ଖବର ଆଜିର ତାରିଖ:୨୦/୦୧/୨୬, ମଙ୍ଗଳବାର



୧-ରାଜ୍ୟରେ ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ; ଏଣିକି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦୂର ହେବ ଜମି ସମସ୍ୟା।

୨-ବିଧାୟକ ନିଲମ୍ବନ ନେଇ ବରିଷ୍ଠ ନୀରବ, କାର୍ଯାନୁଷ୍ଠାନ ଭୟରେ କୁହାଳିଆ ନେତା ଚୁପ୍।

୩-ପ୍ରତି ପଞ୍ଚାୟତରେ ହେବ ମନରେଗା ବଞ୍ଚାଅ ସତ୍ୟାଗ୍ରହ, ରାଷ୍ଟ୍ରପତିଙ୍କୁ ଦିଆଯିବ ଦସ୍ତଖତ ସମ୍ବଳିତ ଦାବିପତ୍ର: ସୁଦର୍ଶନ ଦାସ

୪-ନୂଆପଡ଼ା:ସଦର ବ୍ଲକରେ ବିଡ଼ିଓଙ୍କୁ ମାଡ଼,ଜଣେ ଗିରଫ,୩ ଅଟକ।

୫-ରାୟଗଡ଼ା:ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡି ଗଣତି ଶେଷ,ହୁଣ୍ଡିରୁ ନଗଦ ୧କୋଟି ୫ଲକ୍ଷ ୫୨ହଜାର ୮୫୪ଟଙ୍କା, ୨କିଲୋ ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିଛି।

୬-ଭୁବନେଶ୍ୱର,ପଳାଶୁଣୀ ଛକ:କାର୍ ଉପରେ ଚଢ଼ିଗଲା କାର୍ ; ଚାଳକ ଆହତ।

୭-ଛତିଶଗଡ଼ ବିଜାପୁର ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ,ଘଟଣାସ୍ଥଳରୁ ଏକେ-୪୭,୩୦୩ ରାଇଫଲ ଓ ଇନ୍ସାସ ବନ୍ଧୁକ ଜବତ।

୮-ସରିଲା ଭିତରକନିକାରେ କୁମ୍ଭୀର ଗଣନା, ଗତବର୍ଷ ଅପେକ୍ଷା ୩୨ଟି କୁମ୍ଭୀର ରହିଛନ୍ତି ଅଧିକ।

୯-ନୂଆ ଦିଲ୍ଲୀ:୭୭ତମ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ୧୦ ହଜାର ଅତିଥି।

୧୦-ଏବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ବିଦେଶାଗତ ପକ୍ଷୀ।

୧୧-ଭୁବନେଶ୍ୱର:ବିଳମ୍ବିତ ରାତିରେ ଏକ ନମ୍ବର ହାଟରେ ଅଘଟଣ,ଜଳିଗଲା ୫୦ରୁ ଅଧିକ ଦୋକାନ।

୧୨-ଚିଲିକାରେ ୩ଦିନ ପାଇଁ ଚାଲିବ ଡଲଫିନ୍ ଗଣନା । ୨୦,୨୧,୨୨ ତାରିଖ ସକାଳୁ ଦିନ ୧୨ଟା ଯାଏଁ ବନ୍ଦ ରହିବ ଡଙ୍ଗା ଚଳାଚଳ।

୧୩-ବଲାଙ୍ଗିର, ସୁକତେଲ ବ୍ରିଜ୍:ନଦୀପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଠାବ, ପୋଲିସର ଛାନଭିନ୍ ଜାରି

୧୪-ଛାତ୍ରଛାତ୍ରୀଙ୍କ ପାଇଁ ସିଏମସିର ନୂଆ ପଦକ୍ଷେପ, ଆରମ୍ଭ ହେବ ‘ଗୋଟିଏ ଦିନ କମିଶନରଙ୍କ ସହ’ କାର୍ଯ୍ୟକ୍ରମ।

୧୫-ତ୍ରିଶୁଳିଆ ଅଞ୍ଚଳରେ ଜମିଜମା ଗଣ୍ଡଗୋଳ ଘଟଣା, ୧୦ ଅଭିଯୁକ୍ତଙ୍କୁ ଗିରଫ।ଅଭିଯୁକ୍ତଙ୍କ ଠାରୁ ଧାରୁଆ ମାରଣାସ୍ତ୍ର, ଠେଙ୍ଗା ଆଦି ଜବତ୍ ହୋଇଛି ।

୧୬-୩ ଲକ୍ଷ ଟପିଲା ରୁପା କେଜି, ସେପଟେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩୯ ହଜାର ଟଙ୍କା ପାର୍।

୧୭-ନିତିନ ନବୀନ ନିର୍ଦ୍ୱନ୍ଦ୍ୱରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚିତ, ଆଜି ସକାଳେ ଅଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ।

୧୮-ଦେଶର ସମୁଦ୍ରତଟ ସୁରକ୍ଷାକୁ ନେଇ CISF ର ବଡ଼ ପଦକ୍ଷେପ, ଆରମ୍ଭ ହେବ ବନ୍ଦେ ମାତରମ୍ CISF କୋଷ୍ଟାଲ ସାଇକ୍ଲୋଥନ।

୧୯-ଆଫଗାନିସ୍ତାନ:କାବୁଲ ହୋଟେଲରେ ବିସ୍ଫୋରଣ, ଅନେକ ମୃତ ଆଶଙ୍କା।

୨୦-ସ୍ପେନରେ ଟ୍ରେନ ଦୁର୍ଘଟଣା,୩୯ ମୃତ ୧୨୦ରୁ ଅଧିକ ଆହତ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)