୨୬-ଅକ୍ଟୋବର-୨୦୨୪,ଶନିବାର


*_➡️୧-ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବିଶେଷ କରି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାଗୁଡିକର କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ କରିବେ ପରିଦର୍ଶନ l_*

*_➡️୨-ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଦୁଇଦିନ ସରକାରୀ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର l_*

*_➡️୩-ବଢ଼ିଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା, ଏଣିକି ବିନା ଗ୍ୟାରେଣ୍ଟିରେ ନେଇପାରିବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣା l_*

*_➡️୪-ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ବାତ୍ୟା ‘ଦାନା’ ର ବିଭୀଷିକାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଆସନ୍ତାକାଲିଠାରୁ ରାଜସ୍ବ ବିଭାଗ, କୃଷି ବିଭାଗ, ସମନ୍ବୟ ବିଭାଗ, ପରିସଂଖ୍ୟାନ ବିଭାଗ ଅଧିକାରୀ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ।_*

*_➡️୫-ବାତ୍ୟା ଏବଂ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ ଖୁବ୍‌ଶୀଘ୍ର ଓଡ଼ିଶାରେ ଲାଗିବ ଆଉ ୩ଟି ନୂଆ ରାଡ଼ାର l ଏ ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।_*

*_➡️୬-ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, ଶିକ୍ଷକ ରହିବେ ଉପସ୍ଥିତ l ଏନେଇ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ କଲେ ଛୁଟି ଘୋଷଣା l_*

*_➡️୭-ବାତ୍ୟା ‘ଦାନା’ ପ୍ରଭାବରେ ଆଜିଠାରୁ ଆଉ ତିନି ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।_*

*_➡️୮-ଏଣିକି ସିସିଟିଭି ନଜରରେ ରହିବ ସମ୍ବଲପୁର ସହର l ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଇବ ସମ୍ବଲପୁର ମହାନଗର ନିଗମ l ଏହାଦ୍ୱାରା ମହିଳାଙ୍କ ସୁରକ୍ଷା ସହ ଚୋର, ତସ୍କର ଓ ବେପରୁଆ ଗାଡି ଚାଳକଙ୍କୁ ଧରାଯାଇପାରିବ ।_*

*_➡️୯-ଜ୍ଞାନବାପି ବିବାଦକୁ ନେଇ ହିନ୍ଦୁ ପକ୍ଷକୁ ଲାଗିଲା ବଡ଼ ଝଟକା l ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍ କୋର୍ଟ ଏଏସ୍ଆଇ ସର୍ଭେ ପାଇଁ ହିନ୍ଦୁ ପକ୍ଷର ଆବେଦନକୁ କଲେ ଖାରଜ l_*

*_➡️୧୦-ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା CGLRE-୨୦୨୩ କୁ ନେଇ ଆସିଲା ବଡ଼ ଅପଡେଟ୍ l ନଭେମ୍ବର ୨୭ରୁ ଆରମ୍ଭ ହେବ ଗ୍ରୁପ-ବି ଓ ଗ୍ରୁପ-ସି ମୁଖ୍ୟ ଲିଖିତ ପରୀକ୍ଷା l_*

*_➡️୧୧-ଅମୃତ ଷ୍ଟେସନ ଯୋଜନାରେ ତାଳଚେର ରୋଡ୍ ଷ୍ଟେସନର ହେବ ପୁନର୍ବିକାଶ l ତାଳଚେର ରୋଡ଼ ରେଳ ଷ୍ଟେସନକୁ ପ୍ରାୟ 19 କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଅଛି।_*

*_➡️୧୨-ବଲିଉଡ ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ବଡ ଆଶ୍ୱସ୍ତି। ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ହେଲା ରଦ୍ଧ l_*

*_➡️୧୩-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଥିବାବେଳେ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ନଭେମ୍ବର ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ l_*

*_➡️୧୪-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ବିରୋଧରେ ବଡ଼ ସଫଳତା ହାସଲ କଲା ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ପକ୍ଷରୁ କରାଗଲା ଗିରଫ l_*

*_➡️୧୫-ତିରୁପତି ସହରରେ ଥିବା ବିଭିନ୍ନ ହୋଟେଲକୁ ବୋମାରେ ଉଡାଇବା ନେଇ ଇମେଲ ମାଧ୍ୟମରେ ମିଳିଲା ଧମକପୂର୍ଣ୍ଣ କଲ l ଏହି ଇମେଲରେ ଡ୍ରଗ୍ କିଙ୍ଗପିନ୍ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି, ଯିଏକି ଚଳିତବର୍ଷ ଫେବ୍ରୁଆରି ମାସରେ ଗିରଫ ହୋଇଥିଲେ ।_*

*_➡️୧୬-ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ ।_*

*_➡️୧୭-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜର୍ମାନ ଚାନ୍ସେଲର ଓଲାଫ ସୋଲଜ୍ l ଉଭୟ ନେତାଙ୍କ ବୈଠକରେ ରକ୍ଷା, ବ୍ୟାପାର ଓ କ୍ଲିନ ଏନର୍ଜୀ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷୀୟ ରଣନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ କଲେ ବ୍ୟାପକ ଚର୍ଚ୍ଚା l_*

*_➡️୧୮-INDvsNZ : ନିରାଶ କଲେ ବ୍ୟାଟର, ଦ୍ଵିତୀୟ ଟେଷ୍ଟରେ ବ୍ୟାକଫୁଟ୍‌ରେ ଟିମ୍ ଇଣ୍ଡିଆ l ଭାରତ ପ୍ରଥମ ଇନିଂସରେ ୧୫୬ ରନରେ ଅଲଆଉଟ୍ ହେବା ପରେ ଦଳ ୧୦୩ ରନରେ ପଛୁଆ ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି।_*

*_➡️୧୯-ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ରଚିଲେ ନୂଆ ଇତିହାସ l ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧ ହଜାର ରନ କଲେ ପୂରଣ l ୧୯୭୯ ମସିହାରେ ପୂର୍ବରୁ ସର୍ବକନିଷ୍ଠ ଭାରତୀୟ ଭାବେ ଦିଲୀପ ଭେଙ୍ଗସରକାର ୨୩ ବର୍ଷ ବୟସରେ ଏପରି ରେକର୍ଡର ଅଧିକାରୀ ହୋଇଥିଲେ ।_*

*_➡️୨୦-ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କଲେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ମିଚେଲ ସାଣ୍ଟନର। ସେ ଭାରତ ବିପକ୍ଷରେ ୭ ୱିକେଟ ଦଖଲ କରି କଲେ ନୂଆ ରେକର୍ଡ l ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି।_*

*_🔅ଆଜି ଜାତୀୟ ଖଚର ଦିବସ ll_*
*_🔅ଆଜି ଇଣ୍ଟରସେକ୍ସ ସଚେତନତା ଦିବସ ll_*
*_🔅ଆଜି କଖାରୁ ଦିବସ ll_*
*_🔅ଆଜି ଚିକେନ୍ ଫ୍ରାଏଡ୍ ଷ୍ଟିକ୍ ଦିବସ ll_*
*_🔅ଆଜି ଘୋଡାବିହୀନ ରଥ ଦିବସ ll_*
*_🔅ଆଜି ଜାତୀୟ ଫେକ୍ ଡ୍ରଗ୍ ପ୍ରେସକ୍ରିପସନ୍ ଦିବସ ll_*
*_🔅ଆଜି ଜାମ୍ମୁ କାଶ୍ମୀର ମିଶ୍ରଣର 77 ତମ ବାର୍ଷିକୀ ll_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024