ଖବର ଆଜିର ତାରିଖ:୧୩/୦୧/୨୬, ମଙ୍ଗଳବାର
୧-ଭୁବନେଶ୍ୱର:ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବ୍ୟବହାର ହେବ AI କ୍ୟାମେରା, ୨୧୧ ହବ୍ରେ ନିଜଆଡୁ ଲଗାଇବ CHSE।
୨-ଭୁବନେଶ୍ୱର:ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୩ହଜାର ୬୨୩କୋଟି, ବିଧାନସଭାରେ ବଢ଼ିବ ଆଉ ୫୦ଟି ସିଟ୍।
୩-ରାଜଧାନୀର ଯାତାୟାତ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ; ନୂଆ ରୂପ ପାଇବ ଜୟଦେବ ବିହାର-ନନ୍ଦନକାନାନ ରୋଡ, ମିଳିବ ଭିଡ଼ରୁ ମୁକ୍ତି।
୪-ସଡ଼କ ଦୁର୍ଘଟଣା ରୋକିବାକୁ '6E' ଫର୍ମୁଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ।
୫-ନୂଆ ଦଳ ଗଠନ ପୂର୍ବରୁ ମହମ୍ମଦ ମୋକିମଙ୍କ ଯୁବ ସମାବେଶ, ଯୋଗ ଦେଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ।
୬-ମହାକାଳପଡ଼ା:ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ: ୫୦ କିଲୋ ମାଛ, ଜାଲ ଓ ଜିପିଏସ ଜବତ।
୭-ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ।
୮-ଜଗତପୁରର ଇମାମ୍ ନଗର ଅଞ୍ଚଳରେ ବୁଲୁଛି କଲରା ପତରିଆ ବାଘ।ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା।
୯-ବ୍ରହ୍ମପୁର:ସ୍କୁଟିକୁ ଧକ୍କା ଦେଲା ବସ୍; ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ।
୧୦-ବାରିପଦା ଉପଖଣ୍ଡର ମାଟ୍ରିକ ପରୀକ୍ଷାର୍ଥୀଙ୍କ ମକର ଛୁଟି ବାତିଲ, ଏହାସହ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଛୁଟି ମଧ୍ୟ ବାତିଲ।
୧୧-କିଟ୍ ରେ ଚେସ୍ ମହାକୁମ୍ଭ ୧୪ରୁ , ସାମିଲ ହେବେ ୫ ହଜାରରୁ ଉର୍ଦ୍ଧ୍ବ ଖେଳାଳି।
୧୨-ଅସ୍ମିତା ଭାରୋତ୍ତୋଳନ ଲିଗ୍: ମୌସୁମୀଙ୍କୁ ୨ ସ୍ୱର୍ଣ୍ଣ; ଓଡ଼ିଶା କନିଷ୍ଠ, ବରିଷ୍ଠ ଦଳ ଉପବିଜେତା
୧୩-ବାଲିଚନ୍ଦ୍ରପୁର:୧୪ରୁ ରାଜ୍ୟସ୍ତରୀୟ ଓଳାଶୁଣି ଗୁମ୍ଫା ମହୋତ୍ସବ, ସମ୍ମାନିତ ହେବେ ମହନ୍ତ ଡ.ରାମଚରଣ ଦାସ ଓ ପଣ୍ଡିତ ମହେଶ ସାହୁ।
୧୪-କୁଖ୍ୟାତ ଚେନ ସ୍ନାଚର ଶଙ୍କର ରେଡ୍ଡୀ ଗିରଫ, ନାଁରେ ରହିଛି ୧୦ରୁ ଅଧିକ ମାମଲା।
୧୫-ଦିଲ୍ଲୀ ସିବିଆଇ ଅଫିସ୍ରେ ଥଲାପତି ବିଜୟ; କରୁର ଦଳାଚକଟା ମାମଲାରେ ଚାଲିଛି ପଚରାଉଚରା।
୧୬-ଚିଲିକା ହ୍ରଦର ସାମଗ୍ରୀକ ବିକାଶ ଲାଗି ବୈଠକ, ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୧୭-ନୂଆ ଦିଲ୍ଲୀ:୧.୪୦ଲକ୍ଷ ଟପିଲା ସୁନା- ରୂପା ଦର ୧୨୦୦୦ ଟଙ୍କା ବୃଦ୍ଧି।
୧୮-ଦିଲ୍ଲୀବାସୀଙ୍କୁ ମିଳିବ କ୍ରୁଜ୍ ସେବା, ଜାନୁଆରୀ ୨୦ରେ ଯମୁନାରେ ଚାଲିବ।
୧୯-ପ୍ରତିରକ୍ଷାରେ ଭାରତକୁ ସହଯୋଗ କରିବ ଜର୍ମାନୀ, ଶିଖରରେ ପହଁଚିବ ଦୁଇ ଦେଶର ସମ୍ପର୍କ।
୨୦-ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଭର୍ତ୍ତି, ଗୋଟିଏ ସପ୍ତାହରେ ଦୁଇ ଥର ହେଲେଣି ବେହୋସ।
୨୧-ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଅଟୋ ଡ୍ରାଇଭରଙ୍କୁ ପିଟି ପିଟି ମାରି ଦେଲେ।
୨୨-ମୁଁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି:ଟ୍ରମ୍ପ ,ସମଗ୍ର ବିଶ୍ଵରେ ହଇଚଇ ।
Comments
Post a Comment