ଖବର ଆଜିର ତାରିଖ:୧୫/୦୧/୨୬, ଗୁରୁବାର
୧-ଭୁବନେଶ୍ୱର: ମେଡିକାଲ,ଇଞ୍ଜିନିୟରିଂ ଶିକ୍ଷାରେ ବଢ଼ିପାରେ ସଂରକ୍ଷଣ,SEBCଙ୍କ ପାଇଁ ୧୧.୨୫% ସଂରକ୍ଷଣ,SC, STଙ୍କ ସଂରକ୍ଷଣ ଦୁଇଗୁଣା ହେବ।
୨-ଭୁବନେଶ୍ୱର:ମାର୍ଚ୍ଚରୁ ଓଡ଼ିଶାରେ SIR,୩ ମାସରେ ଶେଷ ହେବ ପୁରା ପ୍ରକ୍ରିୟା।
୩-ପଶ୍ଚିମବଙ୍ଗରେ ନିପା, ଓଡ଼ିଶା ପାଇଁ ସତର୍କ ଘଣ୍ଟି,ଜ୍ବର, ଥଣ୍ଡା ଦୀର୍ଘ ଦିନ ରହିଲେ ଯାଞ୍ଚ କରନ୍ତୁ।
୪-ଭୁବନେଶ୍ୱର:ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ, ନିୟମ ଭାଙ୍ଗିଲେ DL ରଦ୍ଦ, ବଢ଼ିବ ଇନସ୍ୟୁରାନ୍ସ ଖର୍ଚ୍ଚ।
୫-ଭୁବନେଶ୍ୱର:ଖାଲି ପଡ଼ିଥିବା ସରକାରୀ ପଦବୀର ତଥ୍ୟ ଦେଉନାହାନ୍ତି ଅଧିକାରୀ, ତୁରନ୍ତ ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ।
୬-କେନ୍ଦୁଝରରେ ପ୍ରତିଷ୍ଠା ହେବ ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୭-ତୁରୁମୁଙ୍ଗା: ବୈତରଣୀ ନଦୀରେ ସସ୍ତ୍ରୀକ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ।
୮-ମାଞ୍ଜା ସୁତାରେ କଟିଗଲା ଯୁବକଙ୍କ ବେକ: ଏକ ନମ୍ବର ମାର୍କେଟରେ କମିଶନରେଟ୍ ପୋଲିସର ଚଢ଼ାଉ।
୯-ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ, ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ନବାନ୍ନ ଲାଗି।
୧୦-ଶିମିଳିପାଳରେ ସରିଲା କୁମ୍ଭୀର ଗଣନା : ୮୪କୁ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା।
୧୧-ଜଟଣୀ:ବଡ଼ ଡ଼କାୟତି ଯୋଜନା ପଣ୍ଡ, ୫ ଡକାୟତ ଗିରଫ, ମାରଣାସ୍ତ୍ର ସହ ଲଙ୍କା ଗୁଣ୍ଡ ଜବତ।
୧୨-୨୨ ନୁହେଁ ୨୭ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ, ୪ ଦିନ ଧରି ଚାଲିବ।
୧୩-ଇଣ୍ଡିଆ ଓପନ୍-୨୦୨୬ରୁ ଓହରିଲେ ବିଶ୍ୱର ୩ ନଂ ବ୍ୟାଡମିଣ୍ଟନ୍ ଖେଳାଳୀ, କାରଣ ଦିଲ୍ଲୀ ପ୍ରଦୂଷଣ।
୧୪-ଦିନିକିଆରେ ପ୍ରଥମ ସ୍ଥାନକୁ ଆସିଲେ କିଙ୍ଗ୍ କୋହଲି, ତଳକୁ ଖସିଲେ ରୋହିତ।
୧୫-ରାଜକୋଟ: ଦିତୀୟ ଦିନିକିଆ, ନ୍ୟୁଜଲାଣ୍ଡ ୭ ଓ୍ବିକେଟ୍ ରେ ବିଜୟୀ।୧-୧ରେ ସିରିଜ ବରାବର।
୧୬-ମୁମ୍ବାଇ,WPL:ଆଜି ମୁମ୍ୱାଇ ଇଣ୍ଡିଆନସ୍ ଓ ୟୁପି ଓ୍ବାରିୟରସ୍ ମଧ୍ୟରେ ହେବ ସଂଘର୍ଷପୂର୍ଣ ମୁକାବିଲା।
୧୭-ପ୍ରୟାଗରାଜ ମାଘ ମେଳାରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ୬ରୁ ଅଧିକ ଟେଣ୍ଟ , ୩ ଦମକଳ କର୍ମଚାରୀ ଆହତ।
୧୮-କୋଲକାତା:ଇଡ଼ି ର I-PAC ଚଢଉ ମାମଲା, ତୃଣମୂଳ କଂଗ୍ରେସର ପିଟିସନ ହାଇକୋର୍ଟରେ ଖାରଜ।
୧୯-ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, କୋର୍ଟରେ ସିଙ୍ଗାପୁର ପୁଲିସର ଚାର୍ଜସିଟ୍ ଦାଖଲ।
୨୦-ରାତି ୯ଟା ପୂର୍ବରୁ ଟେଲିଭିଜନ କିମ୍ବା ଅନଲାଇନରେ ଦେଇହେବନି ଜଙ୍କଫୁଡ୍ ବିଜ୍ଞାପନ । ଏହାଦ୍ବାରା ମେଦବହୁଳ ପିଲାଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସରକାର ଆଶା ରଖିଛନ୍ତି। ଏଭଳି କଠୋର ନିୟମ ଜାରି କରିଛି ଇଂଲଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରାଳୟ।
୨୧-ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ, ଜାରି ହେଲା ହେଲ୍ପ ଲାଇନ୍ ନଂ+୯୮୯୧୨୮୧୦୯୧୦୨ ଏବଂ +୯୮୯୯୩୨୧୭୯୩୫୯
୨୨-ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ରୁଷ-ଇରାନ୍ ସହ ୭୫ ଦେଶକୁ ଭିସା ଦେବନି ଆମେରିକା, ତାଲିକାରେ ପାକିସ୍ତାନ।
Comments
Post a Comment