ଗସରକାର ୨୩ ବର୍ଷ ବୟସରେ ଏପରି ରେକର୍ଡର ଅଧିକାରୀ ହୋଇଥିଲେ ।_*
*_➡️୨୦-ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କଲେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ମିଚେଲ ସାଣ୍ଟନର। ସେ ଭାରତ ବିପକ୍ଷରେ ୭ ୱିକେଟ ଦଖଲ କରି କଲେ ନୂଆ ରେକର୍ଡ l ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି।_*
*_🔅ଆଜି ଜାତୀୟ ଖଚର ଦିବସ ll_*
*_🔅ଆଜି ଇଣ୍ଟରସେକ୍ସ ସଚେତନତା ଦିବସ ll_*
*_🔅ଆଜି କଖାରୁ ଦିବସ ll_*
*_🔅ଆଜି ଚିକେନ୍ ଫ୍ରାଏଡ୍ ଷ୍ଟିକ୍ ଦିବସ ll_*
*_🔅ଆଜି ଘୋଡାବିହୀନ ରଥ ଦିବସ ll_*
*_🔅ଆଜି ଜାତୀୟ ଫେକ୍ ଡ୍ରଗ୍ ପ୍ରେସକ୍ରିପସନ୍ ଦିବସ ll_*
*_🔅ଆଜି ଜାମ୍ମୁ କାଶ୍ମୀର ମିଶ୍ରଣର 77 ତମ ବାର୍ଷିକୀ ll_*
For more updates Join our WhatsApp Channel
Comments
Post a Comment