ଖବର ଆଜିର ତାରିଖ:୨୬/୦୧/୨୬, ସୋମବାର
୧-ନୂଆ ଦିଲ୍ଲୀ:"ଆମ ସମ୍ବିଧାନ, ବିଶ୍ୱ ଇତିହାସର ସର୍ବବୃହତ ଗଣରାଜ୍ୟର ମୂଳଦୁଆ" - ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ରାଷ୍ଟ୍ରପତି।
୨-ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ।
୩-ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା।
୪-ଖଣ୍ଡଗିରି ଯାତ୍ରା ପାଇଁ କମିଶନରେଟ ପୋଲିସର ନୋଟିସ୍; ଯାତ୍ରା କମିଟିଙ୍କ ପାଇଁ ଜାରି ହେଲା ୧୪ ନିୟମ, ଜଗିବେ ୧୦ ପ୍ଲାଟୁନ ଫୋର୍ସ।
୫-ଘୋଷଣା ହେଲା ପୋଲିସ ସେବା ପଦକ, ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ମେଡାଲ।
୬-କିଟ୍ ଓ କିସ୍ ପକ୍ଷରୁ ସାରା ରାଜ୍ୟରେ ମିନି ମାରାଥନ, ଭୁବନେଶ୍ୱରରେ ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ହଜାର ହଜାର ମହିଳା।
୭-ତାଳଚେର:୪୩ କୋଟି ଟଙ୍କା ବ୍ୟୟରେ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ।
୮-ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ।
୯-ଅଭିଜିତ ମଜୁମଦାରଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କଲେ ଦିଗଙ୍ଗତ ଆତ୍ମାର ସଦଗତି କାମନା।
୧୦-ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ୨ଲକ୍ଷ ଶ୍ରଦ୍ଧାଳୁ । ବେଳାଭୂମିରେ ସୂର୍ଯ୍ୟ ଦର୍ଶନ ଓ ନବଗ୍ରହଙ୍କୁ କରାଗଲା ପୂଜାର୍ଚ୍ଚନା।
୧୧-କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା; ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ ନିଷ୍ପତି ପ୍ରତ୍ୟାହାର କଲା ପ୍ରଶାସନ
୧୨-ବଦଳିଲା IAS/IPS କ୍ୟାଡର ନିୟମ, ରାଜ୍ୟଗୁଡ଼ିକର ହେବ ଚାରିଟି ଗ୍ରୁପ୍।
୧୩-ଢେଙ୍କାନାଳ:ଖାଇବାକୁ ଦେଲାନି ବଡ଼ ପୁଅ, ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ ବୃଦ୍ଧ ବାପା ମାଆ।
୧୪-ହଂକଂ ଓ ମାଲେସିୟା ଭଳି ଦେଶଙ୍କୁ ପଛରେ ପକାଇଲା ଭାରତ, କରରୁ ଅଧିକ ହେଲା GDP ଅନୁପାତ।
୧୫-ଗୈ।ହାଟି:ଅଭିଷେକ ଓ ସୂର୍ଯ୍ୟଙ୍କ ଝଡ଼ ,ସିରିଜ ଜିତିଲା ଭାରତ । ୧୦ ଓଭରରେ ସରିଲା ମ୍ୟାଚ୍।
୧୬-ଜଳ ସଂକଟ ଭିତରେ ଚମକାଇ ଦେଲା ଜାତିସଂଘ ରିପୋର୍ଟ : ଦିଲ୍ଲୀ, ବେଙ୍ଗାଲୁର,ମୁମ୍ବାଇରେ ଭୟଙ୍କର ସ୍ଥିତି।
୧୭-ଆରଜେଡିର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ତେଜସ୍ୱୀ ଯାଦବ, ଲାଲୁଙ୍କ ଉପସ୍ଥିତିରେ ହେଲା ଘୋଷଣା।
୧୮-ଚାନ୍ଦବାଲି:ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ ଏବଂ ମଦ ବୋତଲ।
୧୯-ଉତ୍ତର ଭାରତକୁ କଲବଲ କରୁଛି ତୁଷାରପାତ। ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀରରେ ଭୟଙ୍କର ବରଫପାତରେ ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି।
୨୦-ଇସ୍ରାଏଲ୍ର ଗଣମାଧ୍ୟମର ସୂଚନା ଅନୁଯାୟୀ, ଆମେରିକାର ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ତେହେରାନର ଏକ ବଙ୍କରରେ ଆତ୍ମଗୋପନ କରିଛନ୍ତି।
Comments
Post a Comment