ଖବର ଆଜିର ତାରିଖ:୩୧/୦୧/୨୬, ଶନିବାର
୧-ଫେବୃଆରୀ ୧୭ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ; ୨୦ରେ ଆଗତ ହେବ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ୍।
୨-ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମାଗଣାରେ ପୁରୀ ଯିବେ ବରିଷ୍ଠ ନାଗରିକ।
୩-ଗୋପାଳପୁର: ଗଞ୍ଜାମକୁ ୪୯୨ କୋଟିର ପ୍ରକଳ୍ପ ଭେଟି,୩୨କୋଟିରେ ହେବ ବେଳାଭୂମି ସୈ।ନ୍ଦର୍ଯ୍ଯ କରଣ।
୪-ଭୁବନେଶ୍ୱର:୩ୟ ତ୍ରୈମାସିକରେ ନାଲକୋର ୧୬୦୧ କୋଟି ଲାଭ।
୫-ଢେଙ୍କାନାଳ: ଆଜିଠୁ ଯୋରନ୍ଦା ମେଳା,୫୦ ବର୍ଷ ପରେ ବଦଳିଲା ଛତ୍ରି।
୬-ରାଜ୍ୟରେ ବଦଳୁଛି ପାଣିପାଗ, ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ।
୭-ଭୁବନେଶ୍ୱର : ବ୍ୟାନ ହେବନି ପାନ ମସଲା । ଟବାକୋ କିମ୍ବା ନିକୋଟିନ୍ ନଥିବା ପାନ ମସଲାକୁ ବ୍ୟାନ କରାଯିବନାହିଁ ।
୮-ଯୋଗାଣମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ, ଅଡ଼ୁଆ ବଢ଼ାଇଲା ପୁଲିସର କାର୍ଯ୍ୟ।
୯-UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଳ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ।
୧୦-ଆଠଗଡ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ସ୍କୁଲରେ ମିଡ୍ ଡେ ମିଲ୍ ରୋଷେଇ ବେଳେ ଅଘଟଣ; ପ୍ରେସର କୁକର ଫାଟି ଉଡ଼ିଗଲା ଆଜବେଷ୍ଟସ, ୨ ପାଚିକା ଆହତ।
୧୧-ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି।
୧୨-ବଢ଼ିଲା ଓଲିଉଡ ଅଭିନେତା ଅନୁଭବଙ୍କ ପାଇଁ ଅଡ଼ୁଆ; ଜାରି ରହିବ ଯୌତୁକ ନିର୍ଯାତନା ମାମଲା।
୧୩-ବରୋଦା,WPL: ମୁମ୍ବାଇ ନିରାଶ, ଗୁଜୁରାଟ ଏବେ ଏଲିମିନେଟରରେ।
୧୪-ଥିରୁଅନନ୍ତପୁରମ:ଆଜି ଭାରତ -ନ୍ଯୁଜିଲାଣ୍ଡ ଶେଷ ଟି୨୦ ଲଢେଇ।
୧୫-ବିଜେପିର ପଶ୍ଚିମ ବଙ୍ଗ ଦଖଲ ମିଶନ : ଓଡ଼ିଆ ଭୋଟରଙ୍କୁ ମନାଇବାକୁ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେଇଛି ଦଳ।
୧୬-ସୁପ୍ରିମକୋର୍ଟଙ୍କ ଚେତାବନୀ: ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ, ମାଗଣାରେ ସାନିଟାରୀ ପ୍ୟାଡ୍ ନ ଦେଲେ ମାନ୍ୟତା ରଦ୍ଦ।
୧୭-୨ କୋଟିର ଚିଟଫଣ୍ଡ ଠକେଇ: ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା ପଶ୍ଚିମବଙ୍ଗରୁ ଗିରଫ।
୧୮-ଟି-୨୦ ବିଶ୍ୱକପକୁ ନେଇ ନିରବତା ଭାଙ୍ଗିଲା ଶ୍ରୀଲଙ୍କା, ଭାରତ-ପାକ୍-ବାଂଲାଦେଶକୁ କହିଲା ମିତ୍ର ରାଷ୍ଟ୍ର।
୧୯-ଆସାମରେ ସାତ ଜିଲ୍ଲାରେ ହିଁ ୬୪ ଲକ୍ଷ ଅନୁପ୍ରବେଶକାରୀ, ଶାହ କହିଲେ- ପୂରା ଡେମୋଗ୍ରାଫି ବଦଳିଗଲା।
୨୦-ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ଘଟଣାରେ ଅପରାଧ ତଦନ୍ତ ବିଭାଗ (CID) ତଦନ୍ତ ଆରମ୍ଭ କରିଛି ।
Comments
Post a Comment