ଖବର ଆଜିର ତାରିଖ:୧୧/୦୧/୨୬, ରବିବାର



୧-ଭୁବନେଶ୍ୱର:ପିଲାମାନେ ସ୍କୁଲକୁ ନ ଆସିଲେ ଘରକୁ ଯିବେ ଶିକ୍ଷକ।କାହିଁକି ପିଲା ଅନୁପସ୍ଥିତ ରହିଛି ତଥ୍ୟ ସଂଗ୍ରହ କରିବେ ।

୨-ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା; ଆସନ୍ତା ୨୭ରୁ ମାର୍ଚ୍ଚ ୨୬ ଯାଏ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେଶନ।

୩-ଭୁବନେଶ୍ୱର:ମାର୍ଚ୍ଚରେ CUET ପିଜି,୧୪ରେ ସରିବ ଅନଲାଇନ୍ ଆବେଦନ।

୪-ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା।

୫-ସୁନ୍ଦରଗଡ଼ କୋଇଡାରେ ତୁଷାରପାତ। ବରଫରେ ପରିଣତ ହେଲା ରାତିର କାକର ବିନ୍ଦୁ। କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ।

୬-ବାଲେଶ୍ଵର: ବ୍ରାଉନ ସୁଗାର ଚଢ଼ାଉ ବେଳେ ପୁଲିସ୍ କୁ ଆକ୍ରମଣ ଘଟଣା, ଜେଲ୍ ଗଲେ ୧୦ ମହିଳା।

୭-ଜାନୁଆରୀରେ ଘୋଷଣା ହେବନି ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ, ମାର୍ଚ୍ଚ ୨୬ ବା ଏପ୍ରିଲ ୮ ରେ ଘୋଷଣା !

୮-ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହେଲା ଘରୋଇ ବିମାନ; ପାଇଲଟ୍ ସହ ୬ ଯାତ୍ରୀ ଗୁରୁତର।

୯-ଭୁବନେଶ୍ୱର:ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ।

୧୦-କଟକ ସାଇବର ପୁଲିସକୁ ବଡ଼ ସଫଳତା । ସାଇବର ପୁଲିସ ହାତରେ ଧରା ପଡ଼ିଲେ ୭ଜଣିଆ ଲୁଟେରା ଗ୍ୟାଙ୍ଗ ।

୧୧-ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ।

୧୨-OSSC ସମ୍ମୁଖରେ ରାତି ସାରା କନିଷ୍ଠ ଯନ୍ତ୍ରୀ ପରୀକ୍ଷାର୍ଥୀଙ୍କ ଧାରଣା, ପରୀକ୍ଷା ସରିବାର ଦୀର୍ଘଦିନ ପରେ ବି ବାହାରୁନି ରେଜଲ୍ଟ।

୧୩-ସମ୍ବଲପୁରରେ ୨୫ଟି ଇ-ବସ୍ ସେବାର ଶୁଭାରମ୍ବ କଲେ ମୁଖ୍ୟମନ୍ତ୍ରୀ।

୧୪-ତାରିଖ ଘୋଷଣା ହୋଇନଥିଲେ ବି ବଢ଼ିଲାଣି ରାଜ୍ୟସଭା ରାଜନୀତି, ଅଙ୍କ କଷିଲେଣି ଉଭୟ ବିଜେପି ଓ ବିଜେଡି।

୧୫-କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ।

୧୬-ପ୍ୟାକେଟଯୁକ୍ତ ଖାଦ୍ୟ ଖାଇଲେ ହୁଏ କର୍କଟ ରୋଗ! ବିଶେଷଜ୍ଞ କଲେ ବଡ ଖୁଲାସା।

୧୭-ମୁମ୍ବାଇ:WPLରେ ଗୁଜୁରାଟ ଜାଏଣ୍ଟସ୍ ୧୦ ରନ୍ ରେ ବିଜୟୀ।

୧୮-ଆକାଶରେ ଝଲସିବ ବୃହସ୍ପତି ; ଆଜିଠୁ ଏକ ମାସ ଯାଏଁ ଖାଲି ଆଖିରେ ଦେଖିପାରିବେ।

୧୯-ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ : ପକ୍ସୋ ଆଇନରେ ଆସିବ “ରୋମିଓ-ଜୁଲିଏଟ୍” ନିୟମ, ବ୍ୟକ୍ତିଗତ ପ୍ରତିଶୋଧ ମୁକ୍ତ ହେବ।

୨୦-ଋଷକୁ ଚେକମେଟ୍ ଦେବାକୁ ଆମେରିକାର ମାଷ୍ଟରପ୍ଲାନ, ଭେନେଜୁଏଲା ତେଲକୁ କମ୍ ଦାମରେ ବିକିବ ୱାସିଂଟନ୍

୨୧-ଢାକା:ବାଂଲାଦେଶରେ ମକର ସଂକ୍ରାନ୍ତି ପାଳନ ନେଇ ଜମାତ-ଏ-ଇସଲାମିର ଧମକ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)